|
logo
Live
Argus News App
GET APP

Argus News - କୋଇଲା ଓ ଲୁହା ପଥର ଟ୍ରକ୍ ମୁହାଁମୁହିଁ ଧକ୍କା ପରେ ଲାଗିଗଲା ନିଆଁ; ୨୦ କିଲୋମିଟର ଟ୍ରାଫିକ୍ ଜାମ୍

Accident

Accident / କୋଇଲା ଓ ଲୁହା ପଥର ଟ୍ରକ୍ ମୁହାଁମୁହିଁ ଧକ୍କା ପରେ ଲାଗିଗଲା ନିଆଁ; ୨୦ କିଲୋମିଟର ଟ୍ରାଫିକ୍ ଜାମ୍

Sushanta Sahoo
Browse all articles by Sushanta Sahoo
·3 months ago·2 min read
କୋଇଲା ଓ ଲୁହା ପଥର ଟ୍ରକ୍ ମୁହାଁମୁହିଁ ଧକ୍କା ପରେ ଲାଗିଗଲା ନିଆଁ; ୨୦ କିଲୋମିଟର ଟ୍ରାଫିକ୍ ଜାମ୍
Two Drivers Killed as Trucks Catch Fire

Key Points

ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ୨ ଚାଳକଙ୍କ ମୃତଦେହ ଉଦ୍ଧାର କରିଛି । ଗୋଟିଏ ଟ୍ରକ୍‌ରେ କୋଇଲା ଓ ଅନ୍ୟଟିରେ ଲୁହା ପଥର ଥିଲା ।
ସୁନ୍ଦରଗଡ଼/ସମ୍ବଲପୁର: ଦୁର୍ଘଟଣାରେ ଚାଲିଗଲା ୨ ଚାଳକଙ୍କ ଜୀବନ । ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକ ଅନ୍ତର୍ଗତ ଚୁନା ଘାଟିରେ ଦୁର୍ଘଟୋଣା ହୋଇଛି । ଦୁଇଟି ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଥିବା ବେଳେ ଉଭୟ ଚାଳକଙ୍କ ମୃତ୍ୟୁ ହୋଇଛି ।

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ୨ଟି ଟ୍ରକ୍‌ର କ୍ୟାବିନ୍ ସମ୍ପୂର୍ଣ୍ଣ ଚୂରମାର୍ ହୋଇଯିବା ସହ ନିଆଁ ଲାଗି ଯାଇଛି । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ୨ ଚାଳକଙ୍କ ମୃତଦେହ ଉଦ୍ଧାର କରିଛି । ଗୋଟିଏ ଟ୍ରକ୍‌ରେ କୋଇଲା ଓ ଅନ୍ୟଟିରେ ଲୁହା ପଥର ଥିଲା ।

ଏଥିସହ ପଢ଼ନ୍ତୁ: ଦୋକାନରେ ଶୋଇଥିଲେ ପରିବା ବ୍ୟବସାୟୀ, ବାହାରୁ ତାଲା ପକାଇ ଲଗାଇଦେଲେ ନିଆଁ

ସୂଚନା ଅନୁସାରେ, ଲୁହା ପଥର ବୋଝେଇ ଟ୍ରକ୍‌ଟି ବ୍ରେକ୍ ଫେଲ୍ ହୋଇ କୋଇଲା ବୋଝେଇ ଟ୍ରକ୍‌ଟିକୁ ଧକ୍କା ଦେଇଥିଲା । ଦୁର୍ଘଟଣା ପରେ ନିଆଁ ଲାଗି ଯାଇଥିଲା । ଫଳରେ ଜାତୀୟ ରାଜପଥ ୫୨୦ରେ ଟ୍ରାଫିକ୍ ଜାମ୍ ସ୍ଥିତି ସୃଷ୍ଟି ହୋଇଛି । ପ୍ରାୟ ୫ ଘଣ୍ଟା ଧରି ରାସ୍ତାର ଉଭୟ ପାର୍ଶ୍ଵରେ ୨୦ କିଲୋମିଟର ପର୍ଯ୍ୟନ୍ତ ଭିଡ଼ ଲାଗି ରହିଛି ।

ସେପଟେ ସମ୍ବଲପୁର ଜିଲ୍ଲା ଯୁଜୁମରା ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା ଘଟିଛି । ଭୁବନେଶ୍ଵରରୁ ମା ସମଲେଶ୍ଵରୀଙ୍କ ଦର୍ଶନ ପାଇଁ ଆସୁଥିବା ଏକ ଟୁରିଷ୍ଟ ଟ୍ରାଭେଲର ଗାଡ଼ି ରାସ୍ତା କଡ଼ ବ୍ରିଜ୍ ବ୍ୟାରିକେଡ୍‌କୁ ଧକ୍କା ଦେଇଛି ।

ଏଥିସହ ପଢ଼ନ୍ତୁ: ଜାଡ଼ରେ ଥରୁଛି କୋରାପୁଟ: ଲୋକଙ୍କ ହାଲ୍ ବେହାଲ୍

ଏହି ଦୁର୍ଘଟଣାରେ ୧୫ ଜଣ ଆହତ ହୋଇଥିବା ବେଳେ ୮ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ୭ ଜଣଙ୍କୁ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗୁରୁତର ୮ ଜଣ ବୁର୍ଲା ଭୀମସାରରେ ଭର୍ତ୍ତି ହୋଇଛନ୍ତି ।

ସକାଳ ୬ଟା ସମୟରେ ଏହି ଦୁର୍ଘଟଣା ଘଟିଛି । ସୂଚନା ଅନୁସାରେ, ସକାଳ ସମୟରେ ଡ୍ରାଇଭରଙ୍କ ଆଖି ଲାଗିଯିବାକୁ ଟ୍ରାଭେଲରଟି ରାସ୍ତା କଡ଼ ବ୍ୟାରିକେଡ୍‌ରେ ପିଟି ହୋଇଥିଲା । ଭୁବନେଶ୍ଵରର ପିଚୁ ବସ୍ତି ପଡ଼ିଆରୁ ଟ୍ରାଭେଲରରେ ୧୭ ଜଣ ମା ସମଲେଶ୍ଵରୀଙ୍କ ଦର୍ଶନ ପାଇଁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Accident: କୋଇଲା ଓ ଲୁହା ପଥର ଟ୍ରକ୍ ମୁହାଁମୁହିଁ ଧକ୍କା ପରେ ଲାଗିଗଲା ନିଆଁ; ୨୦ କିଲୋମିଟର ଟ୍ରାଫିକ୍ ଜାମ୍ | Argus News