Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Thrissur Pooram Blast / ପ୍ରସିଦ୍ଧ ଥ୍ରିସୁର ପୂରମ ପର୍ବ ଲାଗି ଚାଲିଥିଲା ବାଣ ତିଆରି; ହଠାତ୍ ହେଲା ଭୟଙ୍କର ବିସ୍ଫୋରଣ

Sushanta Sahoo
Browse all articles by Sushanta Sahoo
·2 months ago·2 min read
ପ୍ରସିଦ୍ଧ ଥ୍ରିସୁର ପୂରମ ପର୍ବ ଲାଗି ଚାଲିଥିଲା ବାଣ ତିଆରି; ହଠାତ୍ ହେଲା ଭୟଙ୍କର ବିସ୍ଫୋରଣ
Kerala Tragedy

Key Points

ପ୍ରସିଦ୍ଧ ପର୍ବ ଥ୍ରିସୁର ପୂରମ ଲାଗି ଜୋରସୋର୍‌ରେ ବାଣ ପ୍ରସ୍ତୁତି ଚାଲିଥିବା ବେଳେ ବଡ଼ ଅଘଟଣ ଘଟିଛି । ବାଣ ତିଆରି କାରଖାନାରେ ବଡ଼ ଧରଣର ବିସ୍ଫୋରଣ ଘଟି ୧୩ ଜଣଙ୍କ ମୃତ୍ୟୁ ହୋଇଛି, ୪୦ରୁ ଅଧିକ ଗୁରୁତର ଆହତ ହୋଇଛି ।
ନୂଆଦିଲ୍ଲୀ: ଚାଲିଥିଲା ବାଣ ଭିଡ଼ା । ବ୍ୟସ୍ତ ଥିଲେ କାରିଗର । କେରଳର ପ୍ରସିଦ୍ଧ ପର୍ବ ଥ୍ରିସୁର ପୂରମ ଲାଗି ଜୋରସୋର୍‌ରେ ବାଣ ପ୍ରସ୍ତୁତି ଚାଲିଥିବା ବେଳେ ବଡ଼ ଅଘଟଣ ଘଟିଛି । ବାଣ ତିଆରି କାରଖାନାରେ ବଡ଼ ଧରଣର ବିସ୍ଫୋରଣ ଘଟି ୧୩ ଜଣଙ୍କ ମୃତ୍ୟୁ ହୋଇଛି, ୪୦ରୁ ଅଧିକ ଗୁରୁତର ଆହତ ହୋଇଛି ।

କେରଳର ମୁଣ୍ଡଥିକୋଡୁର ଥାଲାପ୍ପିଲ୍ଲିରେ ଏହି ବିସ୍ଫୋରଣ ଘଟିଛି । ମଙ୍ଗଳବାର ଅପରାହ୍ଣରେ ବାଣ କାରଖାନାରେ ବିସ୍ଫୋରଣ ନେଇ ଖବର ମିଳିବା ପରେ ଅଗ୍ନିଶମ ବାହିନୀ ସହ ଉଦ୍ଧାରକାରୀ ଟିମ୍ ପହଞ୍ଚିଥିଲେ । ଘଟଣାସ୍ଥଳରୁ ୫ ଜଣଙ୍କ ମୃତଦେହ ମିଳିଥିଲା ।

ଏଥିସହ ପଢ଼ନ୍ତୁ: ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ; ୧୬ ମୃତ, ବଢିପାରେ ମୃତକଙ୍କ ସଂଖ୍ୟା

ଆହତମାନଙ୍କୁ ଆମ୍ବୁଲାନ୍ସ ଯୋଗେ ମେଡିକାଲ୍ ନିଆଯାଇଛି । ମିଳିଥିବା ସୂଚନା ଅନୁସାରେ, ପ୍ରସିଦ୍ଧ ଥ୍ରିସୁର ପୂରମ ପର୍ବ ଲାଗି ସେଠାରେ ବାଣ ପ୍ରସ୍ତୁତି କରାଯାଉଥିଲା । ପର୍ବର ମୁଖ୍ୟ ୨ଟି ଗୋଷ୍ଠୀ ମଧ୍ୟରୁ ବାଣ ତିଆରି କରୁଥିଲେ ଥିରୁଭାମ୍ବାଡି ଦେବାସ୍ଵମ ଗୋଷ୍ଠୀ ।

ଚାଷ ଜମିରେ ପଡ଼ିଛି ମୃତଦେହ

ବିସ୍ଫୋରଣରେ କାରଖାନାର ଏକାଧିକ ଶ୍ରମିକ ମୃତାହତ ହୋଇଛନ୍ତି । ସମସ୍ତଙ୍କୁ ଥ୍ରିସୁର ମେଡିକାଲ୍‌ କଲେଜରେ ଭର୍ତ୍ତି କରାଯାଇଛି । ଏହି ବାଣ କାରଖାନା ଚାଷ ଜମି ନିକଟରେ ରହିଥିଲା । ବିସ୍ଫୋରଣ ପରେ ଚା ଜମିରେ ଏଣେତେଣେ ମୃତଦେହର ଖଣ୍ଡ ପଡ଼ିଥିବା ଦେଖିବାକୁ ମିଳିଛି ।

ତେବେ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହରୁ ଏଭଳି ବିସ୍ଫୋରଣ ହୋଇଥିବା ଅଗ୍ନିଶମ ଅଧିକାରୀ ଆଶଙ୍କା କରିଛନ୍ତି । ଲଗାତାର ବିସ୍ଫୋରଣ ହେଉଥିବାରୁ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିବାକୁ ରେସ୍କ୍ୟୁ ଟିମ୍ ଅସମର୍ଥ ହେଉଛି ।

ଏଥିସହ ପଢ଼ନ୍ତୁ: ଶକ୍ତ ଭୂମିକମ୍ପ ଝଟକାରେ ଥରିଲା ଜାପାନ; ସୁନାମି ଆଲର୍ଟ ପରେ ଆତଙ୍କ

ତେବେ ବାଣ କାରଖାନାରେ କେତେ ପରିମାଣର ବିସ୍ଫୋରକ ଓ ବାରୁଦ ମହଜୁଦ୍ ଥିଲା ତାହା ସ୍ପଷ୍ଟ ହୋଇନାହିଁ । ତେବେ କାରଖାନ ନିକଟରେ ଥିବା କ୍ଷେତରେ ମୃତଦେହ ଖଣ୍ଡ ଖଣ୍ଡ ହୋଇ ପଡ଼ିଛି ।


ପ୍ରଧାନମନ୍ତ୍ରୀଙ୍କ ଶୋକ

ଥ୍ରିସୁର ବାଣ ବିସ୍ଫୋରଣକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିଛନ୍ତି । ମୃତକଙ୍କ ପାଇଁ ପ୍ରଧାନମନ୍ତ୍ରୀ ରିଲିଫ୍ ଫଣ୍ଡରୁ ୨ ଲକ୍ଷ ଟଙ୍କା ଏବଂ ଆହତଙ୍କ ପାଇଁ ୫୦ ହଜାର ଟଙ୍କା ସହାୟତା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Thrissur Pooram Fireworks Blast: 13 Dead, Over 40 Injured in Kerala | Argus News | Argus News