Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ୩୧ ରାତି ୧୧ଟାରେ ଶ୍ରୀଜୀଉଙ୍କ ରାତ୍ର ପହୁଡ଼, ନୂଆବର୍ଷରେ ରାତି ୨ଟାରେ ଶ୍ରୀମନ୍ଦିର ଦ୍ଵାର ଫିଟା

Odisha

Jagannath Temple / ୩୧ ରାତି ୧୧ଟାରେ ଶ୍ରୀଜୀଉଙ୍କ ରାତ୍ର ପହୁଡ଼, ନୂଆବର୍ଷରେ ରାତି ୨ଟାରେ ଶ୍ରୀମନ୍ଦିର ଦ୍ଵାର ଫିଟା

Sushanta Sahoo
Browse all articles by Sushanta Sahoo
·4 months ago·2 min read
୩୧ ରାତି ୧୧ଟାରେ ଶ୍ରୀଜୀଉଙ୍କ ରାତ୍ର ପହୁଡ଼, ନୂଆବର୍ଷରେ ରାତି ୨ଟାରେ ଶ୍ରୀମନ୍ଦିର ଦ୍ଵାର ଫିଟା
Jagannath Temple New Year Darshan

Key Points

ଜାନୁଆରୀ ୧ରେ ଶ୍ରୀମନ୍ଦିରର ବାହାର କାଠ ପାଖରୁ ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରିବେ । ଭିତର କାଠ ଦର୍ଶନ ହେବ ନାହିଁ ।
ପୁରୀ: ନୂଆବର୍ଷରେ ରାତି ୨ଟାରେ ହେବ ଶ୍ରୀମନ୍ଦିର ଦ୍ଵାର ଫିଟା । ଡିସେମ୍ବର ୩୧ ତାରିଖରେ ରାତି ୧୧ଟାରେ ହେବ ଶ୍ରୀଜୀଉଙ୍କ ରାତ୍ର ପହୁ଼ଡ଼ । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି, "ପହିଲି ଭୋଗ ସମୟ ନୀତି ନିର୍ଘଣ୍ଟ ସ୍ଥିର ହୋଇଛି । ଛତିଶାନିଯୋଗ ଓ ନୀତି ସବ୍‌କମିଟି ନିଷ୍ପତ୍ତି ଅନୁସାରେ ନୀତିକାନ୍ତି ହେବ । ସଅଳ ନୀତିକାନ୍ତି ହେଲେ ସଅଳ ପହୁଡ଼ ଓ ଦ୍ଵାର ଫିଟା ନୀତି ହେବ ।"

ନୂଆବର୍ଷରେ ରାତି ୨ ଟାରୁ ଫିଟିବ ଶ୍ରୀମନ୍ଦିର ଦ୍ଵାର । ବିଶ୍ୱହିନ୍ଦୁ ପରିଷଦ ନୂଆବର୍ଷ ରାତିରେ ଶ୍ରୀମନ୍ଦିର ଦ୍ଵାର ଶୀଘ୍ର ନ ଫିଟାଇବା ଓ ମହାପ୍ରଭୁଙ୍କୁ ଅନିଦ୍ରା ନ ରଖିବାକୁ ନିବେଦନ କରି ସାମ୍ବାଦିକ ସମ୍ମିଳନୀ କରିଥିଲା । ପରିଚାଳନା କମିଟି ସଦସ୍ୟ ମହେଶ ସାହୁ ମଧ୍ୟ ସମାନ ଦାବି କରି ଚିଠି ଲେଖିଥିଲେ ।

ଏଥିସହ ପଢ଼ନ୍ତୁ: ଜିରୋ ନାଇଟ୍ ପାଇଁ ପୋଲିସର କଟକଣା; ରାତି ୧୨ ପରେ ବାଜିବନି ମ୍ୟୁଜିକ୍

ଜାନୁଆରୀ ୧ରେ ଶ୍ରୀମନ୍ଦିରର ବାହାର କାଠ ପାଖରୁ ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରିବେ । ଭିତର କାଠ ଦର୍ଶନ ହେବ ନାହିଁ । ନୂଆବର୍ଷରେ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି ।

ଇଂରାଜୀ ନବବର୍ଷ ପୂର୍ବରୁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଭିଡ଼କୁ ଦେଖି ପ୍ରଶାସନ ଜୋରଦାର ପ୍ରସ୍ତୁତି କରିଛି । ଶ୍ରୀକ୍ଷେତ୍ରରେ ମୁତୟନ ହେବେ ୬୦ ପ୍ଲାଟୁନ୍ ପୋଲିସ ଫୋର୍ସ । ମେଡିକାଲ ଛକରୁ ଶ୍ରୀମନ୍ଦିର, ମେଡିକାଲ ଛକରୁ ବେଳାଭୂମି ପର୍ଯ୍ୟନ୍ତ ଚାରି ଚକିଆ ଯାନ ନିଷେଧ କରାଯାଇଛି ।

ମାର୍କେଟ ଛକରୁ ନୋ ଭେଇକିଲ୍ ଜୋନ୍ କରାଯିବ । ମୁତୟନ ରହିବେ ୫ ଫାୟାର କ୍ରାକ୍ ଟିମ୍ । ପୁରୀର ମୁଖ୍ୟ ପ୍ରବେଶପଥରେ ଚେକିଂକୁ କଡ଼ାକଡ଼ି କରାଯିବା ସହ ଭୁବନେଶ୍ୱରରୁ ଆସୁଥିବା ଚାରିଚକିଆ ଯାନ ଜେଲ୍ ରୋଡ ପାର୍କିଂରେ ରଖିବେ । କୋଣାର୍କରୁ ଆସୁଥିବା ଚାରିଚକିଆ ତାଳବଣିଆ ପାର୍କିଂରେ ଓ ବ୍ରହ୍ମଗିରିରୁ ଆସୁଥିବା ଚାରିଚକିଆ ଯାନ ଷ୍ଟର୍ଲିନ କିମ୍ବା ଯାତ୍ରୀକା ପାର୍କିଂରେ ରହିବ ।

ଏଥିସହ ପଢ଼ନ୍ତୁ: ପ୍ଲାଟଫର୍ମ ବନାମ ପାର୍ଟନର; ଡିସେମ୍ବର ୩୧ରେ ଦେଶରେ ଗିଗ୍ ୱାର୍କରଙ୍କ ବିରୋଧ ପ୍ରଦର୍ଶନ

ସେହିପରି ୩୧ ତାରିଖ ଠାରୁ ୧ ତାରିଖ ପର୍ଯ୍ୟନ୍ତ ମେଡିକାଲ୍ ଛକଠାରୁ ଶ୍ରୀମନ୍ଦିର ଓ ମେଡିକାଲ୍ ଛକଠାରୁ ବେଳାଭୂମି ପର୍ଯ୍ୟନ୍ତ କୌଣସି ଚାରିଚକିଆ ଯାନ ଯାତାୟାତ କରିବ ନାହିଁ । ଶ୍ରୀମନ୍ଦିର ବାହାରେ ଓ ଶ୍ରୀମନ୍ଦିର ଭିତରେ ଭିଡ଼ ନିୟନ୍ତ୍ରଣ ସହ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଭିତରେ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି ।

ବେଳାଭୂମିରେ ପର୍ଯ୍ୟଟକଙ୍କ ସୁରକ୍ଷିତ ସ୍ନାନ ପାଇଁ ପର୍ଯ୍ୟାପ୍ତ ପରିମାଣର ଲାଇଫଗାର୍ଡ ମୁତୟନ କରାଯିବ । ଜିରୋ ନାଇଟ୍ ସେଲିବ୍ରେସନ ବେଳେ ପାଟ୍ରୋଲିଂକୁ ମଧ୍ୟ କଡ଼ାକଡ଼ି କରିବ ପୋଲିସ । ମଦ୍ୟପାନ କରି ଗାଡି ଚଳାଉଥିବା ବ୍ୟକ୍ତିଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପୁରୀ ଏସ୍‌ପି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Puri Jagannath Temple New Year Darshan: Doors Open at 2 AM | Argus News | Argus News