ଜୁଲାଇ ୫ରେ ମୁକ୍ତିଲାଭ କରିବ "ସୀତା" , ଓଡ଼ିଶାର ମୌଳିକ କାହାଣୀ ନେଇ ଫିଲ୍ମ
by Argus News
Wed, Jun 19 | 6:45 p.m.

ଅର୍ଗସ ବ୍ୟୁରୋ : ଚାଷୀ ଓ ଚାଷର କରୁଣ କାହାଣୀ କହିବ ଓଡ଼ିଆ । ଜୁଲାଇ ୫ରେ ମୁକ୍ତିଲାଭ କରିବ ଓଡ଼ିଆ ଚଳଚ୍ଚିତ୍ର ସୀତା । ଓଡ଼ିଶା ଏବଂ  ଭାରତରେ ହେଉଥିବା ଚାଷୀ ମୃତ୍ୟୁ ଓ ଚାଷୀ ପାଇଁ ଥିବା ଯୋଜନା କିଭଳି ବାଟମାରଣା ହୁଏ ତାକୁ ନେଇ ଚଳଚ୍ଚିତ୍ରଟି ଗତିଶୀଳ ହୋଇଛି। ମୌଳିକ କାହାଣୀର ଏହି ଚଳଚ୍ଚିତ୍ର ପରଦାକୁ ଆସିବା ପୂର୍ବରୁ ରିଲିଜ ତାରିଖ ସହ ଫିଲ୍ମର ଟ୍ରେଲର ରିଲିଜ ହୋଇଯାଇଛି। ପଥରଗଡ଼ିଆର ହିଲ୍ ଭିଓ କାଫେରେ ଏହି ରିଲିଜ ହୋଇଛି।

ଅଧିକ ପଢନ୍ତୁ : ଏହି ସିନେମାରୁ ଆରମ୍ଭ ହୋଇଥିଲା ଓଡ଼ିଆ ସିନେମାର ସ୍ୱର୍ଣ୍ଣିମ ଇତିହାସ

ଏଥିରେ ଗାଁ ଓ ତାର ପରିବେଶ ସହ  ଗାଁ ରାଜନୀତିକୁ ସ୍ଥାନିତ କରାଯାଇଛି । ଓଡ଼ିଶାର ଦାଦନ ଶ୍ରମିକ ପ୍ରଥା  ଓ ଚାଷୀ ଦୁଃଖ, ଆନ୍ଦୋଳନ  ଓ ସମ୍ମାନ ସହ ଚାଷର କାହାଣୀ କହିବ ଏହି ସିନେମା। ଚାଷୀ ଘରର ବାପ ଝିଅ ସମ୍ପର୍କର ଏକ କରୁଣ  କାହାଣୀ ଦେଖିବ ପୁରା ଓଡିଶା। ଚଳଚ୍ଚିତ୍ରର ପ୍ରଯୋଜନା ଓ ନିର୍ଦେଶନା ଦାୟିତ୍ବ ସମ୍ଭାଳିଛନ୍ତି  ଅଶ୍ବିନୀ ତ୍ରିପାଠୀ। ସଂଳାପ ଡାକ୍ତର ରଜନୀରଂଜନ ଲେଖିଥିବା ବେଳେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଜାପାନୀ ଭାଇ। ଅଭିନେତା ସମରେଶ ରାଉତରାୟ ଓ ଅଭିନେତ୍ରୀ ଦେବଯାନୀ ମୁଖ୍ୟ ଚରିତ୍ରରେ ନଜର ଆସିବେ।
 

ମ୍ୟାଚ
ଆଇସିସି ମହିଳା ଟି-୨୦ ବିଶ୍ୱକପ, ଭାରତ ଜିତିଲା ପ୍ରଥମ ମ୍ୟାଚ
ନୂଆଦିଲ୍ଲୀ: ଆଇସିସି ମହିଳା ଟି-୨୦ ବିଶ୍ୱକପରେ ଭାରତ ଜିତିଲା ପ୍ରଥମ ମ୍ୟାଚ । ଭାରତ ପାକିସ୍ତାନକୁ ୬ ୱିକେଟରେ ହରାଇ ତାର ବିଜୟ ଅଭିଯାନ ଆରମ୍ଭ କରିଛି । ଭାରତ ତାର ପ୍ରଥମ ମ୍ୟାଚର
ବେଆଇନ୍ ମେଡିସିନ୍
କାହା ସୁରକ୍ଷାରେ ବେଆଇନ୍ ମେଡିସିନ୍ ପ୍ରସ୍ତୁତ କରୁଥିଲା ମାସୁମ୍ ଖାନ୍ ?
ମାଲକାନଗିରି : କାହା ସୁରକ୍ଷାରେ ବେଆଇନ୍ ମେଡିସିନ୍ ପ୍ରସ୍ତୁତ କରୁଥିଲା ମାସୁମ୍ ଖାନ୍। ମାଲକାନଗିରି ମୋଟୁ ଇସଲାମନଗରର ବେଆଇନ୍ କାରବାର ପଛର କିଏ ସେହି ସଇତାନ୍। ମାସୁମ
ଆକ୍ସନ୍
ଭବାନୀପାଟଣା ଫରେଷ୍ଟର୍ ସଞ୍ଜୟ ନାୟକ ଆତ୍ମହତ୍ୟା ମାମଲାରେ ଆକ୍ସନ୍
କଳାହାଣ୍ଡି: ଚାରା ଦୁର୍ନୀତି କରୁଥିଲେ, ପିସି କାରବାର ପାଇଁ ଅଧନସ୍ଥ କର୍ମଚାରୀଙ୍କ ଉପରେ ମାନସିକ ଚାପ ପକାଉଥିଲେ। ଶେଷରେ ଅତିଷ୍ଠ ହୋଇ ଆତ୍ମହତ୍ୟା କଲେ କଳାହାଣ୍ଡି ଜାରିଙ୍ଗି ହାଇଟେକ