Ama Bus / ଟ୍ରାଫିକ୍ରେ ଅମାନିଆ 'ଆମ ବସ୍'; ଦିନରେ ନେଲା ଅଟୋ ଚାଳକଙ୍କ ଜୀବନ, ଏବେ ସ୍କୁଟିକୁ ପିଟିଲା
·2 months ago·2 min read

Key Points
ଅମାନିଆ 'ଆମ ବସ୍' । ଦିନକରେ ଘଟାଇଲା ଦୁଇ ଦୁଇଟି ଦୁର୍ଘଟଣା, ତାହା ବି ଗୋଟିଏ ସ୍ଥାନରେ । ଟ୍ରାଫିକ୍ ଉପରେ 'ଆମ ବସ୍' ଗୋଟିଏ ଦିନରେ ଦୁଇ ଦୁଇଟି ଦୁର୍ଘଟଣା ଘଟାଇଛି ।
ଭୁବନେଶ୍ଵର: ସଡ଼କ ସୁରକ୍ଷା ସପ୍ତାହ ଆରମ୍ଭରୁ ଅମାନିଆ 'ଆମ ବସ୍' । ଦିନକରେ ଘଟାଇଲା ଦୁଇ ଦୁଇଟି ଦୁର୍ଘଟଣା, ତାହା ବି ଗୋଟିଏ ସ୍ଥାନରେ । ଟ୍ରାଫିକ୍ ଉପରେ 'ଆମ ବସ୍' ଗୋଟିଏ ଦିନରେ ଦୁଇ ଦୁଇଟି ଦୁର୍ଘଟଣା ଘଟାଇଛି । ରାଜଧାନୀର ବ୍ୟସ୍ତବହୁଳ ରୂପାଲି ଛକ ଉପରେ ପୁଣି ଦୁର୍ଘଟଣା ଘଟାଇଛି 'ଆମ ବସ୍' ।
ସୂଚନା ଅନୁସାରେ, ରୂପାଲି ଛକରେ ୮୨ ନମ୍ବର ରୁଟ୍ର 'ଆମ ବସ୍' ଏକ ସ୍କୁଟିକୁ ଧକ୍କା ଦେବାରୁ ଉତ୍ତେଜନା ପ୍ରକାଶ ପାଇଛି । ଟ୍ରାଫିକ୍ ଉପରେ ଲୋକେ 'ଆମ ବସ୍' ଚାଳକଙ୍କୁ ବସ୍ରୁ ଘୋଷାଡ଼ି ନେଇ ନିର୍ଧୁମ ଛେଚିଛନ୍ତି । ସହିଦନଗର ଥାନା ପୋଲିସ ପହଞ୍ଚି ଲୋକଙ୍କ କବଳରୁ 'ଆମ ବସ୍' ଚାଳକଙ୍କୁ ଉଦ୍ଧାର କରିଛି ।
ଏଥିସହ ପଢ଼ନ୍ତୁ: ଆମ ବସ୍ ଧକ୍କାରେ ଜଣେ ମୃତ, ଦୁଇ ଗୁରୁତର
ଅପରାହ୍ଣରେ ରୂପାଲି ଟ୍ରାଫିକ୍ରେ ଏକ ସ୍କୁଟିକୁ ୮୨ ନମ୍ବର ରୁଟ୍ରେ ଯାଉଥିବା 'ଆମ ବସ୍' ପଛରୁ ଧକ୍କା ଦେବାକୁ ନେଇ ଏଭଳି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି । ଉତ୍ତ୍ୟକ୍ତ ଲୋକେ ଚାଳକଙ୍କୁ ମାଡ଼ ମାରିବା ପରେ ପୋଲିସ ପହଞ୍ଚି ଉଦ୍ଧାର କରିଛି ।
ଦିନରେ ମଧ୍ୟ ସେହି ରୂପାଲି ଛକ ଟ୍ରାଫିକ୍ରେ ଛିଡ଼ା ହୋଇଥିବା ଏକ ଅଟୋ ରିକ୍ସାକୁ 'ଆମ ବସ୍' ପିଟିଥିଲା । ଫଳରେ ଅଟୋ ଚଳାଉଥିବା ଡ୍ରାଇଭର୍ ସେହି ଗାଡ଼ିରେ ହିଁ ଆଖି ବୁଜି ଦେଇଥିଲେ । ଅଟୋରେ ଥିବା ୨ ସ୍କୁଲ୍ ଛୁଆ ଗୁରୁତର ଆହତ ହୋଇ ମେଡିକାଲ୍ରେ ଚିକିତ୍ସିତ ହେଉଛନ୍ତି ।
ଏଥିସହ ପଢ଼ନ୍ତୁ: ଧାଡ଼ିରେ ଛିଡ଼ା ହୋଇ ରୋଗୀ ପାଇଲେନି ମାଗଣା ମେଡିସିନ୍; ଏବେ ଲୁଚାଇ ଲଗାଇଦେଲେ ନିଆଁ
ଗୋଟିଏ ଦିନରେ 'ଆମ ବସ୍' ରୂପାଲି ଛକରେ ଦୁଇ ଦୁଇଟି ଦୁର୍ଘଟଣା ଘଟାଇଲାଣି । ଯାହାକୁ ନେଇ ଲୋକେ ଅସନ୍ତୋଷ ପ୍ରକାଶ କରିବା ସହ 'ଆମ ବସ୍' ଭଙ୍ଗାରୁଜା କରିଛନ୍ତି । ସଡ଼କ ସୁରକ୍ଷା ସପ୍ତାହ ଆରମ୍ଭ ହୋଇଥିବା ବେଳେ ପ୍ରଶାସନ ଲୋକଙ୍କୁ ସଚେତନ କରାଉଛି । ଏଭଳି ସ୍ଥଲେ କ୍ରୁଟ୍ ପରିଚାଳିତ 'ଆମ ବସ୍' ବାରମ୍ବାର ଦୁର୍ଘଟଣା ଘଟାଇବା ସମସ୍ତଙ୍କୁ ଚିନ୍ତିତ କରିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories