Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ହଠାତ୍ କାମ କଲାନି ୪ ମାସର ଛୁଆର ହୃତ୍‌ପିଣ୍ଡ; ଡାକ୍ତର କଲେ ଚମତ୍କାର

National

Medical Miracle / ହଠାତ୍ କାମ କଲାନି ୪ ମାସର ଛୁଆର ହୃତ୍‌ପିଣ୍ଡ; ଡାକ୍ତର କଲେ ଚମତ୍କାର

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ହଠାତ୍ କାମ କଲାନି ୪ ମାସର ଛୁଆର ହୃତ୍‌ପିଣ୍ଡ; ଡାକ୍ତର କଲେ ଚମତ୍କାର
Infant Revived After Heart Stopped Beating

Key Points

ଏକ ୪ ମାସର ଛୁଆକୁ ହୃଦ୍‌ରୋଧ (Cardiac Arrest) ଆସିବା ପରେ ବଞ୍ଚାଇ ପାରିଛନ୍ତି ଡାକ୍ତର । ବିଏମ୍‌ସି ଦ୍ଵାରା ପରିଚାଳିତ ଭୀମରାଓ ଆମ୍ବେଦର ହସ୍ପିଟାଲ୍‌ରେ ଡାକ୍ତର ଏହି ଚମତ୍କାର କରି ଦେଖାଇଛନ୍ତି ।
ମୁମ୍ବାଇ: ଆମେ ଡାକ୍ତରଙ୍କୁ ଦ୍ଵିତୀୟ ଭଗବାନ କହୁ । ଆଉ ଏହି କଥା ସତ ହୋଇଛି । ମହାରାଷ୍ଟ୍ରରେ ଏକ ୪ ମାସର ଛୁଆକୁ ହୃଦ୍‌ରୋଧ (Cardiac Arrest) ଆସିବା ପରେ ବଞ୍ଚାଇ ପାରିଛନ୍ତି ଡାକ୍ତର । ବିଏମ୍‌ସି ଦ୍ଵାରା ପରିଚାଳିତ ଭୀମରାଓ ଆମ୍ବେଦର ହସ୍ପିଟାଲ୍‌ରେ ଡାକ୍ତର ଏହି ଚମତ୍କାର କରି ଦେଖାଇଛନ୍ତି ।

ସୂଚନା ଅନୁସାରେ, ୪ ମାସର କୁନି ଶିଶୁକନ୍ୟାକୁ ମେଡିକାଲ୍ ଆଣିବା ସମୟରେ ତାର ହୃଦ୍‌ସ୍ପନ୍ଦନ ବନ୍ଦ ହୋଇ ଯାଇଥିଲା । କିନ୍ତୁ କିଛି ସମୟର ପ୍ରଚେଷ୍ଟା ପରେ ଶିଶୁକନ୍ୟାକୁ ଡାକ୍ତର ବଞ୍ଚାଇ ପାରିଛନ୍ତି ।

ଏଥିସହ ପଢ଼ନ୍ତୁ: ୩ ମହଲା କୋଠାକୁ ଗିଳିଦେଲା ନିଆଁ; ୧୩ ଜଣଙ୍କ ମୃତଦେହ ଉଦ୍ଧାର 

ଶିଶୁକନ୍ୟାର ଜୀବନ ବଞ୍ଚାଇଥିବା ଶିଶୁରୋଗ ବିଭାଗର ମୁଖ୍ୟ ଡକ୍ଟର ରଞ୍ଜନ କହିଛନ୍ତି, "ଶିଶୁଟିକୁ ଅନ୍ୟ ହସ୍ପିଟାଲ୍‌ରୁ ରେଫର୍ କରାଯାଇଥିଲା । ଶିଶୁଟି ପହଞ୍ଚିବା ବେଳତୁ ହୃଦ୍‌ସ୍ପନ୍ଦନ ବନ୍ଦ ହୋଇ ଯାଇଥିଲା । କାର୍ଡିଆକ୍ ଆରେଷ୍ଟର ଲକ୍ଷଣ ଥିଲା ।"

ତୁରନ୍ତ ଶିଶୁଟିକୁ CPR ଦିଆ ଯାଇଥିଲା । ଏହା ପରେ ଶିଶୁକୁ ଇଣ୍ଟ୍ୟୁବଟ କରାଯାଇ ଭେଣ୍ଟିଲେଟର ସପୋର୍ଟରେ ରକି ଔଷଦ ଦିଆଯାଇଥିଲା । ରିସସିଟେସନ୍ ପ୍ରକ୍ରିୟା ଆରମ୍ଭ କରିବାର ୩ରୁ ୪ ମିନିଟ୍ ମଧ୍ୟରେ ଶିଶୁର ହୃଦ୍‌ସ୍ପନ୍ଦନ ପୁଣି ଆରମ୍ଭ ହୋଇଥିଲା ।

ଡାକ୍ତରଙ୍କ ଅନୁସାରେ, ଶିଶୁଟିର ଯାଞ୍ଚ ବେଳେ ତାର ରକ୍ତରେ ପିଏଚ୍ (Ph) ସ୍ତର ବହୁତ କମ୍ ଥିବା ଜଣାପଡ଼ିଛି । ଯାହାକି ଏକ ଗମ୍ଭୀର ରୋଗର ସଂକେତ । ଯଦି ଚିକିତ୍ସାରେ ବିଳମ୍ବ ହୋଇଥାନ୍ତା, ତାହେଲେ ମସ୍ତିଷ୍କ ଉପରେ ପ୍ରଭାବ ପଡ଼ିଥାନ୍ତି । ଗୋଲ୍ଡେନ୍ ହାୱାରରେ ଚିକିତ୍ସା ଯୋଗୁଁ ଶିଶୁ କନ୍ୟା ବଞ୍ଚି ଯାଇଛି । ଏବେ ତାକୁ ଭେଣ୍ଟିଲେଟର ସପୋର୍ଟରେ ରଖା ଯାଇଛି ।

ଏଥିସହ ପଢ଼ନ୍ତୁ: ୩ ବର୍ଷ ପାଇଁ ମିଳିବ ନାହିଁ ଭାରତୀୟ ଚିନି; ଚିନ୍ତାରେ ନେପାଳ ସରକାର 

ଶିଶୁକନ୍ୟାର ପରିବାର ଲୋକଙ୍କ ଅନୁସାରେ, କିଛିଦିନ ହେଲା ଶିଶୁକନ୍ୟା ଦେହରେ ଜ୍ଵର ଥିଲା । ସ୍ଵାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ପରିବାର ଲୋକେ ହସ୍ପିଟାଲ୍ ନେଇଥିଲେ । ସେଠାରେ ସ୍ଵାସ୍ଥ୍ୟ ଆହୁରି ଖରାପ ହୋଇ ପଡ଼ିଥିଲା ।

କୁନି ଝିଅଟି ନିଶ୍ଵାସ ପ୍ରଶ୍ଵାସ ନେବାରେ କଷ୍ଟ ଅନୁଭବ କରୁଥିଲା ଏବଂ ଶରୀର ନିସ୍ତେଜ ହେବାରେ ଲାଗିଲା । ଏହାପରେ ବିଏମ୍‌ସି ହସ୍ପିଟାଲ୍‌କୁ ଶିଶୁକନ୍ୟାକୁ ସ୍ଥାନାନ୍ତର କରାଯାଇଥିଲା । ଯେଉଁଠି ଡାକ୍ତରଙ୍କ ଚିକିତ୍ସା ପରେ ଶିଶୁକନ୍ୟାର ଜୀବନ ବଞ୍ଚି ଯାଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored