|
logo
Live
Argus News App
GET APP

Argus News - ଦୋକାନ ବାହାରେ ଧାଡ଼ିରେ ଛିଡ଼ା ହୋଇଥିଲେ ଲୋକ; ମୃତ୍ୟୁ ସାଜି ମାଡ଼ିଗଲା ବସ୍

Accident

Bus Accident / ଦୋକାନ ବାହାରେ ଧାଡ଼ିରେ ଛିଡ଼ା ହୋଇଥିଲେ ଲୋକ; ମୃତ୍ୟୁ ସାଜି ମାଡ଼ିଗଲା ବସ୍

Sushanta Sahoo
Browse all articles by Sushanta Sahoo
·3 months ago·2 min read
ଦୋକାନ ବାହାରେ ଧାଡ଼ିରେ ଛିଡ଼ା ହୋଇଥିଲେ ଲୋକ; ମୃତ୍ୟୁ ସାଜି ମାଡ଼ିଗଲା ବସ୍
Mumbai Shocker | Bhandup Bus Accident

Key Points

ବସ୍ ଚାପି ଦେବା ଫଳରେ ୩ ମହିଳାଙ୍କ ସହ ଜଣେ ପୁରୁଷ ମୋଟ ୪ ଜଣ ଆଖି ବୁଜିଛନ୍ତି । ମେଡିକାଲ୍‌ରେ ୯ ଜଣ ଗୁରୁତର ଅବସ୍ଥାରେ ଜୀବନ ମୃତ୍ୟୁର ସଂଗ୍ରାମ କରୁଛନ୍ତି ।
ମୁମ୍ବାଇ: ରାତି ପ୍ରାୟ ସାଢ଼େ ୯ଟା । ଦିନ ଯାକର ହାଡ଼ଭଙ୍ଗା ପରିଶ୍ରମ ସାରି ଲୋକେ ଘରକୁ ଫେରୁଥିଲେ । ଶୀତୁଆ ରାତିରେ କିଏ କପେ ଚା' ପିଉଥିଲା ତ ଆଉ କିଏ ପରିବା ବ୍ୟାଗ୍ ହାତରେ ଧରି ଘରକୁ ଫେରୁଥିଲା । ସମସ୍ତଙ୍କ ମନରେ ଥିଲା ଘରକୁ ଫେରିବାର ଖୁସି, ଆତ୍ମୀୟ ପରିଜନଙ୍କୁ ଭେଟିବାର ଉତ୍ସାହ ।

ହେଲେ ଭାଣ୍ଡୁପ୍ ରେଲୱେ ଷ୍ଟେସନ୍ ବାହାରେ ଖେଳିଗଲା ଆତଙ୍କ । ଏକ ଲାଲ୍ ରଙ୍ଗର ବେଷ୍ଟ ସମସ୍ତଙ୍କ ଲାଗି କାଳ ସାଜି ମାଡ଼ି ଆସିଲା । ଆଖି ପରଦା ଉଠିବା ଆଗରୁ ୧୩ ଜଣଙ୍କ ଉପରେ ମାଡ଼ିଗଲା ।

ଏଥିସହ ପଢ଼ନ୍ତୁ: ୩୧ ରାତି ୧୧ଟାରେ ଶ୍ରୀଜୀଉଙ୍କ ରାତ୍ର ପହୁଡ଼, ନୂଆବର୍ଷରେ ରାତି ୨ଟାରେ ଶ୍ରୀମନ୍ଦିର ଦ୍ଵାର ଫିଟା

ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, "ଦୁର୍ଘଟଣା ବେଶ ଭୟାବହ ଥିଲା । ବସ୍‌ରେ କେହି ଯାତ୍ରୀ ନଥିବା ବେଳେ ନିୟନ୍ତ୍ରଣ ହରାଇ ଦୋକାନ ଆଡ଼କୁ ମାଡ଼ି ଆସିଥିଲା । ଖେଳନା ଭଳି ଲୋକଙ୍କ ଉପରେ ଚଢ଼ି ଯାଇଥିଲା ବସ୍‌ଟି । କିଛି ଲୋକ ବସ୍ ଚକା ତଳେ ଚାପି ହୋଇ ରହି ଯାଇଥିଲେ । ଆଉ କିଛି ଲୋକ ଅନେକ ଦୂରରେ ଫିଙ୍ଗି ହୋଇ ପଡ଼ିଥିଲେ ।"

ବସ୍ ଚାପି ଦେବା ଫଳରେ ୩ ମହିଳାଙ୍କ ସହ ଜଣେ ପୁରୁଷ ମୋଟ ୪ ଜଣ ଆଖି ବୁଜିଛନ୍ତି । ମେଡିକାଲ୍‌ରେ ୯ ଜଣ ଗୁରୁତର ଅବସ୍ଥାରେ ଜୀବନ ମୃତ୍ୟୁର ସଂଗ୍ରାମ କରୁଛନ୍ତି । ଦୁର୍ଘଟଣା ସ୍ଥଳରେ ଲୋକଙ୍କ ଚପଲ, ଟିଫିନ୍ ବକ୍ସ ଓ ରକ୍ତ ଏଣେତେଣେ ପଡ଼ିଛି । ଯାହାକି ସୂଚାଇ ଦେଉଛି କେତେ ଭୟଙ୍କର ଥିଲା ବସ୍ ଦୁର୍ଘଟଣା ।

ଏଥିସହ ପଢ଼ନ୍ତୁ: ବାଂଲାଦେଶରେ ହିଂସା ଭିତରେ ଆଖି ବୁଜିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆ

୧୩ ଜଣଙ୍କୁ ବସ୍ ଚାପି ଦେବା ପରେ ଅଞ୍ଚଳର ଲୋକ ଭୟଭୀତ ହୋଇ ଯାଇଥିଲେ । ସ୍ଥାନୀୟ ଲୋକେ ବସ୍ ଡ୍ରାଇଭରକୁ ଧରିବା ସହ ନିର୍ଧୁମ୍ ମାଡ଼ ମାରିଥିଲେ । ପୋଲିସ ପହଞ୍ଚି ବହୁତ କଷ୍ଟରେ ଉତ୍ତ୍ୟକ୍ତ ଲୋକଙ୍କ ଠାରୁ ବସ୍ ଡ୍ରାଇଭରକୁ ଉଦ୍ଧାର କରିଥିଲା ।

ଜୋନ୍- ୭ର ଡିସିପି ହେମରାଜ ସିଂହ ରାଜପୁତଙ୍କ ଅନୁସାରେ, "ଦୁର୍ଘଟଣା ଘଟାଇଥିବା ବସ୍‌ର ଡ୍ରାଇଭରକୁ ନେଇ ପଚରାଉଚରା କରୁଛୁ । ସିସିଟିଭି ଫୁଟେଜ୍‌ ପୋଲିସ ଅନୁଧ୍ୟାନ କରୁଛି ।" ବସ୍‌ଟି ବ୍ରେକ୍ ଫେଲ୍ ହୋଇ ଲୋକଙ୍କ ଉପରେ ମାଡ଼ିଗଲା ନା ଡ୍ରାଇଭରଙ୍କ ଖାମଖିଆଲିରୁ ଦୁର୍ଘଟଣା ଘଟିଲା । ସେ ଦିଗରେ ବି ପୋଲିସ ଅନୁସନ୍ଧାନ କରୁଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Bus Accident: ଦୋକାନ ବାହାରେ ଧାଡ଼ିରେ ଛିଡ଼ା ହୋଇଥିଲେ ଲୋକ; ମୃତ୍ୟୁ ସାଜି ମାଡ଼ିଗଲା ବସ୍ | Argus News