ଆମେରିକା ହୋଟେଲରେ ୬୦ଟି ରୁମ୍‌ ବୁକ୍‌ କଲେ ପାକିସ୍ତାନୀ ଖେଳାଳୀ
by Argus News
Sat, Jun 22 | 7:47 p.m.

ନୂଆଦିଲ୍ଲୀ: ପାକିସ୍ତାନୀ କ୍ରିକେଟ ପ୍ଲେୟାସଙ୍କ ହରକତ ସବୁବେଳେ ବିବାଦ ଘେରକୁ ଚାଲିଆସିଥାଏ।  ଏଇ ଯେମିତି  ଟି୨୦ ଓ୍ୱାର୍ଲ୍ଡ କପ ଖେଳିବାକୁ ଯାଇଥିଲେ ଆମେରିକା କିନ୍ତୁ  ସାଙ୍ଗରେ ସ୍ତ୍ରୀ, ପିଲା, ବାପା ମା, ବନ୍ଧୁବାନ୍ଧବ, ସାଙ୍ଗସାଥିଙ୍କୁ ମିଶାଇ ୨୮ ଜଣଙ୍କୁ ସାଙ୍ଗରେ ନେଇଥିଲେ । ପୁରା  ଟିମ୍‌ ଲାଗି ହୋଟେଲରେ  ୬୦ ଟି ରୁମ୍‌ ବୁକ୍‌ କରାଯାଇଥିଲା । ଯାହା ଏବେ ଖୁବ୍‌ ଚର୍ଚ୍ଚାର ବିଷୟ ପାଲଟିଛି । ଖାଲି ଚର୍ଚ୍ଚା ହେଉଛି ତାହା ନୁହେଁ ବରଂ ପାକିସ୍ତାନ କ୍ରିକେଟ ବୋର୍ଡକୁ ସମାଲୋଚନାର ଶିକାର ହେବାକୁ ପଡୁଛି ।  ଅନ୍ତର୍ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଆମେରିକାରେ ପାଖାପାଖି ୩୪ ଖେଳାଳୀ, ସହଯୋଗୀ ଷ୍ଟାଫ  ଏବଂ ଅଧିକାରୀଙ୍କ ବ୍ୟତିତ ହୋଟେଲ୍‌ ୨୬ ରୁ ୨୮ ପରିବାରର ସଦସ୍ୟ ଉପସ୍ଥିତ ଥିଲେ।   ତେବେ ଖେଳଳୀମାନଙ୍କ ମଧ୍ୟରେ  ବାବର  ଆଜମ, ହାରିସ ରାଉଫ୍‌, ଶାଦାବ ଖାନ, ଫଖର ଜମାଙ୍ଗ ଏବଂ ମହମ୍ମଦ ଆମିର ସାମିଲ ଅଛନ୍ତି ଯାହାଙ୍କ ପରିବାର ସଦସ୍ୟ  ତାଙ୍କ ସହିତ ଆମେରିକା ଯାଇଥିଲେ। 

ତେବେ ଖେଳାଳୀ ପରିବାରକୁ  ସାଥିରେ ନେବା ବାବଦ ଖର୍ଚ୍ଚ ବହୁତ ହୋଇଥିଲା । ଯାହାର ଭରଣ ଖେଳାଳୀମାନେ  କରିଥିଲେ କିନ୍ତୁ  ପରିବାରର ସଦସ୍ୟ ସାଥିରେ ରହିବା ଦ୍ୱାରା ଖେଳାଳୀଙ୍କ  ଧ୍ୟାନକୁ ପ୍ରଭାବିତ କରିଥାଏ ଯେଉଁଥିପାଇଁ ଫିଳ୍ଡରେ ସେମାନେ ଭଲ ଖେଳି ପାରିନଥାନ୍ତି । ତେବେ ଏହି ସବୁ ହରକତ ପାଇଁ ପାକିସ୍ତାନ କ୍ରିକେଟ ବୋର୍ଡ  ସବୁବେଳେ ବିବାଦରେ ରହିଆସୁଛି।   ଟି୨୦ ବିଶ୍ୱକପରେ ନୈରାସ୍ୟଜନକ ପଦର୍ଶନ ଏବଂ ଗ୍ରୁପ ଷ୍ଟେଜରୁ ବାହାର ହୋଇଥିଲା ପାକିସ୍ତାନ ଟିମ୍‌ । ଏହା ପରଠୁ ସାମ୍ନାକୁ ଆସୁଛି ପାକ୍‌ ପ୍ଲେୟାର୍ସମାନଙ୍କ ଅଜିବ ଗରିବ ହରକତ୍‌। ଆଉ ପିସିବିକୁ ନାନା କଥାର କହୁଛନ୍ତି ସମାଲୋଚକ।

ଅଧିକ ଦେଖନ୍ତୁ : 
 

ବିଜେଡି
1m ago
କୌଣସି କମିଟିରେ ନଥାଇ ବି ଦଳର ସବୁ ବୈଠକରେ ଉପସ୍ଥିତ ବବି
ଭୁବନେଶ୍ୱର: ନିର୍ବାଚନରେ ହାରିବା ପରେ ବିଜେଡି ସ୍ଥିତି ଅସମ୍ଭାଳ। ପୂର୍ବରୁ ବିଜେଡିର କାର୍ପଟଦାର ଥିବା ବବି ଦାସ ଓ ପାଣ୍ଡିଆନଙ୍କ ବିରୋଧରେ ଦଳୀୟ ନେତା ଖୁଲମଖୁଲ୍ଲା ବିଷୋଦଗା
9 ଗିରଫ
57m ago
ପୋଲିସ ଉପରେ ଆକ୍ରମଣ କରିଥିବା 9 ଗିରଫ
ଅର୍ଗସ ବ୍ୟୁରୋ: ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଶୁକ୍ରବାର ଭଦ୍ରକରେ ହୋଇଥିଲା ତୁମୂଳକାଣ୍ଡ। ଆକ୍ରମଣJS ଲହୁଲୁହାଣ ହୋଇଥିଲେ ପୋଲିସ ଅଫିସର। ଏଇ ଘଟଣା ପରେ ଭଦ୍ରକ ସହରରେ ପୋଲିସ ଛାଉଣୀ ।
ସରକାର
ପୂର୍ବ ସରକାରରେ ଦୁର୍ନୀତିଖୋର ଅଫିସରଙ୍କୁ କଡ଼ା ଚେତାବନୀ
ଅର୍ଗସ ବ୍ୟୁରୋ: ମହିଳା ବିରୋଧୀ ଅପରାଧ ଉପରେ ଶୂନ୍ୟ ସହନଶୀଳ ନୀତିରେ କାମ କର । ମହିଳା, ଶିଶୁ ଓ ଦୁର୍ବଳ ଶ୍ରେଣୀ ଲୋକଙ୍କ ଉପରେ ହେଉଥିବା ଅପରାଧର ତୁରନ୍ତ ସମାଧାନ କର । ଅପରାଧୀ ଯେତ