Hindus in Bangladesh / ମୋହନ ଭାଗବତଙ୍କ ଏକତା ଡାକରା; 'ଏବେ ବି ବାଂଲାଦେଶରେ ଅଛନ୍ତି ୧.୨୫ କୋଟି ହିନ୍ଦୁ'
·6 months ago·2 min read

Key Points
ବାଂଲାଦେଶୀ ହିନ୍ଦୁଙ୍କୁ ନେଇ ଚିନ୍ତା ପ୍ରକଟ କଲେ ଆରଏସଏସ ମୁଖ୍ୟ
ସମସ୍ତେ ଖୁବଶୀଘ୍ର ଏକାଠି ହେବାକୁ ଦେଲେ ଡାକରା
କହିଲେ ରାଜନୈତିକ ଫାଇଦା ପାଇଁ ଏକାଠି ହେବା ଜରୁରୀ

ବାଂଲାଦେଶରେ ଥିବା ହିନ୍ଦୁଙ୍କ ମଧ୍ୟରେ ଏକତାଭାବ ଜାଗ୍ରତ ପାଇଁ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ (RSS) ମୁଖ୍ୟ ମୋହନ ଭାଗବତ ଆହ୍ଵାନ ଦେଇଛନ୍ତି । ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଶାସନ ଗାଦିରୁ ହଟିବା ପରେ ପଡ଼ୋଶୀ ଦେଶରେ ଭାରତର ବିରୋଧୀ ଭାବନା ବିରୋଧରେ ସମସ୍ତ ହିନ୍ଦୁ ଏକାଠି ହେବା ଉଚିତ ବୋଲି କହିଛନ୍ତି ମୋହନ । ବାଂଲାଦେଶରେ ଏବେ ୧.୨୫ କୋଟି ହିନ୍ଦୁ ବସବାସ କରୁଛନ୍ତି । ସେମାନେ ଏକାଠି ହୋଇ ରାଜନୀତି ବ୍ୟବସ୍ଥାରୁ ଲାଭ ଉଠାଇବା ଉପରେ ଗୁରୁତ୍ଵ ଦେବା ଉଚିତ ।
ଗତ କିଛି ଦିନ ତଳେ ବାଂଲାଦେଶରେ ହିନ୍ଦୁଙ୍କୁ କରାଯାଉଥିଲା ଟାର୍ଗେଟ । ପଡ଼ୋଶୀ ଦେଶରେ ଅନେକ ହିନ୍ଦୁଙ୍କୁ ହତ୍ୟା କରାଯାଉଥିଲା । ଏହି ପ୍ରସଙ୍ଗ ଉପରେ ଏକ ଜାତୀୟ ଗଣମାଧ୍ୟମ ସରବରାହ ସଂସ୍ଥାକୁ ସାକ୍ଷାତକାର ଦେବା ସମୟରେ ମୋହନ ଭାଗବତ କହିଛନ୍ତି, "ବିଗତ ଦିନରେ ବାଂଲାଦେଶରେ ଯାହା ଘଟିଲା...ବାଂଲାଦେଶରେ ଏବେ ବି ୧.୨୫ କୋଟି ହିନ୍ଦୁ ଅଛନ୍ତି । ଯଦି ସେମାନେ ଏକାଠି ହୁଅନ୍ତି, ତେବେ ନିଜର ଫାଇଦା ପାଇଁ ରାଜନୈତିକ ବ୍ୟବସ୍ଥାକୁ ବ୍ୟବହାର କରିପାରନ୍ତି । ଯାହାଦ୍ଵାରା ସେମାନେ ସେଠାରେ ସୁରକ୍ଷିତ ରହିପାରିବେ, କିନ୍ତୁ ଏଥିଲାଗି ସେମାନଙ୍କୁ ଏକଜୁଟ ହେବାକୁ ପଡ଼ିବ । ସୌଭାଗ୍ୟବଶତଃ, ଏଥର ସେମାନେ ପଳାୟନ କରିବାକୁ ଚିନ୍ତା କରିନାହାନ୍ତି । ସେଠାରେ ରହି ଲଢେଇ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏବେ ଯଦି ସେମାନେ ଲଢିବାକୁ ଚାହୁଁଛନ୍ତି, ତେବେ ସେମାନଙ୍କୁ ପ୍ରଥମେ ଏକଜୁଟ ହେବାକୁ ପଡ଼ିବ । ଯେତେ ଶୀଘ୍ର ସେମାନେ ଏକାଠି ହେବେ ସେତେ ଜଲଦି ସବୁକିଛି ଠିକ୍ ହେବ ।"
ବାଂଲାଦେଶରେ ଥିବା ହିନ୍ଦୁମାନଙ୍କ ସୁରକ୍ଷା ଲାଗି ଆରଏସଏସ ଯଥାସମ୍ଭବ ସାହାଯ୍ୟ କରିପାରିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ମୋହନ । ସେ ଆହୁରି କହିଛନ୍ତି ଯେ ବାଂଲାଦେଶରେ ଯେତେ ସଂଖ୍ୟାରେ ହିନ୍ଦୁ ଅଛନ୍ତି, ସେମାନେ ନିଜର ସ୍ଥିତିକୁ ସୁଧାରିପାରିବେ । ବାଂଲାଦେଶୀ ହିନ୍ଦୁମାନଙ୍କ ଲାଗି ସାରା ବିଶ୍ଵରେ ଥିବା ହିନ୍ଦୁମାନେ ସାହାଯ୍ୟ କରିବେ ବୋଲି କହିଛନ୍ତି ଭାଗବତ । ସେ ଏଥିଲାଗି ପ୍ରତିଶ୍ରୁତିବଦ୍ଧ ବୋଲି ମଧ୍ୟ କହିଛନ୍ତି । ଏଠାରେ କହିରଖୁଛୁ କି, ଆରଏସଏସ ନିଜର ଶତବାର୍ଷିକୀ ସମାରୋହକୁ ମୁମ୍ବାଇରେ ଆୟୋଜନ କରିଛି । ସେହି କାର୍ଯ୍ୟକ୍ରମରେ ସଂଘର ମୁଖ୍ୟ ମୋହନ ଭାଗବତ ଯୋଗଦେଇ ବାଂଲାଦେଶୀ ହିନ୍ଦୁଙ୍କ ସମସ୍ୟା ଉପରେ ଆଲୋଚନା କରିଛନ୍ତି ।
ଏଥିସହ ପଢନ୍ତୁ: RSSର ଶତବାର୍ଷିକୀ ସମାରୋହ; କାର୍ଯ୍ୟକ୍ରମରେ ଖାସ୍ ଅନ୍ଦାଜରେ ପହଞ୍ଚିଲେ ସଲମାନ ଖାନ୍

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବାଂଲାଦେଶରେ ଗତ କିଛି ମାସ ମଧ୍ୟରେ ସଂଖ୍ୟାଲଘୁ, ବିଶେଷକରି ହିନ୍ଦୁମାନଙ୍କ ବିରୁଦ୍ଧରେ ହିଂସାତ୍ମକ ଘଟଣା ବୃଦ୍ଧି ପାଇବାରେ ଲାଗିଛି । ୨୦୨୪ ଅଗଷ୍ଟ ୫ରେ ଛାତ୍ର-ନେତୃତ୍ୱାଧୀନ ଜୁଲାଇ ବିଦ୍ରୋହ ପରେ ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କୁ ଦେଶ ଛାଡି ପଳାଇବାକୁ ବାଧ୍ୟ କରାଯିବା ପରେ ଉତ୍ତେଜନା ବୃଦ୍ଧି ପାଇଥିଲା । ଭାରତ ବିରୋଧୀ ଉଗ୍ରବାଦୀ ଛାତ୍ର ନେତା ସରିଫ ଓସମାନ ହାଦିଙ୍କ ମୃତ୍ୟୁ ପରେ ଗତ କିଛି ମାସ ମଧ୍ୟରେ ହିଂସା ବୃଦ୍ଧି ପାଇଛି । ଦେଶର ବିଭିନ୍ନ ସ୍ଥାନରେ ହିଂସାତ୍ମକ ଘଟଣା ହିନ୍ଦୁ ନାଗରିକ, ବ୍ୟବସାୟୀ ଏବଂ ଛାତ୍ରମାନଙ୍କୁ ଟାର୍ଗେଟ କରିଛି, ଯାହା ଫଳରେ ବାଂଲାଦେଶରେ ଅନେକ ହିନ୍ଦୁଙ୍କ ମୃତ୍ୟୁ ଘଟିଛି ।
Related Topics
Explore more stories