ଚନ୍ଦ୍ରଯାନ ୪ର ମିଶନ ପାଇଁ କେନ୍ଦ୍ର କ୍ୟାବିନେଟ୍‌ର ମଂଜୁରୀ
by Argus News
Wed, Sep 18 | 9:32 p.m.

ନୂଆଦିଲ୍ଲୀ:   ମହାକାଶରେ ଆହୁରି ଶକ୍ତିଶାଳୀ ହେବ ଭାରତ । ଚନ୍ଦ୍ରଯାନ ୪ ମିଶନକୁ କେନ୍ଦ୍ର କ୍ୟାବିନେଟର ମିଳିଛି ମଂଜୁରୀ । ବହୁ ପ୍ରତିକ୍ଷୀତ ଏହି ମିଶନ ପାଇଁ ୨୧୦୪କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଏଥିସହ ଗଗନଯାନ ମିଶନ, ଶୁକ୍ର ମିଶନ ଓ ମହାକାଶରେ ଭାରତର ସ୍ପେସ ଷ୍ଟେସନ୍ ପାଇଁ ନିଆଯିବ ସ୍ବତନ୍ତ୍ର ପଦକ୍ଷେପ । ଆମେରିକା, ଚୀନ ପରେ ଭାରତ ମହାକାଶରେ ଭାରତୀୟ ଅନ୍ତରୀକ୍ଷ କେନ୍ଦ୍ର ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଛି ।  

ଆହୁରି ତ୍ବରାନ୍ବିତ ହେବ ଭାରତର ଚନ୍ଦ୍ର ଅଭିଯାନ । ଚନ୍ଦ୍ରଯାନ ୩ ମିଶନରେ ଭାରତର ଲ୍ୟାଣ୍ଡର ବିକ୍ରମ୍ ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ପରେ ଆଉ ଏକ ବଡ ମିଶନ ଆରମ୍ଭ ହେବାକୁ ଯାଉଛି । ଚନ୍ଦ୍ରଯାନ ୪ ମିଶନ ଜରିଆରେ ଚନ୍ଦ୍ରପୃଷ୍ଠରେ ଅବତରଣ କରି ପୁଣି ସେଠାରୁ ପୃଥିବୀକୁ ପ୍ରତ୍ୟାବର୍ତ୍ତନ ପାଇଁ ଲକ୍ଷ୍ୟ ରଖାଯାଇଛି । ଏଥିରେ ଚନ୍ଦ୍ରପୃଷ୍ଠରୁ ନମୁନା ସଂଗ୍ରହ କରାଯିବ । ଇସ୍ରୋ ପକ୍ଷରୁ ହେବାକୁ ଥିବା ଏହି ବହୁ ପ୍ରତିକ୍ଷୀତ ମିଶନ ଆସନ୍ତା ୩୬ ମାସ ମଧ୍ୟରେ ଚୂଡାନ୍ତ ରୂପ ନେବ । ଏଥିପାଇ ୨୧୦୪କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଆଗାମୀ ଦିନରେ ଇସ୍ରୋ ପକ୍ଷରୁ ଚନ୍ଦ୍ରପୃଷ୍ଠକୁ ଜଣେ ବ୍ୟକ୍ତିଙ୍କୁ ପଠାଇବା ସହ ସେଠାରୁ ନମୁନା ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଛି । ଚନ୍ଦ୍ରଯାନ ୪ ମିଶନ ଦ୍ବାରା ଏହା ଆଉ ପାଦେ ଆଗେଇବ ।

ଭାରତର ଚନ୍ଦ୍ର ଓ ମଙ୍ଗଳ ମିଶନ ପରେ ଶୁକ୍ର ଗ୍ରହର ଗତିବିଧି ଉପରେ ଅଧିକ ତଥ୍ୟ ସଂଗ୍ରହ କରାଯିବ । ଭାରତର ଅତ୍ୟାଧୁନିକ ସ୍ପେସକ୍ରାଫ୍ଟ ଶୁକ୍ରଗ୍ରହର ଚତୁପାର୍ଶ୍ବରେ ବୁଲି ସେଠାକାର ପୃଷ୍ଠଭୂମି, ବାୟୁର ଚାପ ଓ ସୂର୍ଯ୍ୟଙ୍କ କିରଣ ସେଠାରେ କଣ ପ୍ରଭାବ ରହିଛି ତାହା ଅନୁଧ୍ୟାନ କରାଯିବ । ପୃଥିବୀ ପରି ଶୁକ୍ରଗ୍ରହରେ ମଧ୍ୟ ଜୀବସତ୍ତା ଥିବା ବିଶ୍ବାସ କରାଯାଉଥିବାରୁ ଏହି ମିଶନର ଅନେକ ଗୁରୁତ୍ବ ରହିଛି । ଭାରତର ଶୁକ୍ର ମିଶନ ୨୦୨୮ରେ ଆରମ୍ଭ କରିବାକୁ ଟାର୍ଗେଟ୍ ରଖାଯାଇଛି । ୧୨୩୬କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ଏହି ମିଶନର ୮୨୪କୋଟି ଟଙ୍କା ସ୍ବତନ୍ତ୍ର ମହାକାଶ ଯାନ ପାଇଁ ବ୍ୟବହାର କରାଯିବ । ଏଥିସହ ୨୦୨୮ସୁଦ୍ଧା ଭାରତ ପକ୍ଷରୁ ମହାକାଶରେ ଏକ ସ୍ପେସ ସେଣ୍ଟର ଖୋଲିବାକୁ ଲକ୍ଷ୍ୟ ରହିଛି ।  

ଅଧିକ ପଢନ୍ତୁ ଭାରତ ଖବର 
 

ବାଲେଶ୍ବର ବନ୍ୟା
32m ago
ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା,ଉଦ୍ଧାର କାର୍ଯ୍ୟ ଜାରି
ଅର୍ଗସ ବ୍ୟୁରୋ:ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା ଦେଖିବାକୁ ମିଳିଛି । ୫୦ରୁ ଅଧିକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି। ସ୍କୁଲ ଓ ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଛନ୍ତି ୪ହଜାର ୫୦
ଅଙ୍କିତା
ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା
ଭୁବନେଶ୍ୱର: ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା । ସାମ୍ନାକୁ ଆସିଲା ଭରତପୁର ପୋଲିସର ତାଲିବାନୀ ଅତ୍ୟାଚାର । ପୋଲିସର ଅକଥନୀୟ ଅତ୍ୟାଚାର କଥା କହିଲେ ମେଜରଙ୍
ମମିତା ମେହେର
ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ ?
ଭୁବନେଶ୍ୱର: ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ । ପୂର୍ବତନ ସାଂସଦ ସୁଜିତ କୁମାରଙ୍କ ବୟାନ ପରେ ଜୋର ଧରିଛି ଏ ଦାବି । ସେପଟେ ମମିତାଙ୍କ ଦୋଷୀଙ୍କ