ଓଡ଼ିଆ ଜାତିର ସର୍ବ କନିଷ୍ଠ ସହିଦ ବାଜି ରାଉତଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର
by Argus News
Sat, Oct 05 | 9:20 a.m.

ଭବନେଶ୍ୱର: ସ୍ଵାଧୀନତା ସଂଗ୍ରାମୀ ଓଡ଼ିଆ ଜାତିର ସର୍ବ କନିଷ୍ଠ ସହିଦ ବାଜି ରାଉତଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭୁବନେଶ୍ବର ୟୁନିଟ-8 ସ୍ଥିତ ସହିଦ ବାଜି ରାଉତଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ପରେ ଚନ୍ଦ୍ରଶେଖରପୁର ସ୍ଥିତ ବୁଦ୍ଧ ପାର୍କରେ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ଧର୍ମେନ୍ଦ୍ର ପ୍ରଧାନ । ଭବିଷ୍ୟତକୁ ଆଖି ଆଗରେ ରଖି ପରିବେଶକୁ ସୁରକ୍ଷିତ ରଖିବା ନିମନ୍ତେ ବୃକ୍ଷର ଆବଶ୍ୟକତା ରହିଥିବାବେଳେ ବିଡ଼ିଏ ପକ୍ଷରୁ ଆୟୋଜିତ ହୋଇଥିଲା ବୃକ୍ଷରୋପଣ କାର୍ଯ୍ୟକ୍ରମ ହୋଇଥିଲା । କେନ୍ଦ୍ରମନ୍ତ୍ରୀଙ୍କ ସହ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସାମିଲ ଥିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଖାଉଟି ଯୋଗାଣ ଓ କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଓ ଏକାମ୍ର ବିଧାୟକ ବାବୁ ସିଂ । ପରେ ମଙ୍ଗଳାବସ୍ତିରେ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମରେ ଯୋଗଦେଇଥିଲେ କେନ୍ଦ୍ରମନ୍ତ୍ରୀ । ଏଥିସହ ଜୟଦେବ ଭବନରେ ବାଜି ରାଉତଙ୍କ ଜୟନ୍ତୀ ସମାରୋହରେ ଯୋଗଦେବାର ରହିଛି କାର୍ଯ୍ୟକ୍ରମ । ଚନ୍ଦ୍ରଶେଖରପୁର ପଂଜାବ ଭବନରେ ବିଜେପିର ସଦସ୍ୟତା ଅଭିଯାନରେ ବି ହେବେ ସାମିଲ୍ । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

LAND JIHAD
2m ago
ସାମ୍ନାକୁ ଆସିଲା ମାଲକାନଗିରି ଲ୍ୟାଣ୍ଡ ଜିହାଦ ପଛର ଚେହେରା
ଅର୍ଗସ ବ୍ୟୁରୋ: ସାମ୍ନାକୁ ଆସିଲା ମାଲକାନଗିରି ଲ୍ୟାଣ୍ଡ ଜିହାଦ ପଛର ଚେହେରା। ଲ୍ୟାଣ୍ଡ ଜିହାଦ ସହ ବିଜେଡି ଲିଙ୍କର ପର୍ଦ୍ଦାଫାସ୍ ହୋଇଛି । ଆପଣ ଦେଖୁଥିବା ଫଟୋରେ ଏ ବ୍ୟକ୍ତ
ଭୋଟର
4m ago
କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଲମ୍ବା ଲାଇନରେ ଠିଆ ହୋଇ ଭୋଟର
ନୂଆଦିଲ୍ଲୀ: ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଚାଲିଛି ଭୋଟିଂ। କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଲମ୍ବା ଲାଇନରେ ଠିଆ ହୋଇ ଭୋଟର ମାନେ ଭୋଟ ଦେଉଛନ୍ତି । ମୁଖ୍ୟମନ୍ତ୍ରୀ ନାୟବ ସି
ମୃତ
33m ago
ହାଇୱା ଧକ୍କାରେ ଘଟଣାସ୍ଥଳରେ ବୃଦ୍ଧଙ୍କ ମୃତ
ଅର୍ଗସ ବ୍ୟୁରୋ: ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ହାଣ୍ଡିଫୁଟା ଗ୍ରାମର ଚୈଧୁରୀ ସୁଦର୍ଶନ ତ୍ରିପାଠୀ ସାଇକେଲରେ ଭୋର ସକାଳ ୫ ଟା ସମୟରେ ଠାକୁରମୁଣ୍ଡାରୁ ନିଜ ଘର ହାଣ୍ଡିଫୁଟା କ