Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଫାଷ୍ଟଫୁଡ୍‌ ଉପରେ ପ୍ରଶାସନ ଲଗାଇଲା ଅଙ୍କୁଶ; ଜଣଙ୍କ ମୃତ୍ୟୁ, ଶତାଧିକ ଅସୁସ୍ଥ ପରେ ଥାନାରେ ଦହିବରା ବ୍ୟବସାୟୀ ଅଟକ

Odisha

Taste to Tragedy / ଫାଷ୍ଟଫୁଡ୍‌ ଉପରେ ପ୍ରଶାସନ ଲଗାଇଲା ଅଙ୍କୁଶ; ଜଣଙ୍କ ମୃତ୍ୟୁ, ଶତାଧିକ ଅସୁସ୍ଥ ପରେ ଥାନାରେ ଦହିବରା ବ୍ୟବସାୟୀ ଅଟକ

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ଫାଷ୍ଟଫୁଡ୍‌ ଉପରେ ପ୍ରଶାସନ ଲଗାଇଲା ଅଙ୍କୁଶ; ଜଣଙ୍କ ମୃତ୍ୟୁ, ଶତାଧିକ ଅସୁସ୍ଥ ପରେ ଥାନାରେ ଦହିବରା ବ୍ୟବସାୟୀ ଅଟକ
Street Food Just Got Banned After Tragic Incident

Key Points

ଦହିବରା ଖାଇ ଡାଇରିଆ ବ୍ୟାପିବା ପରେ ଫାଷ୍ଟଫୁଡ୍‌ ବିକ୍ରି ଉପରେ ପ୍ରଶାସନର କଟକଣା । ପାଟପୁର ଆଖପାଖ ୪ ପଞ୍ଚାୟତରେ ଦହିବରା, ଗୁପଚୁପ୍, ଚାଟ ଆଦି ବିକ୍ରି ବାରଣ ।
ଯାଜପୁର: ପାଟିକୁ ସ୍ଵାଦ ଦେଉଥିବା ଦହିବରା ଖାଇ ଜଣଙ୍କ ଜୀବନ ଯିବା ଏବଂ ଶତାଧିକ ଅସୁସ୍ଥ ହେବା ପରେ ପ୍ରଶାସନ ତତ୍ପର ହୋଇଛି । ଯାଜପୁରର ଦଶରଥପୁର ଅଞ୍ଚଳରେ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି । ସ୍ଵାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ନିଜେ ଯାଜପୁର ଯାଇ ସ୍ଥିତି ଉପରେ ନଜର ରଖିଛନ୍ତି ।

ଦହିବରା ଖାଇ ଡାଇରିଆ ବ୍ୟାପିବା ପରେ ଫାଷ୍ଟଫୁଡ୍‌ ବିକ୍ରି ଉପରେ ପ୍ରଶାସନ କଟକଣା ଲଗାଇଛି । ଦହିବରା, ଗୁପଚୁପ୍, ଚାଟ ଆଦି ବିକ୍ରି ବାରଣ । ଦଶରଥପୁର ଅଞ୍ଚଳରେ ବିଷାକ୍ତ ଦହିବରା ଓ ଫାଷ୍ଟଫୁଡ ଖାଦ୍ୟ ଖାଇ ଶତାଧିକ ଅସୁସ୍ଥ ହୋଇ ପଡ଼ିଛନ୍ତି । ସରକାରୀ ଭାବେ ଆକ୍ରାନ୍ତଙ୍କ ସଂଖ୍ୟା ୯୭ରେ ପହଞ୍ଚିଛି । ଅସୁସ୍ଥଙ୍କ ମଧ୍ୟରେ ସଂଖ୍ୟାଧିକ ମହିଳା ଓ ଶିଶୁ ଅଛନ୍ତି ।

ଏଥିସହ ପଢ଼ନ୍ତୁ: ବିଷ ପାଲଟିଲା ଦହିବରା; ଜଣେ ମୃତ, ୫୦ରୁ ଅଧିକ ଅସୁସ୍ଥ 

ସ୍ଵାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ହସ୍ପିଟାଲ୍‌ରେ ଅସୁସ୍ଥଙ୍କ ଚିକିତ୍ସା ବ୍ୟବସ୍ଥା ଅନୁଧ୍ୟାନ କରିଛନ୍ତି । ଏବେ ଅସୁସ୍ଥ ମାନଙ୍କ ଚିକିତ୍ସା ଯାଜପୁର ଜିଲ୍ଲା ଚିକିତ୍ସାଳୟର ସ୍ଵତନ୍ତ୍ର ୱାର୍ଡରେ କରାଯାଉଛି । ସ୍ଥିତି ନିୟନ୍ତ୍ରଣ ଓ ନିରାକରଣ ପାଇଁ ସ୍ଵାସ୍ଥ୍ୟ ବିଭାଗ ସଜାଗ ରହିଛି ।

ବିଷାକ୍ତ ଦହିବରା ଖାଇ ୬୦ ଜଣ ଅସୁସ୍ଥ ହୋଇଥିବା ବେଳେ ଫାଷ୍ଟଫୁଡ ଓ ଅନ୍ୟାନ୍ୟ ଖାଦ୍ୟ ଖାଇ ଅବଶିଷ୍ଟ ୩୭ ଜଣ ଆକ୍ରାନ୍ତ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ବିଜୟ କୁମାର ମହାପାତ୍ର ।

ବିଷାକ୍ତ ଦହିବରାରୁ ଝାଡ଼ାବାନ୍ତି

ଦଶରଥପୁର ବ୍ଲକ ପାଟପୁର ଅଞ୍ଚଳରେ ଶୁକ୍ରବାର ବିଷାକ୍ତ ଦହିବରା ଖାଇ ଲୋକେ ଅସୁସ୍ଥ ହୋଇ ପଡ଼ିଥିଲେ । ୫୦ରୁ ଅଧିକ ଅସୁସ୍ଥ ହେବା ସହ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିଲା । ପରେ ଦଶରଥପୁର ବ୍ଲକର ପାଟପୁର ପଞ୍ଚାୟତ ଅନ୍ୟ ଅଞ୍ଚଳରେ ମଧ୍ୟ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି ।

ଏଥିସହ ପଢ଼ନ୍ତୁ: ସୁଭଦ୍ରା ଆଶାୟୀଙ୍କ ପାଇଁ ଖୁସି ଖବର; ମେ ୪ରେ ମିଳିବ ଟଙ୍କା 

ଯାଜପୁରରେ ସ୍ଵାସ୍ଥ୍ୟ ମନ୍ତ୍ରୀ

ସ୍ଥିତିକୁ ରାଜ୍ୟ ସରକାର ଗୁରୁତର ସହ ନେଇଛନ୍ତି । ରାଜ୍ୟ ସରକାରଙ୍କ ସ୍ଵାସ୍ଥ୍ୟ ନିର୍ଦ୍ଦେଶକଙ୍କ ସହ ସ୍ଵାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଯାଜପୁର ଯାଇ ଅସୁସ୍ଥଙ୍କୁ ଭେଟିଛନ୍ତି । ଜିଲ୍ଲାପାଳ ଓ ସ୍ବାସ୍ଥ୍ୟ ବିଭାଗ ଅଧିକାରୀଙ୍କ ସହ ସମୀକ୍ଷା କରିଛନ୍ତି । ଏବେ ଡାକ୍ତରୀ ଦଳ ଗାଁରେ ଲୋକଙ୍କ ସ୍ଵାସ୍ଥ୍ୟ ପରୀକ୍ଷା ଜାରି ରଖିଛି ।

ଫାଷ୍ଟଫୁଡ୍ ବିକ୍ରି ଉପରେ କଟକଣା

ଦହିବରା ଓ ଅନ୍ୟ ଫାଷ୍ଟଫୁଡ୍ ଖାଇ ଶତାଧିକ ଅସୁସ୍ଥ ହେବା ପରେ ପ୍ରଶାସନ କଠୋର ହୋଇଛି । ପାଟପୁର ସହ ଆଖପାଖ ୪ଟି ପଞ୍ଚାୟତରେ ଦହିବରା, ଚାଟ୍, ଗୁପଚୁପ୍ ଓ ଫାଷ୍ଟଫୁଡ୍ ଖାଦ୍ୟ ବିକ୍ରି ଉପରେ କଟକଣା ଜାରି କରିଛି ପ୍ରଶାସନ । ଶୁକ୍ରବାର ପାଟପୁରରେ ଦହିବରା ବିକ୍ରି କରିଥିବା ବ୍ୟବସାୟୀଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Dahi Bara Poisoning in Jajpur: 1 Dead, 100+ Sick, Fast Food Banned | Argus News | Argus News