" ସମ୍ଭାବ୍ୟ ବାତ୍ୟାକୁ ନେଇ ସ୍ବାସ୍ଥ୍ୟ ବିଭାଗ ପ୍ରସ୍ତୁତ ଅଛି" :- ମୁକେଶ ମହାଲିଙ୍ଗ
by Argus News
Mon, Oct 21 | 3:42 p.m.

ଅର୍ଗସ ବ୍ୟୁରୋ :  ସମ୍ଭାବ୍ୟ ବାତ୍ୟାକୁ ନେଇ ସ୍ବାସ୍ଥ୍ୟ ବିଭାଗ ପ୍ରସ୍ତୁତ ହୋଇ ରହିଛି। ମେଡ଼ିକାଲ ମଧ୍ୟ ପ୍ରସ୍ତୁତ ରହିଛି। ସମ୍ଭାବ୍ୟ ବାତ୍ୟା ପାଇଁ ସବୁ ବିଭାଗକୁ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ବିଭାଗ ସ୍ତରରେ ପ୍ରସ୍ତୁତି ବୈଠକ ଚାଲିଛି। ଆଜି ମୁଖ୍ୟମନ୍ତ୍ରୀ ନିଜେ ବାତ୍ୟା ପାଇଁ ପ୍ରସ୍ତୁତି ନେଇ ସ୍ବାସ୍ଥ୍ୟ, ବିପର୍ଯ୍ୟୟ ପରିଚାଳନା ସମେତ ବିଭିନ୍ନ ବିଭାଗର ସମୀକ୍ଷା କରିବେ। ସମ୍ଭାବ୍ୟ ବାତ୍ୟା ପାଇଁ ସ୍ଵାସ୍ଥ୍ୟ ବିଭାଗ ମଧ୍ଯ ବାତ୍ୟା ପାଇଁ ପ୍ରସ୍ତୁତ ରହିଛି।

ଅଧିକ ପଢନ୍ତୁ : ୨୪ ତାରିଖ ରାତି ଓ ୨୫ ତାରିଖ ସକାଳେ ହୋଇପାରେ ଲ୍ୟାଣ୍ଡଫଲ୍

ବୁଧବାର ବାତ୍ୟା। ଆସିଲା ବାତ୍ୟା ଦାନାର ଗତିପଥ। ଆସନ୍ତାକାଲି ଏହା ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହେବ। ୨୩ ତାରିଖରେ ଏହା ବାତ୍ୟାର ରୂପ ନେବ। ୨୪ ସକାଳେ ସମ୍ଭାବ୍ୟ ବାତ୍ୟା ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ଲ୍ୟାଣ୍ଡଫଲ୍ ବେଳେ ସର୍ବାଧିକ ୧୦୦ରୁ ୧୧୦  କିଲୋମିଟର ଯାଏଁ ରହିବ ପବନର ବେଗ। ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଆସନ୍ତା ୨୩ ତାରିଖରୁ ରାଜ୍ୟରେ ପ୍ରବଳ ବର୍ଷା ହେବ। କେତେକ ସ୍ଥାନରେ ପ୍ରବଳ ଓ ଆଉ କେତେକ ସ୍ଥାନରେ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୨୪ ଓ ୨୫ ତାରିଖରେ ଓଡ଼ିଶାରେ ଅଧିକ ବର୍ଷା ହେବ। ଆଭ୍ୟନ୍ତରୀଣ ଓଡ଼ିଶା ଅପେକ୍ଷା ଉପକୂଳରେ ଓଡ଼ିଶାରେ ଅଧିକ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଜଗତସିଂହପୁର ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି। IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା, 24 ଓ 25 ତାରିଖ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ ରହିବ।
 

AMLA
27m ago
ଆମଲାରେ ଅନେକ ପୋଷକ ତତ୍ତ୍ୱ ରହିଥାଏ ଯାହା ଶରୀରକୁ ସୁସ୍ଥ ରଖେ
ଅର୍ଗସ ବ୍ୟୁରୋ: ବର୍ତ୍ତମାନ ଆମଲା ପ୍ରଚୁର ପରିମାଣରେ ଉପଲବ୍ଧ । ଆମଲା ଏକ ସୁପରଫୁଡ୍ ଠାରୁ କମ୍ ନୁହେଁ । ଏହା ହେଉଛି ଭିଟାମିନ୍ ସି ର ମୁଖ୍ୟ ଉତ୍ସ । ଆମଲାର ସ୍ବାଦ ଖଟା ଏବଂ ଜଡିତ । ଏହା
RELIEF
ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ଅଫିସରେ ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ ଖୋଲା
ଅର୍ଗସ ବ୍ୟୁରୋ: ବାତ୍ୟା ପାଇଁ ଆଲର୍ଟ ମୋଡକୁ ଆସିଲା ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ। ଅଫିସରେ ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ ଖୋଲାଯାଇଛି, ଯେଉଁଠାର
ସମ୍ଭାବ୍ୟ ବାତ୍ୟା
ସମ୍ଭାବ୍ୟ ବାତ୍ୟା ଆଶଙ୍କାରେ ପରିବା ଦର ବୃଦ୍ଧି
ଅର୍ଗସ ବ୍ୟୁରୋ : ସମ୍ଭାବ୍ୟ ବାତ୍ୟା ଆଶଙ୍କାରେ ପରିବା ଦର ବୃଦ୍ଧି । ବାତ୍ୟା ନେଇ ଲୋକେ ଭୟଭୀତ ନହେବାକୁ ପରାମର୍ଶ । ପରିବା ବ୍ୟବସାୟୀ ମହାସଂଘର ସୂଚନା, ଅନ୍ୟ ରାଜ୍ୟରୁ ପରିବା ଆସିବାର