Army Helicopter Crash / ପାହାଡ଼ରେ ଖସି ପଡ଼ିଲା ସେନା ହେଲିକପ୍ଟର; ଅଳ୍ପକେ ବର୍ତ୍ତିବା ପରେ ସେଲ୍ଫି ନେଲେ ମେଜର ଜେନେରାଲ୍
·1 hour ago·2 min read

Key Points
ଲେହରେ ଭାରତୀୟ ସେନାର 'ଚିତା' ହେଲିକପ୍ଟର କ୍ରାସ୍ ହୋଇଛି । ଏହି ଦୁର୍ଘଟଣାରେ କାହାରି ମୃତ୍ୟୁ ହୋଇ ନାହିଁ । ୩ ଜଣ ସେନା ଅଧିକାରୀ ବଡ଼ ଦୁର୍ଘଟଣାରୁ ସୌଭାଗ୍ୟବଶତଃ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି ।
ନୂଆଦିଲ୍ଲୀ: ଚାରିଆଡ଼େ ବଡ଼ ବଡ଼ ପଥର ଖଣ୍ଡ । ଆଉ ତାରି ଭିତରେ ଆକାଶରୁ ଖସି ପଡ଼ିଛି କଳା ରଙ୍ଗର ସେନା ହେଲିକପ୍ଟର । ଆଉ ହେଲିକପ୍ଟର ଭଗ୍ନାଂଶ ନିକଟରେ ବସି ସେଲ୍ଫି ନେଇଛନ୍ତି ସେନାର ୩ ଜଣ ଅଧିକାରୀ ।
ମିଳିଥିବା ସୂଚନା ଅନୁସାରେ, ଲେହରେ ଭାରତୀୟ ସେନାର 'ଚିତା' ହେଲିକପ୍ଟର କ୍ରାସ୍ ହୋଇଛି । ଏହି ଦୁର୍ଘଟଣାରେ କାହାରି ମୃତ୍ୟୁ ହୋଇ ନାହିଁ । ହେଲିକପ୍ଟର ଉଡ଼ାଉଥିବା ଲେଫ୍ଟନେଣ୍ଟ କର୍ଣ୍ଣେଲ ଓ ମେଜର ରାଙ୍କର ଅଧିକାରୀ ଏହି ଦୁର୍ଘଟଣାରେ ଆହତ ହୋଇଛନ୍ତି ।
ଏଥିସହ ପଢ଼ନ୍ତୁ: ରେଳ କର୍ମଚାରୀଙ୍କୁ ବଡ଼ ଭେଟି; ୧୫୫ଟି ଟ୍ରେନ୍ର ରନିଂ ଷ୍ଟାଫଙ୍କ ଭତ୍ତାରେ ବୃଦ୍ଧି
ଲେଫ୍ଟନେଣ୍ଟ କର୍ଣ୍ଣେଲ ଓ ମେଜର ରାଙ୍କର ଅଧିକାରୀଙ୍କ ସହ ହେଲିକପ୍ଟରରେ ତୃତୀୟ ଇନଫାଣ୍ଟ୍ରି ଡିଭିଜନରର ଜେନେରାଲ୍ ଅଫିସର କମାଣ୍ଡିଂ ସଚିନ ମେହତା ଥିଲେ । ସମସ୍ତେ ଆହତ ହୋଇଥିବା ବେଳେ ଦୁର୍ଘଟଣା ପରର ଫଟୋ ସାମ୍ନାକୁ ଆସିଛି ।
ଭାଇରାଲ୍ ଫଟୋରେ ଦେଖା ଯାଉଛି, ହେଲିକପ୍ଟର ଦୁର୍ଘଟଣା ପରେ ସେନାର ୩ ଅଧିକାରୀ ବିଜୟର ଚିହ୍ନ ଦେଖାଇ ସେଲ୍ଫି ଉଠାଇଛନ୍ତି । ଯେଉଁ ଫଟୋକୁ ଆପଣ ଦେଖିବା ପରେ ଭାରତୀୟ ଯବାନଙ୍କ ସାହସକୁ ସଲାମ କରିବେ ।
ବଡ଼ ଦୁର୍ଘଟଣା, ବର୍ତ୍ତିଗଲା ଜୀବନ
ଫଟୋରେ ସ୍ପଷ୍ଟ ଭାବେ ଦେଖା ଯାଉଛି ଯେ, ସେନା ଅଧିକାରୀ ପାହାଡ଼ିଆ ଅଞ୍ଚଳର ଭୂଇଁରେ ବସିଛନ୍ତି । ୩ ଜଣ ସେନା ଅଧିକାରୀ ବଡ଼ ଦୁର୍ଘଟଣାରୁ ସୌଭାଗ୍ୟବଶତଃ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି ।
ଅନ୍ୟ ୨ ଜଣ ସାଥୀ ଯବାନ ଜମିରେ ବସିଥିବା ସମୟରେ ମେଜର ଜେନେରାଲ୍ ମେହତା ତାଙ୍କ ମୋବାଇଲ୍ରେ ସେଲ୍ଫି ନେଉଛନ୍ତି । ଆଉ ସାଥୀ ୨ ଯବାନ ବିଜୟର ଚିହ୍ନ ହାତରେ ଦର୍ଶାଉଛନ୍ତି । ସେମାନଙ୍କ ନିକଟରେ କ୍ରାସ୍ ହୋଇଥିବା ହେଲିକପ୍ଟରର ଭଗାଂଶ୍ନ ପଡ଼ିଥିବା ଦେଖା ଯାଉଛି ।
ଏଥିସହ ପଢ଼ନ୍ତୁ: ହଠାତ୍ ବଡ଼ ଧମାକା; ଚୀନରେ ୯୦ ଜଣଙ୍କ ମୃତ୍ୟୁ, ଅନେକ ନିଖୋଜ
୩ ଅଧିକାରୀ ସୁରକ୍ଷିତ
ସେନା ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ସେନାର ୩ ଅଧିକାରୀ ଅଳ୍ପକେ ଦୁର୍ଘଟଣାରୁ ରକ୍ଷା ପାଇଛନ୍ତି । ଏହି ଦୁର୍ଘଟଣା ମେ ୨୦ ତାରିଖରେ ଘଟିଛି । ଏଥିରେ ୩ ଅଧିକାରୀ ଆହତ ହୋଇଛନ୍ତି । ହେଲିକପ୍ଟରଟି ଦୁର୍ଗମ ଲେହ ଉପରେ ଉଡ଼ୁଥିବା ବେଳେ ଖସି ପଡ଼ିଥିଲା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories