Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Accident

Hospital Fire / AC ସର୍ଟସର୍କିଟରୁ ହସ୍ପିଟାଲ୍‌ରେ ଅଗ୍ନିକାଣ୍ଡ; ଜୀବନ ବିକଳରେ ଦୌଡ଼ିଲେ ରୋଗୀ

Sushanta Sahoo
Browse all articles by Sushanta Sahoo
·2 months ago·2 min read
AC ସର୍ଟସର୍କିଟରୁ ହସ୍ପିଟାଲ୍‌ରେ ଅଗ୍ନିକାଣ୍ଡ; ଜୀବନ ବିକଳରେ ଦୌଡ଼ିଲେ ରୋଗୀ
Kolkata Hospital Fire

Key Points

ଆନନ୍ଦଲୋକ ହସ୍ପିଟାଲ୍‌ରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି । ହସ୍ପିଟାଲ୍‌ରେ ଥିବା ରୋଗୀଙ୍କୁ ଅନ୍ୟ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ନିଆଁ ଆୟତ୍ତ କରିଛି ଅଗ୍ନିଶମ ବାହିନୀ ।
କୋଲକାତା: ପଶ୍ଚିମବଙ୍ଗରେ ନିର୍ବାଚନୀ ଉଷ୍ମତା ଭିତରେ ନିଆଁ ଲାଗିଛି । ରାଜଧାନୀ କୋଲକାତାର ଆନନ୍ଦଲୋକ ହସ୍ପିଟାଲ୍‌ରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗିବା ଖବର ମିଳିବା ମାତ୍ରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

ହସ୍ପିଟାଲ୍‌ରେ ଥିବା ରୋଗୀଙ୍କୁ ଅନ୍ୟ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ରୋଗୀମାନଙ୍କୁ ଷ୍ଟ୍ରେଚର୍ ଓ ହ୍ଵିଲ୍ ଚେୟାରରେ ନିଆଯାଇଛି । ଅଗ୍ନିକାଣ୍ଡ ପରେ ହସ୍ପିଟାଲ୍‌ରୁ ପ୍ରାୟ ୮୦ ଜଣ ରୋଗୀଙ୍କୁ ଅନ୍ୟତ୍ର ନିଆଯାଇଛି । ଆଶ୍ଵସ୍ତିର ଖବର ହେଉଛି, ମେଡିକାଲ୍‌ରେ ଲାଗିଥିବା ନିଆଁରେ କେହି ମୃତାହତ ହୋଇ ନାହାନ୍ତି ।

ଏଥିସହ ପଢ଼ନ୍ତୁ: ବସଷ୍ଟାଣ୍ଡରେ ଲାଗିଲା ନିଆଁ; ଜଳିପୋଡ଼ି ପାଉଁଶ ହେଲା ୭ ବସ୍

ମିଳିଥିବା ସୂଚନା ଅନୁସାରେ, ସଲ୍ଟଲେକ୍‌ରେ ଥିବା ଆନନ୍ଦଲୋକ ହସ୍ପିଟାଲ୍‌ର ଦ୍ଵିତୀୟ ମହଲାରେ ନିଆଁ ଲାଗିଥିଲା । ବର୍ତ୍ତମାନ ନିଆଁକୁ ଅଗ୍ନିଶମ ବାହିନୀ ଆୟତ୍ତ କରି ନେଇଛନ୍ତି । ଦ୍ଵିତୀୟ ମହଲାରେ ଥିବା ଅପରେସନ୍ ଥିଏଟରର ଏସିର ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।

ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, ଦ୍ଵିତୀୟ ମହଲାରେ ଥିବା ଝରକାରୁ ନିଆଁ ବାହାରୁଥିବା ଦେଖିଥିଲେ । ନିଆଁ ଲାଗିବା ସହ ଅଞ୍ଚଳ ଧୂଆଁରେ ଭରି ଯାଇଥିଲା । ସଙ୍ଗେ ସଙ୍ଗେ କର୍ତ୍ତୃପକ୍ଷ ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିଥିଲେ ।

ଏଥିସହ ପଢ଼ନ୍ତୁ: ସୁସ୍ଥ ହେଉଥିବା ପୁଅକୁ ନେଇଗଲା SCB ମେଡିକାଲ ନିଆଁ, ICU ଅଗ୍ନିକାଣ୍ଡରେ ଏଯାଏଁ ଗଲାଣି ୧୨ ଜୀବ

ନିଆଁ ନେଇଥିଲା ୯୨ ଜୀବନ

ତେବେ କୋଲକାତାରେ ହସ୍ପିଟାଲ୍‌ରେ ଅଗ୍ନିକାଣ୍ଡ ନୂଆ ଘଟଣା ନୁହେଁ । ଏହା ପୂର୍ବରୁ ୨୦୧୧ ଡିସେମ୍ବର ୯ରେ ଧାକୁରିଆ ଆମ୍ରି ହସ୍ପିଟାଲ୍‌ରେ ଅଗ୍ନିକାଣ୍ଡ ଘଟିଥିଲା । ଯେଉଁଥିରେ ୯୨ ଜଣ ରୋଗୀଙ୍କ ଜୀବନ ଚାଲି ଯାଇଥିଲା । ସେତେବେଳେ ରୋଗୀ ଅଣନିଶ୍ଵାସୀ ହୋଇ ପଡ଼ିବା ସହ ପୋଡ଼ି ଯାଇ ମୃତ୍ୟୁ ବରଣ କରିଥିଲେ ।

ଏବେ ଆନନ୍ଦଲୋକ ହସ୍ପିଟାଲ୍‌ରେ ଲାଗିଥିବା ନିଆଁ ଆୟତ୍ତର ହୋଇଛି । କୌଣସି ରୋଗୀ କିମ୍ବା ସମ୍ପର୍କୀୟ ନିଆଁରେ ଆହତ ହୋଇ ନାହାନ୍ତି । କେହି ମେଡିକାଲ୍‌ ଭିତରେ ଫସି ରହିନଥିବା ଅଗ୍ନିଶମ ବାହିନୀ ସୂଚନା ଦେଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Fire Breaks Out at Kolkata Hospital, Patients Evacuated Safely | Argus News | Argus News