Flash Floods / ଗାଡ଼ି ଉପରେ ଖସିଲା ବଡ଼ ବଡ଼ ପଥର; ଜାତୀୟ ରାଜପଥ ଜାମ୍
·1 month ago·2 min read

Key Points
ଜମ୍ମୁକାଶ୍ମୀରରେ ପ୍ରକୃତିର ତାଣ୍ଡବ
ଭୂସ୍ଖଳନ ଯୋଗୁଁ ଯାତାୟାତ ପ୍ରଭାବିତ
ଗାଡ଼ି ଉପରେ ଖସିଲା ବିଶାଳ ପଥର
ଭୂସ୍ଖଳନ ଯୋଗୁଁ ଯାତାୟାତ ପ୍ରଭାବିତ
ଗାଡ଼ି ଉପରେ ଖସିଲା ବିଶାଳ ପଥର
ଶ୍ରୀନଗର: ଲଗାଣ ବର୍ଷା ଫଳରେ ଜମ୍ମୁକାଶ୍ମୀରରେ ସ୍ଥିତି ବେହାଲ । ସୋମବାର ଓ ମଙ୍ଗଳବାର ବାଦଲଫଟା ବର୍ଷା ଯୋଗୁଁ ଜମ୍ମୁକାଶ୍ମୀରଠାରୁ ଆରମ୍ଭ କରି ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶରେ ଭୂସ୍ଖଳନ ହୋଇଛି । ଜମ୍ମୁକାଶ୍ମୀରରେ ଏଯାବତ ୨୩ଟି ଜଣଙ୍କ ମୃତ୍ୟୁ ଘଟିଲାଣି ଏବଂ ୭ଜଣ ନିଖୋଜ ଅଛନ୍ତି । ହଠାତ୍ ଭୂସ୍ଖଳନ ଯୋଗୁଁ ଜମ୍ମୁକାଶ୍ମୀରର ଡୋଡାରେ ଜାତୀୟ ରାଜପଥରେ ବିଶାଳ ପଥର ଖସିପଡ଼ିଛି, ଯାହା ତଳେ କାର ଚାପି ହୋଇରହିଥିବାର ଭୟଙ୍କର ଦୃଶ୍ୟ ସାମ୍ନାକୁ ଆସିଛି ।
ସ୍ଥାନୀୟ ଅଧିକାରୀଙ୍କ ସୂଚନାଅନୁସାରେ, ବାନ୍ଦିପୋରା ଜିଲ୍ଲାର ଗୁରେଜ ଓ ତୁଲେଲ ଘାଟି ନିକଟରେ ସୋମବାର ବାଦଲଫଟା ବର୍ଷା ହୋଇଥିଲା । ଏହାପରେ ହଠାତ୍ ବନ୍ୟା ଆସିବାରୁ ଗଛଠୁ ଆରମ୍ଭ କରି ବଡ଼ ବଡ଼ ପଥର ଖସିବା କାରଣରୁ ଅନେକ ବାସଗୃହ କ୍ଷତିଗ୍ରସ୍ତ ହୋଇଛି । ଏହାବ୍ୟତୀତ କାରଗିଲର କରିକିଚୁ ଓ ବଦଗାମ ଅଞ୍ଚଳରେ ବନ୍ୟାପାଣି ଯୋଗୁଁ ଆବାସିକ ସମ୍ପତ୍ତି, ଯାନବାହନ ଓ ଚାଷଜମି ନଷ୍ଟ ହୋଇଛି । ଏଠାରେ କାହାର ମୃତାହତ ହୋଇନାହିଁ । କିଶନଗଙ୍ଗା ନଦୀର ଜଳସ୍ତର ବୃଦ୍ଧି ପାଇଥିବାରୁ ପର୍ଯ୍ୟଟକ ଓ ଟେଣ୍ଟ କଲୋନି ମାଲିକମାନେ ନଦୀ ନିକଟ ସ୍ଥାନକୁ ଖାଲି କରିଛନ୍ତି ।

- ଏଯାବତ ଗଲାଣି ୨୩ଜଣଙ୍କ ଜୀବନ
- ଜାତୀୟ ରାଜପଥରେ ବିଶାଳ ପଥର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ଲଗାଣ ମୌସୁମୀ ବର୍ଷା ଯୋଗୁଁ ଉପରମୁଣ୍ଡରେ ମାଡ଼ି ଆସିଲା ବନ୍ୟା ପାଣି; ଚାରିଆଡ଼େ ହାହାକାର
ସୂଚନା ଥାଉ କି ପ୍ରବଳ ବର୍ଷା ଯୋଗୁଁ ଉତ୍ତର ଭାରତରେ ପ୍ରକୃତିର ତାଣ୍ଡବ ଦେଖିବାକୁ ମିଳିଛି । ଉତ୍ତରାଖଣ୍ଡରେ ଅସ୍ଥାୟୀ ଭାବେ ଚାରିଧାମ ଯାତ୍ରାକୁ ବନ୍ଦ ରଖାଯାଇଛି । ଉତ୍ତରାଖଣ୍ଡରେ ଜାତୀୟ ରାଜପଥକୁ ମିଶାଇ ମୋଟ ୧୫୦ଟି ରାସ୍ତା ବନ୍ଦ ଅଛି । ବର୍ଷା ଯୋଗୁଁ ପ୍ରଥମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖାଯାଇଛି । ହିମାଚଳ ପ୍ରଦେଶରେ ମଧ୍ୟ ୩୬ଟି ରାସ୍ତାରେ ଯାତାୟାତ ବନ୍ଦ ରଖାଯାଇଛି । ଉତ୍ତର ପ୍ରଦେଶରେ ଆସନ୍ତା ୨୪ ଘଣ୍ଟା ଲାଗି ପ୍ରବଳ ବର୍ଷା ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି । ସେହିପରି ଦିଲ୍ଲୀ ଲାଗି ଆସନ୍ତା ୨ଦିନ ପର୍ଯ୍ୟନ୍ତ ହଳଦିଆ ଚେତାବନୀ ଜାରି ହୋଇଛି । ଆସାମରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସେଠାରେ ୨ଲକ୍ଷ ଲୋକେ ପ୍ରଭାବିତ ହୋଇଛନ୍ତି ।

Related Topics
Explore more stories