Accident News / ମାରୁତି ଭ୍ୟାନ୍କୁ ପିଟିଲା ସିମେଣ୍ଟ ମିକ୍ସର୍ ଗାଡ଼ି; ଚାଲିଗଲା ୧୧ ଜୀବନ
·2 hours ago·2 min read

Key Points
ଭୟଙ୍କର ଦୁର୍ଘଟଣାରେ ମାରୁତି ଭ୍ୟାନ୍ରେ ଥିବା ସମସ୍ତ ୧୧ ଜଣଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ମାରୁତି ଭ୍ୟାନ୍ଟି ସମ୍ପୂର୍ଣ୍ଣ ଭାବେ ଚୂରମାର୍ ହୋଇଯାଇଛି ।
ମୁମ୍ବାଇ: ଜାତୀୟ ରାଜପଥରେ ବଡ଼ ଦୁର୍ଘଟଣା । ମୁହୂର୍ତ୍ତକେ ଚାଲିଗଲା ୧୧ ଜୀବନ । ମହାରାଷ୍ଟ୍ରର ଥାଣେ ଜିଲ୍ଲାରେ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି । ସୋମବାର କଲ୍ୟାଣ-ଅହଲ୍ଯାନଗର ଜାତୀୟ ରାଜପଥରେ ଏକ ସିମେଣ୍ଟ ମିକ୍ସର୍ ସହ ମାରୁତି ଇକୋ ଟ୍ୟାକ୍ସି ମୁହଁମୁହିଁ ଧକ୍କା ହୋଇଛି ।
ଏହି ଭୟଙ୍କର ଦୁର୍ଘଟଣାରେ ମାରୁତି ଭ୍ୟାନ୍ରେ ଥିବା ସମସ୍ତ ୧୧ ଜଣଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ମାରୁତି ଭ୍ୟାନ୍ଟି ସମ୍ପୂର୍ଣ୍ଣ ଭାବେ ଚୂରମାର୍ ହୋଇଯାଇଛି । ଦିନ ପ୍ରାୟ ୧୧ଟା ୨୫ ସମୟରେ ଏହି ଦୁର୍ଘଟଣା ଘଟିଛି ।
ଏଥିସହ ପଢ଼ନ୍ତୁ: ଦେବଘରରୁ ଫେରିବା ବେଳେ ଭୟଙ୍କର ଦୁର୍ଘଟଣା; ବସ୍-ପିକଅପ୍ ଧକ୍କାରେ ୧୦ ମୃତ, ୨୫ ଗୁରୁତର
ପ୍ରାଥମିକ ସୂଚନା ଅନୁସାରେ, ପଞ୍ଜର୍ ବ୍ରିଜ୍ ଉପରେ ଏହି ଦୁର୍ଘଟଣା ଘଟିଛି । ମୁର୍ବାଦରୁ କଲ୍ୟଣକୁ ମାରୁତି ଭ୍ୟାନରେ ଏକ ପରିବାର ଯାଉଥିବା ବେଳେ ବୀପରିତ ପଟୁ ଆସୁଥିବା ସିମେଣ୍ଟ ମିକ୍ସର୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା ।
ଦୁର୍ଘଟଣା ସମୟରେ ମାରୁତି ଭ୍ୟାନ୍ରେ ମୋଟ ୧୨ ଜଣ ଥିଲେ । ଦୁର୍ଘଟଣାସ୍ଥଳରେ ହିଁ ୧୧ ଜଣଙ୍କ ମୃତ୍ୟୁ ହୋଇଛି । ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଥିବା ବେଳେ ତାଙ୍କୁ ନିକଟସ୍ଥ ମେଡିକାଲ୍ରେ ଭର୍ତ୍ତି କରାଯାଇଛି । ମୃତ ୧୧ ଜଣଙ୍କ ମଧ୍ୟରେ ୩ ଜଣ ମହିଳା ଥିବା ଜଣାପଡ଼ିଛି ।
ପଞ୍ଜର୍ ବ୍ରିଜ୍ ଉପରେ ଦୁଇ ଗାଡ଼ି ମୁହାଁମୁହିଁ ହେବ ପରେ ତୁରନ୍ତ ଉଦ୍ଧାରକାରୀ ଦଳ ପହଞ୍ଚିଥିଲା । ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାରକାରୀ ଦଳ ଗାଡ଼ି ଭିତରୁ ମୃତଦେହ ବାହାର କରିଥିଲା । ତେବେ ଦୁର୍ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ ।
ଏଥିସହ ପଢ଼ନ୍ତୁ: ଘରକୁ ଫେରିବା ରାସ୍ତାରେ ମୃତ୍ୟୁର କୂଅକୁ ଖସିଲା କାର୍; ଆଖି ବୁଜିଲା ପୁରା ପରିବାର
ତିୱାଲା ପୋଲିସ ଛାନଭିନ୍ ଆରମ୍ଭ କରିଛି । ଏହି ଦୁର୍ଘଟଣା ପାଇଁ ବ୍ରିଜ୍ ଦେଇ ଯାତାୟାତ ପ୍ରଭାବିତ ହୋଇଥିଲା । ପୋଲିସ, ପ୍ରଶାସନ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ରାସ୍ତାରୁ ହଟାଇବା ପରେ ଟ୍ରାଫିକ୍ ସ୍ଵାଭାବିକ ହୋଇଛି ।
୧୧ ମୃତକଙ୍କ ମଧ୍ୟରୁ ଏବେ ସୁଦ୍ଧା ୯ ଜଣଙ୍କ ପରିଚୟ ମିଳିଛି । ମୃତଦେହ ବ୍ୟବଚ୍ଛେଦ କରାଯାଉଛି । ମୃତକମାନେ ହେଲେ- ବବଲୁ ରୂପେଶ ଚନ୍ଦାନେ, ଭୂଷଣ ଘୋରପଦେ, ଜିଜା ଗୋବିନ୍ଦା କେମ୍ବର, ଅନନ୍ତ ପାୱାର, ଦୀପକ ଗଭିଲ, ଗଣପତ ଜାଇନୁ ମାଧେ, ସ୍ନେହା ମୋହପେ, ମାନସୀ ମୋହପେ ଏବଂ ପ୍ରଥମେଶ ମୋହପେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories