15 Killed in Fire / ସାମ୍ନାକୁ ଆସିଲା ଲକ୍ଷ୍ନୌ ଅଗ୍ନିକାଣ୍ଡର କାରଣ; କାନ୍ଥ ଭାଙ୍ଗି ଲୋକଙ୍କୁ କରାଗଲା ଉଦ୍ଧାର...
·2 hours ago·2 min read

Key Points
ନିଆଁ, ଧୂଆଁ... ଚାରିକାନ୍ଥ । ମୃତ୍ୟୁର ଭୟ ମଧ୍ୟରେ ଜୀବନର ଲୋଭ । କିଏ ଛାତରୁ ଡେଇଁଲା ତ ଆଉ କିଏ ବାଥରୁମ୍ରେ ପଶି କବାଟ ବୁଜିଦେଲା । ଶେଷରେ ଲକ୍ଷ୍ନୌର ନିଆଁ ନେଇଗଲା ୧୫ ଜଣଙ୍କ ଜୀବନ ।
ଲକ୍ଷ୍ନୌ: ସବୁ ସାରିଦେଲା ନିଆଁ । ନେଇଗଲା ୧୫ ଜୀବନ । ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌର ଅଲୀଗଞ୍ଜର ଏକ ୩ ମହଲା କୋଠାରେ ଲାଗିଥିବା ନିଆଁରେ ଏବେ ସୁଦ୍ଧା ୧୫ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଅଧିକାଂଶ ଛାତ୍ର ଥିବା ସୂଚନା ମିଳିଛି ।
୩ ମହଲା କୋଠାକୁ ନିଆଁ ଓ ଧୂଆଁ ଆଚ୍ଛାଦିତ କରି ନେଇଛି । କୋଠାର ଦ୍ଵିତୀୟ ମହଲାରେ ଥିବା ଲର୍ଣ୍ଣିଂ ସ୍ପେସ୍ ନାମକ ଲାଇବ୍ରେରୀ ଓ କୋଟି ସେଣ୍ଟରରେ ଥିବା ଛାତ୍ରଛାତ୍ରୀ ନିଆଁ ଓ ଧୂଆଁରୁ ରକ୍ଷା ପାଇଁ ବାଥରୁମ୍ରେ ପଶି ଯାଇଥିଲେ ।
ଏପରିକି ଜଣେ ଛାତ୍ର ଜୀବନ ବଞ୍ଚାଇବାକ ପ୍ରଥମ ମହଲାରୁ ଡେଇଁ ପଡ଼ିଥିଲେ । କିନ୍ତୁ ତଳେ ଥିବା ଗ୍ରୀଲ୍ରେ ଲାଗିବାରୁ ସେ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ମେଡିକାଲ୍ରେ ଭର୍ତ୍ତି କରାଯାଇଛି ।
ଏଥିସହ ପଢ଼ନ୍ତୁ: ୩ ମହଲା କୋଠାକୁ ଗିଳିଦେଲା ନିଆଁ; ୧୩ ଜଣଙ୍କ ମୃତଦେହ ଉଦ୍ଧାର
କାନ୍ଥ ଭାଙ୍ଗି ବାହାର କଲେ...
ଅଗ୍ନିକାଣ୍ଡ ସୂଚନା ପାଇଁ ଅଗ୍ନିଶମ ବାହିନୀର ପ୍ରାୟ ୧୫ଟି ଗାଡ଼ି ସହ SDRF ଓ NDRF ଟିମ୍ ପହଞ୍ଚି ଉଦ୍ଧାର ଓ ନିଆ ଲିଭା ଆରମ୍ଭ କରିଥିଲେ । ପ୍ରବଳ ଧୂଆଁ ଓ ଭୀଷଣ ନିଆଁ ପାଇଁ ଉଦ୍ଧାର ମୁସ୍କିଲ୍ ହୋଇ ପଡ଼ିଥିଲା ।
୩ ମହଲା କୋଠାର ବେସମେଣ୍ଟ, ତଳ ମହଲା, ଓ ପ୍ରଥମ ମହଲାରେ ପେଟ୍ ଶପ୍ ଓ କ୍ଲିନିକ୍ ରହିଛି । ଯେତେବେଳେ କି ଦ୍ଵିତୀୟ ମହଲାରେ ଲାଇବ୍ରେରୀ ଓ ହେଡ୍ ହାପର ଷ୍ଟୁଡିଓ ସହ ୩ଡି ଆର୍ଟ ପ୍ରଡକ୍ସନ୍ ଓ ଗେମ୍ ଆସେଟ୍ ରହିଛି ।
ପ୍ରତ୍ୟକ୍ଷଦର୍ଶୀ କହିଲେ, କେମିତି ଲାଗିଲା ନିଆଁ ?
ସେଠାରେ ଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, ବିଦ୍ୟୁତ୍ ଖୁଣ୍ଟରେ ସର୍ଟ ସର୍କିଟ ପରେ ନିଆଁ ସିଧା କୋଠାକୁ ବ୍ଯାପିଥିଲା । ସଙ୍ଗେ ସଙ୍ଗେ ବିଲ୍ଡିଂଟି ଧୂଆଁରେ ଭରି ଯାଇଥିଲା । ଜୀବନ ବଞ୍ଚାଇବାକୁ କିଛି ଜଣ ଛାତରୁ ତଳକୁ ଡେଇଁ ପଡ଼ିଥିଲେ ।
ଏଥିସହ ପଢ଼ନ୍ତୁ: ହଠାତ୍ କାମ କଲାନି ୪ ମାସର ଛୁଆର ହୃତ୍ପିଣ୍ଡ; ଡାକ୍ତର କଲେ ଚମତ୍କାର
ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ ଅଗ୍ନିକାଣ୍ଡ ସ୍ଥଳରେ ପହଞ୍ଚି ଉଦ୍ଧାର ଓ ନିଆଁ ଲିଭାଇବା ସ୍ଥିତି ଉପରେ ନଜର ରଖିଛନ୍ତି । ଏବେ ସୁଦ୍ଧା ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ବୟସ ୨୦ରୁ ୨୪ ବର୍ଷ ମଧ୍ୟରେ ବୋଲି ଜଣାପଡ଼ିଛି ।
ଅଗ୍ନିକାଣ୍ଡକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାରକୁ ୨ ଲକ୍ଷ ଓ ଆହତଙ୍କୁ ୫୦ ହଜାର ଦେବାକୁ ପିଏମ୍ ପକ୍ଷରୁ ଅନୁକମ୍ପାମୂଳକ ସହାୟତା ଘୋଷଣା କରାଯାଇଛି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ସମଗ୍ର ମାମଲାର ଯାଞ୍ଚ ପାଇଁ DGP, ଗୃହ ବିଭାଗର ଉପମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଅଗ୍ନିଶମ ବାହିନୀ କର୍ମଚାରୀ କୋଠାର ପଛ ଭାଗ କାନ୍ଥ ଭାଙ୍ଗି ଭିତେ ପଶିବା ସହ ଫସିଥିବା ଲୋକଙ୍କୁ ଉଦ୍ଧାର କରିଛନ୍ତି । ଆହୁରି କିଛି ଜଣ ଭିତରେ ଫସି ରହିଥିବା ଆଶଙ୍କା କରୁଛନ୍ତି ଅଗ୍ନିଶମ କର୍ମଚାରୀ ।#କୋଚିଂ_ସେଣ୍ଟର_ଅଗ୍ନିକାଣ୍ଡ: ୧୪ ମୃତ
— Argus News (@ArgusNews_in) June 22, 2026
ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଏକ କୋଚିଂ ସେଣ୍ଟରରେ ଅଗ୍ନିକାଣ୍ଡ
ଅଗ୍ନିକାଣ୍ଡରେ ବର୍ତ୍ତମାନ ସୁଦ୍ଧା ୧୪ ଜଣଙ୍କର ମୃତ୍ୟ ହୋଇଥିବା ସୂଚନା
କିଛି ଲୋକ ଏବେ ମଧ୍ୟ ଭିତରେ ଫସି ରହିଥିବା ଅନୁମାନ
ଜୀବନ ବଞ୍ଚାଇବାକୁ କିଛି ଲୋକ ଛାତରୁ ଡେଇଁପଡ଼ିଲେ#UttarPradesh #FireSafety #LucknowFire… pic.twitter.com/M9e7uU8Cg8
୩ ମହଲା କୋଠାର ବେସମେଣ୍ଟ, ତଳ ମହଲା, ଓ ପ୍ରଥମ ମହଲାରେ ପେଟ୍ ଶପ୍ ଓ କ୍ଲିନିକ୍ ରହିଛି । ଯେତେବେଳେ କି ଦ୍ଵିତୀୟ ମହଲାରେ ଲାଇବ୍ରେରୀ ଓ ହେଡ୍ ହାପର ଷ୍ଟୁଡିଓ ସହ ୩ଡି ଆର୍ଟ ପ୍ରଡକ୍ସନ୍ ଓ ଗେମ୍ ଆସେଟ୍ ରହିଛି ।
ପ୍ରତ୍ୟକ୍ଷଦର୍ଶୀ କହିଲେ, କେମିତି ଲାଗିଲା ନିଆଁ ?
ସେଠାରେ ଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, ବିଦ୍ୟୁତ୍ ଖୁଣ୍ଟରେ ସର୍ଟ ସର୍କିଟ ପରେ ନିଆଁ ସିଧା କୋଠାକୁ ବ୍ଯାପିଥିଲା । ସଙ୍ଗେ ସଙ୍ଗେ ବିଲ୍ଡିଂଟି ଧୂଆଁରେ ଭରି ଯାଇଥିଲା । ଜୀବନ ବଞ୍ଚାଇବାକୁ କିଛି ଜଣ ଛାତରୁ ତଳକୁ ଡେଇଁ ପଡ଼ିଥିଲେ ।
ଏଥିସହ ପଢ଼ନ୍ତୁ: ହଠାତ୍ କାମ କଲାନି ୪ ମାସର ଛୁଆର ହୃତ୍ପିଣ୍ଡ; ଡାକ୍ତର କଲେ ଚମତ୍କାର
ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ ଅଗ୍ନିକାଣ୍ଡ ସ୍ଥଳରେ ପହଞ୍ଚି ଉଦ୍ଧାର ଓ ନିଆଁ ଲିଭାଇବା ସ୍ଥିତି ଉପରେ ନଜର ରଖିଛନ୍ତି । ଏବେ ସୁଦ୍ଧା ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ବୟସ ୨୦ରୁ ୨୪ ବର୍ଷ ମଧ୍ୟରେ ବୋଲି ଜଣାପଡ଼ିଛି ।
ଅଗ୍ନିକାଣ୍ଡକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାରକୁ ୨ ଲକ୍ଷ ଓ ଆହତଙ୍କୁ ୫୦ ହଜାର ଦେବାକୁ ପିଏମ୍ ପକ୍ଷରୁ ଅନୁକମ୍ପାମୂଳକ ସହାୟତା ଘୋଷଣା କରାଯାଇଛି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ସମଗ୍ର ମାମଲାର ଯାଞ୍ଚ ପାଇଁ DGP, ଗୃହ ବିଭାଗର ଉପମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories