Truck Accident / ୪ଟି ଗାଡ଼ି ମଧ୍ୟରେ ଭୟଙ୍କର ଦୁର୍ଘଟଣା; ଜିଅଁନ୍ତା ଜଳିଗଲେ ୯ ଜଣ, ଶିଶୁ ବି ସାମିଲ
·2 months ago·3 min read

Key Points
ଉତ୍ତରପ୍ରଦେଶ ମିର୍ଜାପୁରରେ ଭୟଙ୍କର ସଡ଼କ ଦୁର୍ଘଟଣା
ଜୀବିତ ଅବସ୍ଥାରେ ଜଳିଗଲେ ୯ ଜଣ, ମୋଟ ୧୧ ମୃତ
ଜୀବିତ ଅବସ୍ଥାରେ ଜଳିଗଲେ ୯ ଜଣ, ମୋଟ ୧୧ ମୃତ
ଉତ୍ତର ପ୍ରଦେଶର ମିର୍ଜାପୁରରେ ବୁଧବାର ରାତିରେ ଭୟଙ୍କର ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ଅକାଳରେ ଚାଲିଗଲା ୧୧ ଜଣଙ୍କର ଜୀବନ । ମଧ୍ୟ ପ୍ରଦେଶରୁ ଆସୁଥିବା ଏକ ପଥର ଟ୍ରକ୍ ବ୍ରେକ୍ ଫେଲ୍ ହେବା ପରେ ହିଁ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୯ ଜଣ ଜୀବନ୍ତ ଦଗ୍ଧ ହୋଇଥିବାବେଳେ ସେଥିରେ ଶିଶୁ ବି ସାମିଲ । ଦୁର୍ଘଟଣାଟି ଡ୍ରୁମଡଗଞ୍ଜ ଥାନା ଅଞ୍ଚଳରେ ଘଟିଛି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ନିଆଁ ଲାଗିଯାଇଥିଲା ।
ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ଧକ୍କା ଏତେ ଭୟଙ୍କର ଥିଲା ଯେ ବୋଲେରୋରେ ତୁରନ୍ତ ନିଆଁ ଲାଗିଗଲା । ସମସ୍ତ ଯାତ୍ରୀ ଭିତରେ ଫସି ରହି ଜୀବନ୍ତ ଦଗ୍ଧ ହୋଇଗଲେ । ସ୍ଥାନୀୟ ଲୋକମାନେ ଶୀଘ୍ର ଉଦ୍ଧାର କାର୍ଯ୍ୟରେ ଯୋଗ ଦେଇଥିଲେ, କିନ୍ତୁ ପ୍ରବଳ ନିଆଁ ଯୋଗୁଁ କାହାକୁ ରକ୍ଷା କରାଯାଇ ପାରିନଥିଲା । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ, ଏସପି ଅପର୍ଣ୍ଣା ରଜତ କୌଶିକ, ସିଓ ଲାଲଗଞ୍ଜ ଅମର ବାହାଦୁର ଏବଂ ଲାଲଗଞ୍ଜ ଓ ହଲିଆ ପୋଲିସ ଷ୍ଟେସନର ପୋଲିସ ଫୋର୍ସ ଘଟଣାସ୍ଥଳରେ ପହଞ୍ଚିଥିଲେ । ଅଗ୍ନିଶମ ବାହିନୀ ସହାୟତାରେ ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା ।
ପଢନ୍ତୁ ଏହି ଖବର: ପ୍ରସିଦ୍ଧ ଥ୍ରିସୁର ପୂରମ ପର୍ବ ଲାଗି ଚାଲିଥିଲା ବାଣ ତିଆରି; ହଠାତ୍ ହେଲା ଭୟଙ୍କର ବିସ୍ଫୋରଣ
ବୋଲେରୋରେ ଯାତ୍ରା କରୁଥିବା ପ୍ରିୟଙ୍କା (୪୨), କାର୍ତ୍ତିକେୟ (୧୮), ପଙ୍କଜ ସିଂହ (୪୦), ସୋନମ (୯) ଏବଂ ବିଷ୍ଣୁ (ରାମପୁରର ବାସିନ୍ଦା ବୋଲେରୋ ଡ୍ରାଇଭର) ନିଆଁରେ ପୋଡ଼ି ମୃତ୍ୟୁବରଣ କରିଛନ୍ତି । ପ୍ରିୟଙ୍କା ସିଂହ ଏବଂ କାର୍ତ୍ତିକେୟ ସିଂହ ମଧ୍ୟପ୍ରଦେଶରେ ରହୁଥିବାବେଳେ ମୁଣ୍ଡନ ଉତ୍ସବରେ ଯୋଗ ଦେବାକୁ ଆସିଥିଲେ । ସେପଟେ ସ୍ୱିଫ୍ଟ କାର ଡ୍ରାଇଭର ଜୟ ପ୍ରକାଶ (୨୭) ସୋନଭଦ୍ରର ବାସିନ୍ଦା ଥିବାବେଳେ ଟ୍ରକରେ ଥିବା ବିକାଶ ମଧ୍ୟପ୍ରଦେଶର ବାସିନ୍ଦା ବୋଲି ଜଣାପଡ଼ିଛି ।
- କେମିତି ଘଟିଲା ଦୁର୍ଘଟଣା ?

- ଜଣେ ଶିଶୁ ସମେତ ୯ ଜଣ ଜୀବନ୍ତ ଦଗ୍ଧ
ପଢନ୍ତୁ ଏହି ଖବର: ପ୍ରସିଦ୍ଧ ଥ୍ରିସୁର ପୂରମ ପର୍ବ ଲାଗି ଚାଲିଥିଲା ବାଣ ତିଆରି; ହଠାତ୍ ହେଲା ଭୟଙ୍କର ବିସ୍ଫୋରଣ
ବୋଲେରୋରେ ଯାତ୍ରା କରୁଥିବା ପ୍ରିୟଙ୍କା (୪୨), କାର୍ତ୍ତିକେୟ (୧୮), ପଙ୍କଜ ସିଂହ (୪୦), ସୋନମ (୯) ଏବଂ ବିଷ୍ଣୁ (ରାମପୁରର ବାସିନ୍ଦା ବୋଲେରୋ ଡ୍ରାଇଭର) ନିଆଁରେ ପୋଡ଼ି ମୃତ୍ୟୁବରଣ କରିଛନ୍ତି । ପ୍ରିୟଙ୍କା ସିଂହ ଏବଂ କାର୍ତ୍ତିକେୟ ସିଂହ ମଧ୍ୟପ୍ରଦେଶରେ ରହୁଥିବାବେଳେ ମୁଣ୍ଡନ ଉତ୍ସବରେ ଯୋଗ ଦେବାକୁ ଆସିଥିଲେ । ସେପଟେ ସ୍ୱିଫ୍ଟ କାର ଡ୍ରାଇଭର ଜୟ ପ୍ରକାଶ (୨୭) ସୋନଭଦ୍ରର ବାସିନ୍ଦା ଥିବାବେଳେ ଟ୍ରକରେ ଥିବା ବିକାଶ ମଧ୍ୟପ୍ରଦେଶର ବାସିନ୍ଦା ବୋଲି ଜଣାପଡ଼ିଛି ।
उत्तर प्रदेश के मीरजापुर जिले में सड़क दुर्घटना में लोगों की मृत्यु के बारे में जानकर मुझे गहरा दुख हुआ है। इस दुर्घटना में अपने प्रियजनों को खोने वाले परिवारों के प्रति मैं गहन शोक-संवेदना व्यक्त करती हूं। मैं घायल हुए लोगों के शीघ्र स्वस्थ होने की कामना करती हूं।
— President of India (@rashtrapatibhvn) April 23, 2026
- ଶୋକ ପ୍ରକାଶ କଲେ ରାଷ୍ଟ୍ରପତି
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories