ପୂର୍ବ ସରକାରରେ ଦୁର୍ନୀତିଖୋର ଅଫିସରଙ୍କୁ କଡ଼ା ଚେତାବନୀ
by Argus News
Sat, Sep 28 | 7:40 p.m.

ଅର୍ଗସ ବ୍ୟୁରୋ: ମହିଳା ବିରୋଧୀ ଅପରାଧ ଉପରେ ଶୂନ୍ୟ ସହନଶୀଳ ନୀତିରେ କାମ କର । ମହିଳା, ଶିଶୁ ଓ ଦୁର୍ବଳ ଶ୍ରେଣୀ ଲୋକଙ୍କ ଉପରେ ହେଉଥିବା ଅପରାଧର ତୁରନ୍ତ ସମାଧାନ କର । ଅପରାଧୀ ଯେତେ ପ୍ରଭାବଶାଳୀ ହେଲେ ମଧ୍ୟ ନିଅ ଦୃଢ଼ କାର୍ଯ୍ୟାନୁଷ୍ଠାନ। ଜିଲ୍ଲାପାଳ ଓ ଏସପି ସମ୍ମିଳନୀର ଉଦଯାପନୀ ଦିନ ଏଭଳି କଡା ଆଭିମୁଖ୍ୟ ଦେଖାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମହିଳା ହିଂସା ଉପରେ ଜିଲ୍ଲାୱାରୀ ତଥ୍ୟ ସହ ଦଣ୍ଡ ବିଧାନ ପେଣ୍ଡିଂ ଷ୍ଟାଟସ୍ ଏବଂ ତାର କାରଣ ବିଷୟରେ ୧ ସପ୍ତାହ ଭିତରେ ରିପୋର୍ଟ ଦେବାକୁ ଡିଜିପିଙ୍କୁ ଦେଇଛନ୍ତି ନିର୍ଦ୍ଦେଶ ।

ଥାନାକୁ ଅଭିଯୋଗ ନେଇ ଆସୁଥିବା ଲୋକ, ବିଶେଷ କରି ମହିଳାଙ୍କ ଅଭିଯୋଗ ଧୈର୍ଯ୍ୟର ସହ ଶୁଣନ୍ତୁ । ରାତି ଅଧରେ ଅଭିଯୋଗ ନେଇ ଆସିଲେ ମଧ୍ୟ ଗୁରୁତ୍ଵ ଦିଅନ୍ତୁ । ଆମ ଥାନା କରିଥିଲେ ଗତ ସରକାର । କିନ୍ତୁ ନିଜେ ବିଧାୟକ ଥିବା ବେଳେ କିଭଳି ଦୁର୍ବ୍ୟବହାର ଶିକାର ହୋଇଥିଲେ, କହିଲେ ସିଏମ ।ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ କଡା ଚେତାବନୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସେ ଦିନ ସକାଳ ପଖାଳ ଆଉ ନାହିଁ ।  ଦୁର୍ନୀତିକୁ କେବେ ବରଦାସ୍ତ କରାଯିବ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। 

ରାଜ୍ୟରେ ଥିବା ସବୁ ମହିଳା ଓ ଶିଶୁ ଡେସ୍କକୁ କ୍ରିୟାଶୀଳ କରାଯାଉ । ଶିଶୁ ଓ ମହିଳାଙ୍କ ପ୍ରତି ହେଉଥିବା ଅନଲାଇନ ନିର୍ଯାତନା ରୋକିବାକୁ ପାଇଁ ସାଇବର ବିଭାଗ କାମ କରୁଛି । ତେବେ ସାଇବର କ୍ରାଇମ୍ ରୋକିବା ପାଇଁ ପୋଲିସ ଟେକନଲଜି ବ୍ୟବହାର ବୃଦ୍ଧି କରୁ । ରାଜ୍ୟରୁ ମୂଳରୁ ନିପାତ ହେବ ମାଓ ହିଂସା । ମାଓବାଦୀ ମୁଖ୍ୟମନ୍ତ୍ରୀଙ୍କ ୱାର୍ଣ୍ଣିଂ । ମାଓବାଦୀ ମାନେ ହିଂସା ପରିତ୍ୟାଗ କରି ମୁଖ୍ୟସ୍ରୋତରେ ସାମିଲ ହୁଅନ୍ତୁ ବୋଲି ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ । ନଚେତ୍ ଯାହା ପରିସ୍ଥିତି ହେବ ସାମ୍ନା କରିବେ ମାଓବାଦୀ । 

ପୋଲିସ ବାହିନୀକୁ ସୁଦୃଢ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ଶ୍ରୀମନ୍ଦିର ସୁରକ୍ଷା ପାଇଁ ହେବ ସ୍ଵତନ୍ତ୍ର ବାଟାଲିୟନ, ନିଯୁକ୍ତ ହେବ, ୧୦୪୩ ପୋଲିସ କର୍ମୀ । ପ୍ରତି ଥାନାରେ ରହିବ ଦୁଇଟି ୪ ଚକିଆ ଗାଡି । ଥାନାର ପ୍ରତ୍ୟେକ ଅଧିକାରୀଙ୍କୁ ମିଳିବ ଗୋଟିଏ ଲେଖାଁଏ ବାଇକ । ଖୁବଶୀଘ୍ର ସରକାର ଯୋଗାଇଦେବେ ୯ ହାଜାର ବାଇକ । ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରତି ଜିଲ୍ଲାରେ ହେବ ଓଡ୍ରାଫ ୟୁନିଟ । ଏବେ ୨୦ଟି ୟୁନିଟ ଅଛି, ଆଉ ୧୦ଟି ୟୁନିଟ କାର୍ଯ୍ୟକାରୀ କରାଯିବ । ୩ଟି ନୂଆ ଓଡ଼ିଶା ଷ୍ଟେଟ ଷ୍ଟ୍ରାଇକିଂ ଫୋର୍ସ ବାଟାଲିୟନ ହେବ । 

ଏସପି ମାନେ ନିୟମିତ ଭାବେ ଥାନା ଗସ୍ତ କରନ୍ତୁ । ଯଦି ଥାନା ଅଧିକାରୀ ଥାନାକୁ ଯିବେ ନାହିଁ, ବାଧା ଆସିବ । ପୋଲିସ ବିଭାଗରେ ଖାଲି ଥିବା ପଦବୀ ପୂରଣ ଉପରେ ସରକାର ଗୁରୁତ୍ଵ ଦେଉଛନ୍ତି । ଏ ଉପରେ ଖୁବଶୀଘ୍ର ନିଷ୍ପତି ନିଆଯିବ । ଶାସନ ପ୍ରଶାସନର ଦୁଇଟି ଖମ୍ବ ଜିଲ୍ଲାପାଳ ଓ ଏସପି । ନିଜ ପଦ ପଦବୀ ପ୍ରତି ଉତ୍ତର ଦାୟିତ୍ଵ ନିର୍ବାହ କରନ୍ତୁ । ଗୋଟିଏ ଟିମ୍ ଭଳି କାମ କରନ୍ତୁ । ନଚେତ୍ ମତାନ୍ତର ମନାନ୍ତର ହେବ । ଏହାକୁ କେବେ ପ୍ରସୟ ଦିଆଯିବ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଆହୁରି ପଢନ୍ତୁ ଓଡିଶା ଖବର...

ଚାଲେଞ୍ଜ
11m ago
ଦୁର୍ଗାପୂଜାରେ ପୋଲିସ ଆଗରେ ରହିବ ଅନେକ ଚାଲେଞ୍ଜ
ଭୁବନେଶ୍ୱର: ଦୁର୍ଗାପୂଜାରେ ପୋଲିସ ଆଗରେ ରହିବ ଅନେକ ଚାଲେଞ୍ଜ। ପୂଜା ମଣ୍ଡପ ସୁରକ୍ଷା ଠାରୁ ଆରମ୍ଭ କରି ଟ୍ରାଫିକ ନିୟନ୍ତ୍ରଣ, ସବୁକିଛି କିଭଳି ସୁଚାରୁ ରୂପେ ସମାପନ କରାଯି
ନର୍ସିଂ ସଂଘ
28m ago
ଆଜିଠାରୁ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ରାଜି ହେଲା ନର୍ସିଂ ସଂଘ
ଭୁବନେଶ୍ୱର: ଆନ୍ଦୋଳନରୁ ଓହରିବେ ନର୍ସିଂ ସଂଘ। ଆଜିଠାରୁ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ରାଜି ହୋଇଛି ନର୍ସିଂ ସଂଘ। ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ମୁକେ
ଦହି
43m ago
ଉଚ୍ଚ କୋଲେଷ୍ଟ୍ରଲ କମାଇବ ଦହି
ଅର୍ଗସ ବ୍ୟରୋ: କୋଲେଷ୍ଟ୍ରଲ ଧମନୀରେ ବ୍ଲକେଜ୍ ସୃଷ୍ଟି କରେ ଏବଂ ଉଚ୍ଚ ରକ୍ତଚାପର କାରଣ ହୋଇପାରେ । ଏପରି ପରିସ୍ଥିତିରେ ଆସନ୍ତୁ ଜାଣିବା ଏହି କାମ୍ ହେବାରେ ଦହିର ବ୍ୟବହାର କିପରି ସହାୟକ ହୁ