ଭବାନୀପାଟଣା ଫରେଷ୍ଟର୍ ସଞ୍ଜୟ ନାୟକ ଆତ୍ମହତ୍ୟା ମାମଲାରେ ଆକ୍ସନ୍
by Argus News
Sun, Oct 06 | 7:26 p.m.

କଳାହାଣ୍ଡି:  ଚାରା ଦୁର୍ନୀତି କରୁଥିଲେ, ପିସି କାରବାର ପାଇଁ ଅଧନସ୍ଥ କର୍ମଚାରୀଙ୍କ ଉପରେ ମାନସିକ ଚାପ ପକାଉଥିଲେ। ଶେଷରେ ଅତିଷ୍ଠ ହୋଇ ଆତ୍ମହତ୍ୟା କଲେ କଳାହାଣ୍ଡି ଜାରିଙ୍ଗି ହାଇଟେକ୍ ନର୍ସରୀ ଫରେଷ୍ଟର୍ ସଞ୍ଜୟ ନାୟକ । ଏହି ମାମଲାର ଅଭିଯୁକ୍ତ ଡିଏଫଓ ଦେବେନ୍ଦ୍ର ବେହେରା ନିଲମ୍ବିତ ହୋଇଛି। ତେବେ ଦେବେନ୍ଦ୍ରଙ୍କୁ  ଗିରଫ ପାଇଁ ଦାବି କରିଛନ୍ତି ମୃତ ଫରେଷ୍ଟରଙ୍କ ପରିବାର। ସେପଟେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ କହିଛନ୍ତି, ଦୋଷୀକୁ ଛଡ଼ାଯିବନାହିଁ। ପୁଣି ଅଫିସରଙ୍କୁ କଡ଼ା ଚେତାବନୀ ଦେଇ ମନ୍ତ୍ରୀ କହିଛନ୍ତି, ତଳ କର୍ମଚାରୀଙ୍କ ଉପରେ ଚାପ ପକାଇଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ।  ଜାରିଂ ନର୍ସରୀରେ ଚାରା ଦୁର୍ନୀତି ଓ ପିସି କାରବାର ନେଇ ସଞ୍ଜୟଙ୍କୁ ବାରମ୍ବାର ପିସି ମାଗିବା ସହ ମାନସିକ ନିର୍ଯାତନା ଦେଇ ଆସୁଥିଲେ ଡିଏଫଓ । ଯାହାର ଏକ ହାତ ଲେଖା ସୁଇସାଇଡ଼୍ ନୋଟ୍ ଛାଡି ଯାଇଥିଲେ ସଞ୍ଜୟ । ଭବାନୀପାଟଣା ସ୍ଥିତ ସରକାରୀ ବାସଭବନରେ ଛାନଭିନ୍ ପରେ ଆକ୍ସନ୍ ନେଇଛି ବିଭାଗ । ସେପଟେ ଘଟଣାରେ ପ୍ରତିକ୍ରିୟା ରଖି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ କହିଛନ୍ତି, ମାମଲା ଏବେ ବିଚାରାଧୀନ । ବିଭାଗ ତଦନ୍ତ କରୁଛି । ଦୋଷୀ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ ।. ୟେ ଘଟଣା ଜ୍ବଳନ୍ତ ଉଦାହରଣ ହେବ । ଯେଉଁମାନେ ଏହିଭଳି ଅସାମାଜିକ କାମ କିମ୍ବା ଦୁର୍ନୀତିରେ ଲିପ୍ତ ରହି ତଳ କର୍ମଚାରୀଙ୍କୁ ଚାପ ପକାଉଛନ୍ତି ।. ତାଙ୍କ ଉପରେ ଭବିଷ୍ୟତରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାଇ ଦେଇଛନ୍ତି ମନ୍ତ୍ରୀ ।


 ଫରେଷ୍ଟର ସଞ୍ଜୟ ନାୟକଙ୍କ ମୃତ୍ୟୁକୁ ୧୯ ଦିନ ପୁରିଥିବାବେଳେ ନ୍ୟାୟ ଅପେକ୍ଷାରେ ପରିବାର । ମା, ବାପା ଏବଂ ବଡ଼ ଭାଇଙ୍କ ଆଖିରୁ ଶୁଖୁନି ଲୁହ । ସଞ୍ଜୟଙ୍କ ପତ୍ନୀ ଦୁଇ ଛୁଆଙ୍କୁ ଧରି ବାପଘରକୁ ପଳାଇ ଥିବାବେଳେ 60 ବର୍ଷୀୟ ରୋଗୀଣା ବୁଢା ବାପା ହୋଟେଲରେ କାମ କରି ପରିବାର ଚଳାଉଛନ୍ତି । ସଞ୍ଜୟଙ୍କ ସୁଇସାଇଡ଼ ନୋଟ୍ ଯାଞ୍ଚ ଏବଂ କ୍ରସ୍ ମ୍ୟାଚିଂ କରିବାକୁ ଦାବି କରିଛନ୍ତି । କେବଳ ନିଲମ୍ବନ ନୁହେଁ ଡିଏଫଓଙ୍କୁ ଗିରଫ କଲେ ହିଁ ସଞ୍ଜୟଙ୍କ ଆତ୍ମା ଶାନ୍ତି ପାଇବ କହିଛନ୍ତି ପରିବାର ଲୋକେ ।  ବିଜେଡି ଶାସନରେ ସୁପର ପାୱାର ପାଇଥିବା ଡିଏଫଓ ଦେବେନ୍ଦ୍ର ବେହେରା ସଞ୍ଜୟଙ୍କୁ ମାଗିଥିଲେ ପିସି । ପିସି ନଦେଲେ ବଦଳି ସହ ସସପେଣ୍ଡ କରିବା ନେଇ ଦେଉଥିଲେ ଧମକ । ସଞ୍ଜୟ ପ୍ରାୟ ୧୦ ଲକ୍ଷ ଟଙ୍କା ପିସି ଦେବା ସହ ରାୟଗଡ଼ା ଡିଏଫଓଙ୍କ ଘରେ ଏସି ଓ ବୋରୱେଲ ଖୋଳାଇ ଥିଲେ । ଏପରିକି ମନ୍ଦିର ବାବଦକୁ ୪୦ ହଜାର ଟଙ୍କା ଚାନ୍ଦା ମଧ୍ୟ ଦେଇଥିଲେ । ଏଭଳି ସାଘାଂତିକ ଅଭିଯୋଗ ଥିବା ଡିଏଫଓ କେବେ ଗିରଫ ହେବେ ତାହାକୁ ନେଇ ଉଠିଛି ପ୍ରଶ୍ନ   ।

ଅଧିକ ପଢନ୍ତୁ ଓଡ଼ିଶା ଖବର 

ମ୍ୟାଚ
42m ago
ଆଇସିସି ମହିଳା ଟି-୨୦ ବିଶ୍ୱକପ, ଭାରତ ଜିତିଲା ପ୍ରଥମ ମ୍ୟାଚ
ନୂଆଦିଲ୍ଲୀ: ଆଇସିସି ମହିଳା ଟି-୨୦ ବିଶ୍ୱକପରେ ଭାରତ ଜିତିଲା ପ୍ରଥମ ମ୍ୟାଚ । ଭାରତ ପାକିସ୍ତାନକୁ ୬ ୱିକେଟରେ ହରାଇ ତାର ବିଜୟ ଅଭିଯାନ ଆରମ୍ଭ କରିଛି । ଭାରତ ତାର ପ୍ରଥମ ମ୍ୟାଚର
ବେଆଇନ୍ ମେଡିସିନ୍
କାହା ସୁରକ୍ଷାରେ ବେଆଇନ୍ ମେଡିସିନ୍ ପ୍ରସ୍ତୁତ କରୁଥିଲା ମାସୁମ୍ ଖାନ୍ ?
ମାଲକାନଗିରି : କାହା ସୁରକ୍ଷାରେ ବେଆଇନ୍ ମେଡିସିନ୍ ପ୍ରସ୍ତୁତ କରୁଥିଲା ମାସୁମ୍ ଖାନ୍। ମାଲକାନଗିରି ମୋଟୁ ଇସଲାମନଗରର ବେଆଇନ୍ କାରବାର ପଛର କିଏ ସେହି ସଇତାନ୍। ମାସୁମ
ଆକ୍ସନ୍
ଭବାନୀପାଟଣା ଫରେଷ୍ଟର୍ ସଞ୍ଜୟ ନାୟକ ଆତ୍ମହତ୍ୟା ମାମଲାରେ ଆକ୍ସନ୍
କଳାହାଣ୍ଡି: ଚାରା ଦୁର୍ନୀତି କରୁଥିଲେ, ପିସି କାରବାର ପାଇଁ ଅଧନସ୍ଥ କର୍ମଚାରୀଙ୍କ ଉପରେ ମାନସିକ ଚାପ ପକାଉଥିଲେ। ଶେଷରେ ଅତିଷ୍ଠ ହୋଇ ଆତ୍ମହତ୍ୟା କଲେ କଳାହାଣ୍ଡି ଜାରିଙ୍ଗି ହାଇଟେକ