୪୦ ପରେ ଫିଲ୍ମରେ  ରୋଲ ମିଳିନଥାଏ: କଲ୍‌କି କୋଚଲିନ 
by Argus News
Thu, Apr 25 | 6:41 p.m.

ନୂଆଦିଲ୍ଲୀ: ୪୦ ବୟସ ପରେ କାମ ଆସିବା ବନ୍ଦ ହୋଇଯାଇଥାଏ। ଫିଲ୍ମରେ ରୋଲ ମିଳିନଥାଏ।  ଏହା କହିଛନ୍ତି ବଲିଉଡ୍‌ ଅଭିନେତ୍ରୀ କଲ୍‌କି କୋଚଲିନ । କଲକି କୋଚଲିନ୍‌  ବଲିଉଡ୍‌ର ସେହି ଅଭିନେତ୍ରୀ ମାନଙ୍କ ମଧ୍ୟରେ   ଜଣେ  ଯିଏ ନିଜର  ସିଧା ସିଧା କଥା କହିବା ପାଇଁ  ପରିଚିତ। କିଛି ଦିନ ପୂର୍ବରୁ ଏକ ସାକ୍ଷାତକାରରେ  ନିଜ କ୍ୟାରିୟର  ଏବଂ କାମ କୁ ନେଇ କହିଥିଲେ। ଅଭିନେତ୍ରୀଙ୍କୁ  ପଚରାଯାଇଥିଲା  କେଉଁ କାରଣ ପାଇଁ  ନୂଆ ପ୍ରୋଜେକ୍ଟରେ କାମ କରୁନାହାଁନ୍ତି।  ଏହାର ପ୍ରଶ୍ନରେ  କଲକି  କହିଥିଲେ,  ମୁଁ ପ୍ରୋଜେକ୍ଟ ପାଇଁ  ଆହୁରି ଅଧିକ ସିଲେକ୍ଟିଭ୍‌  ହୋଇଯାଇଛି। ବର୍ତ୍ତମାନ ମୁଁ ବହୁତ ଭାବି ଚିନ୍ତି  ନିଷ୍ପତ୍ତି ନେଉଛି। ଏହାର କାରଣ ମୁଁ ମୋ ଝିଅ ଠାରୁ ଦୂରେଇ ରହିପାରିବିନି। 

କଲକି ଆହୁରି ମଧ୍ୟ କହିଥିଲେ ବର୍ତ୍ତମାନ  ୪୦ ରୁ ଅଧିକ ବୟସର ମହିଳାମାନଙ୍କୁ ନେଇ ପରଦାରେ ଦେଖାଇବାକୁ କାହାଣୀ ନାହିଁ।  ଲୋକ ମାନେ ଏହି ବୟସର ମହିଳାମାନଙ୍କ ଉପରେ ବହୁତ କଠୋର ହୋଇପଡିଛନ୍ତି। ଲୋକମାନେ କିଛି ବି  ଜାଣନ୍ତି ନାହିଁ ୪୦ ବର୍ଷୀୟ ମହିଳାଙ୍କ ବିଷୟରେ। ଏହି ବୟସର ମହିଳାଙ୍କ ଶରୀରରେ  ଅନେକ କିଛି ପରିବର୍ତ୍ତିନ ଘଟିଥାଏ। ଯାହା କେହି ଜାଣନ୍ତି ନାହିଁ।    ଯେଉଥିପାଇଁ ଏହି ମହିଳାଙ୍କୁ ନେଇ  ସ୍କ୍ରିପ୍ଟ ଲେଖାଯାଏନା କି ଏମାନଙ୍କ ପାଇଁ ରୋଲ ମଧ୍ୟ ନଥାଏ। 

ଅଧିକ ପଢନ୍ତୁ  ମନୋରଞ୍ଜନ ଖବର 
 

BJP
46m ago
ଓଡ଼ିଶାରେ ବିଜେପି ୨୧ ରୁ ୨୧ ଲୋକସଭା ଆସନ ଜିତିବ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଅର୍ଗସ ବ୍ୟୁରୋ : ଭୁବନେଶ୍ୱର ଲୋକସଭା କାର୍ଯ୍ୟକର୍ତ୍ତା ବୈଠକରେ ଯୋଗ ଦେଲେ ବିଜେପିର ୫ ହେଭିୱେଟ ନେତା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ
BJD
ନିଜ ଦଳର ସମ୍ବିଧାନକୁ ଭୁଲିଗଲେ କି ବିଜେଡି ନେତା
ଅର୍ଗସ ବ୍ୟୁରୋ : ନିଜ ଦଳର ସମ୍ବିଧାନକୁ ଭୁଲିଗଲେ କି ବିଜେଡି ନେତା ? ସମ୍ବିଧାନର ସର୍ତ୍ତ ମଦ ପିଉଥିଲେ ମିଳିବନି ବିଜେଡି ସଦସ୍ୟତା ? ଏହି ସମ୍ବିଧାନ ଆଧାରରେ ନିର୍ବାଚନ କମିଶନ ଦେଇଛିନ୍ତ
MODI
ଆସନ୍ତାକାଲି ପୁଣି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି
ଅର୍ଗସ ବ୍ୟୁରୋ: ବିଜେପି ଫୋକସରେ ଓଡ଼ିଶା। ରାଜ୍ୟରେ ସତ୍ତା ପରିବର୍ତ୍ତନ ପାଇଁ ବିଜେପି ପ୍ରଚାରର ମଙ୍ଗ ଧରିଛନ୍ତି ଖୋଦ୍ ପ୍ରଧାନମନ୍ତ୍ରୀ। ଏଥିପାଇଁ ଆସନ୍ତାକାଲି ପୁଣି ଓଡ଼ିଶା ଆସୁଛନ୍ତ