Accident / ରାତିରେ କେହି ମାନୁ ନାହାନ୍ତି; କ୍ୟାପିଟାଲ୍ ହସ୍ପିଟାଲ୍ ଟ୍ରାଫିକ୍ରେ ବୁଲେଟ୍କୁ ପିଟିଲା ଥର୍, ଜଣେ ମୃତ
·2 months ago·2 min read

Key Points
ବିଳମ୍ବିତ ରାତିରେ ରାଜଧାନୀ ଭୁବନେଶ୍ଵରରେ ଥର୍ ଆତଙ୍କ ଖେଳାଇ ଦେଇଛି । ଦ୍ରୁତଗତିରେ ଯାଉଥିବା ଥର୍ ଧକ୍କା କ୍ୟାପିଟାଲ୍ ହସ୍ପିଟାଲ୍ରେ ବୁଲେଟ୍କୁ ଧକ୍କା ଦେଇଛି । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି ।
ଭୁବନେଶ୍ଵର: ପୁଣି ଜୀବନ ନେଲା କିଲର୍ ଥର୍ । ବିଳମ୍ବିତ ରାତିରେ ରାଜଧାନୀ ଭୁବନେଶ୍ଵରରେ ଥର୍ ଆତଙ୍କ ଖେଳାଇ ଦେଇଛି । ଦ୍ରୁତଗତିରେ ଯାଉଥିବା ଥର୍ ଧକ୍କା କ୍ୟାପିଟାଲ୍ ହସ୍ପିଟାଲ୍ରେ ବୁଲେଟ୍କୁ ଧକ୍କା ଦେଇଛି । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଲେ ୨ ଜଣ ଗୁରୁତର ଆହତ ହୋଇଛନ୍ତି ।
ବିଳମ୍ବିତ ରାତିରେ କ୍ୟାପିଟାଲ୍ ହସ୍ପିଟାଲ୍ ଟ୍ରାଫିକ୍ରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି । ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁସାରେ, "ବୁଲେଟ୍ରେ ୩ ଜଣ କ୍ୟାପିଟାଲ୍ ହସ୍ପିଟାଲ୍ ପଟୁ ଏୟାରପୋର୍ଟ ଆଡ଼କୁ ଯାଉଥିଲେ । ଏଜି ଛକ ପଟୁ ଦ୍ରୁତଗତିରେ ଆସୁଥିବା ଥର୍ ଗାଡ଼ି ବୁଲେଟକୁ ଧକ୍କା ଦେଇଥିଲା । ଫଳରେ ୨ ଜଣ ରାସ୍ତାକୁ ଛିଟିକି ପଡ଼ିଥିବା ବେଳେ ଥର୍ ଚକ୍କା ତଳେ ଜଣେ ଚାପି ହୋଇ ଯାଇଥିଲେ ।"
ଏଥିସହ ପଢ଼ନ୍ତୁ: ବସ୍ ଧକ୍କାରେ ପୁରୀ ବାଇପାସ୍ରେ ସାଇକେଲ୍ ଆରୋହୀ ମୃତ, NH-୩୧୬ରେ ଉତ୍ତେଜନା
ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, "ଥର୍ ଗାଡ଼ି ଭିତରେ ବସିଥିବା ଯୁବକଙ୍କ ମୃତ୍ୟୁ ଏହି ଦୁର୍ଘଟଣାରେ ହୋଇଛି ।" ଦୁର୍ଘଟଣା କେତେ ଯେ ଭୟଙ୍କର ଥିଲା ତାହା ଦୁର୍ଘଟଣାଗ୍ରସ୍ତ ଥର୍ ଗାଡ଼ିକୁ ଦେଖିଲେ ବୁଝା ପଡ଼ୁଛି । ଥର୍ ଡ୍ରାଇଭର୍ ଓ କୋ ପାସେଞ୍ଜର ସିଟ୍ର ଏୟାରବ୍ୟାଗ୍ ଦୁର୍ଘଟଣା ପରେ ଖୋଲି ଯାଇଛି ।
ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଦୁଇଜଣଙ୍କ ମଧ୍ୟରୁ ଜଣଙ୍କୁ ଏମ୍ସ ସ୍ଥାନାନ୍ତର କରାଯାଇଛି । ଅନ୍ୟ ଜଣେ କ୍ୟାପିଟାଲ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି ।
ଏଥିସହ ପଢ଼ନ୍ତୁ: ଯୁବ କଂଗ୍ରେସ ନେତାଙ୍କ ସନ୍ଦେହଜନକ ମୃତ୍ୟୁ; ନିଜକୁ ନିଜେ କରିଦେଲେ ଗୁଳି !
ପୋଲିସ ପହଞ୍ଚି ଥର୍ ଗାଡ଼ି ସହ ଦୁର୍ଘଟଣାଗ୍ରସ୍ତ ବୁଲେଟ୍କୁ ଜବତ କରି ତଦନ୍ତ ଆରମ୍ଭ କରିଛି । ସ୍ଥାନୀୟ ଅଞ୍ଚଳର ସିସିଟିଭି ଫୁଟେଜ୍ ଆଧାରରେ ପୋଲିସ ଛାନଭିନ୍ ଆରମ୍ଭ କରିଛି ।
ତେବେ ରାଜଧାନୀ ଭୁବନେଶ୍ଵରରେ ଥର୍ର ଏହା ପ୍ରଥମ ଦୁର୍ଘଟଣା ନୁହେଁ । ଏହା ପୂର୍ବରୁ ଗତବର୍ଷ ଅଗଷ୍ଟ ୧୦ ରକ୍ଷା ବନ୍ଧନ ଦିନ ଥର୍ ଓ ସ୍କର୍ପିଓ ରେସ୍ ନେଇ ଯାଇଥିଲା ୮ ବର୍ଷର ଝିଅର ଜୀବନ । ମାଆ ସହ ନାବାଳିକା ଝିଅ ପାତ୍ରପଡ଼ାରେ ରାସ୍ତା ପାର୍ ବେଳେ ଥର୍ ଉଭୟଙ୍କୁ ଧକ୍କା ଦେଇଥିଲା । ଝିଅର ମୃତ୍ୟୁ ହୋଇଥିବା ବେଳେ ମାଆ ଗୁରୁତର ଆହତ ହୋଇଥିଲେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories