ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା 
by Argus News
Thu, Sep 19 | 7:59 p.m.

ଭୁବନେଶ୍ୱର:  ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା । ସାମ୍ନାକୁ ଆସିଲା ଭରତପୁର ପୋଲିସର ତାଲିବାନୀ ଅତ୍ୟାଚାର । ପୋଲିସର ଅକଥନୀୟ ଅତ୍ୟାଚାର କଥା କହିଲେ ମେଜରଙ୍କ ବାନ୍ଧବୀ । ଗଣମାଧ୍ୟମ ଆଗରେ କାନ୍ଦି କାନ୍ଦି ପୋଲିସ ଅତ୍ୟାଚାର କଥା କହିଲେ  । ଘଟଣା ଦିନର ଲୋମହର୍ଷକ, ଛାତିଥରା କଥା କହିଲେ ଅଙ୍କିତା । IIC ଓ ଅନ୍ୟ ପୋଲିସ କର୍ମଚାରୀ କିପରି ଯୌନ ନିର୍ଯାତନା ଦେଇଥିଲେ କହିଲେ ।

15 ତାରିଖ ରାତି 1ଟାରେ ରେଷ୍ଟୁରାଣ୍ଟ ବନ୍ଦ କରି ଗୁରୁବଂଶଙ୍କ ସହ ଫେରୁଥିଲି । ବିଚ୍ ରାସ୍ତାରେ କିଛି ଦୁର୍ବୃତ୍ତ ହଇରାଣ କଲେ, ବହୁ କଷ୍ଟରେ ମୁକୁଳିଆସିଥିଲୁ । ସେମାନଙ୍କ ବିରୋଧରେ ଏତଲା ଦେବାକୁ ଭରତପୁର ଥାନାରେ ପହଞ୍ଚିଥିଲୁ । ଥାନାରେ ନାଇଟ୍ ପିନ୍ଧିଥିବା ଅବସ୍ଥାରେ ଜଣେ ମହିଳା କନଷ୍ଟେବଳ ବସିଥିଲେ । ଏତଲା ରଖିବା ବଦଳରେ ଆମକୁ ପ୍ରବଳ ଗାଳିଗୁଲଜ କଲେ । ମୋ ହାତ ଓ ଗୋଡ଼ ବାନ୍ଧି ପୋଲିସ ମୋ ଛାତିକୁ କିକ୍ ମାରିଥିଲା । ଆର୍ମି ଅଫିସରଙ୍କୁ ଲକ୍‌ରେ ରଖିପାରିବେନି ବୋଲି କହିଥିଲି।  

ଅଧିକ ପଢନ୍ତୁ ଓଡ଼ିଶା ଖବର 

ବାଲେଶ୍ବର ବନ୍ୟା
ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା,ଉଦ୍ଧାର କାର୍ଯ୍ୟ ଜାରି
ଅର୍ଗସ ବ୍ୟୁରୋ:ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା ଦେଖିବାକୁ ମିଳିଛି । ୫୦ରୁ ଅଧିକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି। ସ୍କୁଲ ଓ ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଛନ୍ତି ୪ହଜାର ୫୦
ଅଙ୍କିତା
ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା
ଭୁବନେଶ୍ୱର: ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା । ସାମ୍ନାକୁ ଆସିଲା ଭରତପୁର ପୋଲିସର ତାଲିବାନୀ ଅତ୍ୟାଚାର । ପୋଲିସର ଅକଥନୀୟ ଅତ୍ୟାଚାର କଥା କହିଲେ ମେଜରଙ୍
ମମିତା ମେହେର
ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ ?
ଭୁବନେଶ୍ୱର: ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ । ପୂର୍ବତନ ସାଂସଦ ସୁଜିତ କୁମାରଙ୍କ ବୟାନ ପରେ ଜୋର ଧରିଛି ଏ ଦାବି । ସେପଟେ ମମିତାଙ୍କ ଦୋଷୀଙ୍କ