Jharkhand Road Accident / ମନ୍ଦିର ଦର୍ଶନ ପାଇଁ ଯାଉଥିଲେ, ରାସ୍ତାରେ ଚାଲିଗଲା ୧୩ ଜୀବନ
·Published on: 29 Nov 2026, 08:42:56 IST·2 min read

Key Points
ରାଞ୍ଚି-ପାଟନା ହାଇୱେରେ ମୃତ୍ୟୁର ତାଣ୍ଡବ
ସ୍କର୍ପିଓକୁ ଧକ୍କା ଦେଲା ଅଜଣା ଗାଡ଼ି
୪ ଶିଶୁଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ
ସ୍କର୍ପିଓକୁ ଧକ୍କା ଦେଲା ଅଜଣା ଗାଡ଼ି
୪ ଶିଶୁଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ
ଝାଡ଼ଖଣ୍ଡର ରାମଗଡ଼ ଜିଲ୍ଲାରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ରାଞ୍ଚି-ପାଟନା ଜାତୀୟ ରାଜପଥ-୩୩ରେ ଶନିବାର ବିଳମ୍ବିତ ରାତିରେ ଏକ ସ୍କର୍ପିଓ ଗାଡ଼ି ଅନ୍ୟ ଏକ ଅଜଣା ଗାଡ଼ି ସହ ଧକ୍କା ହେବା ଫଳରେ ୧୩ ଜଣଙ୍କ ମୃତ୍ୟୁ ଘଟିଛି । ରାତି ପ୍ରାୟ ୨ଟା ସମୟରେ ପୈଙ୍କି ଅଞ୍ଚଳ ନିକଟରେ ଏହି ଭୟଙ୍କର ଦୁର୍ଘଟଣା ଘଟିଥିଲା ।
ମିଳିଥିବା ସୂଚନା ଅନୁଯାୟୀ, ବିହାରର ନାଳନ୍ଦା ଜିଲ୍ଲା ଅନ୍ତର୍ଗତ ଜାଂଘାରୋ ଗାଁର ୧୪ ଜଣ ଲୋକ ଏକ ସ୍କର୍ପିଓ ଗାଡ଼ିରେ ରାମଗଡ଼ ଜିଲ୍ଲାର ପ୍ରସିଦ୍ଧ ରଜରପ୍ପା ମନ୍ଦିରକୁ ପୂଜାର୍ଚ୍ଚନା ପାଇଁ ଯାଉଥିଲେ । ତେବେ ରାସ୍ତାରେ ପୈଙ୍କି ଅଞ୍ଚଳ ନିକଟରେ ସ୍କର୍ପିଓଟି ଏକ ଅଜଣା ଗାଡ଼ି ସହ ଜୋରଦାର ଧକ୍କା ହୋଇଥିଲା । ଧକ୍କା ଏତେ ଭୟଙ୍କର ଥିଲା ଯେ ଗାଡ଼ିଟି ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଥିଲା ।
ଦୁର୍ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା । ଗାଡ଼ିରେ ଥିବା ୧୪ ଜଣଙ୍କ ମଧ୍ୟରୁ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ରାମଗଡ଼ ପୋଲିସ ସ୍ପଷ୍ଟ କରିଛି । ମୃତକଙ୍କ ମଧ୍ୟରେ ୪ ଜଣ ଶିଶୁ, ୪ ଜଣ ମହିଳା ଏବଂ ୫ ଜଣ ପୁରୁଷ ଅଛନ୍ତି । ଅନ୍ୟ ଜଣେ ଗୁରୁତର ଆହତଙ୍କୁ ଉଦ୍ଧାର କରାଯାଇ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ମଧ୍ୟ ଅତ୍ୟନ୍ତ ସଙ୍କଟାପନ୍ନ ରହିଛି ।
ଏହି ଦୁର୍ଘଟଣାକୁ ନେଇ ରାମଗଡ଼ର ଏସଡିପିଓ ଆଲୋକ ରଞ୍ଜନ କହିଛନ୍ତି ଯେ, ମୃତକମାନେ ବିହାରର ନାଳନ୍ଦା ଜିଲ୍ଲାର ବାସିନ୍ଦା । ଘଟଣାସ୍ଥଳରୁ ମିଳିଥିବା ଆଧାର କାର୍ଡ ଆଧାରରେ କିଛି ମୃତକଙ୍କ ପରିଚୟ ଚିହ୍ନଟ କରାଯାଇଛି । ଅନ୍ୟମାନଙ୍କ ପରିଚୟ ସ୍ପଷ୍ଟ କରିବା ପ୍ରକ୍ରିୟା ଜାରି ରହିଛି ।

STORY | 13 killed in road crash in Jharkhand's Ramgarh At least thirteen people were killed after their speeding SUV rammed into another vehicle in Jharkhand's Ramgarh district on Sunday, a senior police officer said. The accident occurred near Painki village within the Kuju area on Ranchi-Patna Highway. All the deceased were residents of Bihar’s Nalanda district, he said. READ: https://t.co/2co8avyiWi
— Press Trust of India (@PTI_News) November 29, 2026
ଦୁର୍ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା । ଗାଡ଼ିରେ ଥିବା ୧୪ ଜଣଙ୍କ ମଧ୍ୟରୁ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ରାମଗଡ଼ ପୋଲିସ ସ୍ପଷ୍ଟ କରିଛି । ମୃତକଙ୍କ ମଧ୍ୟରେ ୪ ଜଣ ଶିଶୁ, ୪ ଜଣ ମହିଳା ଏବଂ ୫ ଜଣ ପୁରୁଷ ଅଛନ୍ତି । ଅନ୍ୟ ଜଣେ ଗୁରୁତର ଆହତଙ୍କୁ ଉଦ୍ଧାର କରାଯାଇ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ମଧ୍ୟ ଅତ୍ୟନ୍ତ ସଙ୍କଟାପନ୍ନ ରହିଛି ।
ଏହି ଦୁର୍ଘଟଣାକୁ ନେଇ ରାମଗଡ଼ର ଏସଡିପିଓ ଆଲୋକ ରଞ୍ଜନ କହିଛନ୍ତି ଯେ, ମୃତକମାନେ ବିହାରର ନାଳନ୍ଦା ଜିଲ୍ଲାର ବାସିନ୍ଦା । ଘଟଣାସ୍ଥଳରୁ ମିଳିଥିବା ଆଧାର କାର୍ଡ ଆଧାରରେ କିଛି ମୃତକଙ୍କ ପରିଚୟ ଚିହ୍ନଟ କରାଯାଇଛି । ଅନ୍ୟମାନଙ୍କ ପରିଚୟ ସ୍ପଷ୍ଟ କରିବା ପ୍ରକ୍ରିୟା ଜାରି ରହିଛି ।
ପଢନ୍ତୁ ଏହି ଖବର: ବାଲିଯାତ୍ରାରେ ଦୋଳି ଗୁଡ଼ିକର ତନ୍ନ ତନ୍ନ ଯାଞ୍ଚ; ସ୍ୱାଭାବିକ ହେଲା ଦୋଳି ଚଳାଚଳ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories