Congress Leader / ଯୁବ କଂଗ୍ରେସ ନେତାଙ୍କ ସନ୍ଦେହଜନକ ମୃତ୍ୟୁ; ନିଜକୁ ନିଜେ କରିଦେଲେ ଗୁଳି !
·2 months ago·2 min read

Key Points
ସୋନପୁରର ଯୁବ କଂଗ୍ରେସ ନେତା ରାଜେଶ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ଭଗବତୀ ପ୍ଲଟ୍ ସ୍ଥିତ ନିଜ ଘରେ ଗୁଳିବିଦ୍ଧ ଅବସ୍ଥାରେ ପଡ଼ି ରହିଛି ରାଜେଶଙ୍କ ମରଶରୀର ।
ସୁବର୍ଣ୍ଣପୁର: ଘରେ ପଡ଼ିଛି ଗୁଳିବିଦ୍ଧ ମୃତଦେହ । ସୋନପୁରର ଯୁବ କଂଗ୍ରେସ ନେତା ରାଜେଶ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ଭଗବତୀ ପ୍ଲଟ୍ ସ୍ଥିତ ନିଜ ଘରେ ଗୁଳିବିଦ୍ଧ ଅବସ୍ଥାରେ ପଡ଼ି ରହିଛି ରାଜେଶଙ୍କ ମରଶରୀର ।
ସୂଚନା ଅନୁସାରେ, ବିଳମ୍ବିତ ରାତିରେ ଯୁବ କଂଗ୍ରେସ ନେତା ରାଜେଶ ମିଶ୍ର ନିଜେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି । ତେବେ ଏନେଇ ରାଜେଶଙ୍କ ପରିବାର ଲୋକ କିଛି କହୁ ନାହାନ୍ତି । ଟାଉନ୍ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଏଥିସହ ପଢ଼ନ୍ତୁ: ଦିନର ଭିଡ଼ରେ ନିଆଁ ଲାଗିଥିଲେ କ'ଣ ହୋଇଥାନ୍ତା ? ଜଳିଗଲା ୪୦ ଦୋକାନ, ଥାନା ବି ବାଦ୍ ପଡ଼ିଲାନି
ବଲାଙ୍ଗିରରୁ ଆସୁଛନ୍ତି ସାଇଣ୍ଟିଫିକ୍ ଟିମ୍ । ତେବେ ଜିଲ୍ଲା କଂଗ୍ରେସର କୋଷାଧ୍ୟକ୍ଷ ଦାୟିତ୍ଵରେ ଥିବା ରାଜେଶ କାହିଁକି ନିଜକୁ ଗୁଳି କଲେ ତାହା ସନ୍ଦେହ ସୃଷ୍ଟି କରିଛି । ପାରିବାରିକ କଳହକୁ ନେଇ ରାଜେଶ ମିଶ୍ର ନିଜକୁ ଗୁଳି କରିଛନ୍ତି ନା ଏହା ପଛରେ ରହିଛି ଆଉ କିଛି କାରଣ ?
ରାଜେଶ ମିଶ୍ରଙ୍କ ପଡ଼ୋଶୀଙ୍କ କହିବା ଅନୁସାରେ, "ଭଗବତୀ ପ୍ଲଟ ବାସଭବନରେ ସପରିବାର ରହୁଥିଲେ । ବିଳମ୍ବିତ ରାତିରେ ଘରୁ ପାଟିତୁଣ୍ଡ ଶୁଭିଥିଲା । ହୁଏତ କଳହକୁ ନେଇ ରାଜେଶ ନିଜକୁ ଗୁଳି କରି ଦେଇପାରନ୍ତି ।"
ଏଥିସହ ପଢ଼ନ୍ତୁ: ଟ୍ରମ୍ପଙ୍କ ଟାରିଫ୍ ଧମକ; ଦିନକରେ ରୁପା ୧୭ ହଜାର ମହଙ୍ଗା, ଦେଢ଼ ଲକ୍ଷ ଟପିଲା ସୁନା
ପୂର୍ବରୁ ଜିଲ୍ଲା ଯୁବ ସଭାପତି ରହି ସାରିଥିବା ରାଜେଶ ମିଶ୍ର ଏବେ ଥିଲେ ଜିଲ୍ଲା କଂଗ୍ରେସର କୋଷାଧ୍ୟକ୍ଷ । ତେବେ କିଭଳି ଓ କେଉଁ ପରିସ୍ଥିତିରେ ରାଜେଶଙ୍କ ମୃତ୍ୟୁ ହେଲା ? ସତରେ କ'ଣ ରାଜେଶ ନିଜେ ନିଜକୁ ଗୁଳି କରିଦେଲେ ? ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ର ତନାଘନା ପରେ ରାଜେଶଙ୍କ ସନ୍ଦେହଜନକ ମୃତ୍ୟୁ ଉପରୁ ପରଦା ହଟି ପାରିବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories