କୋଲକାତାରେ ଅଘଟଣ, ୧୦ ମୃତ୍ୟୁ
by Argus News
Mon, Mar 18 | 8:50 p.m.

ଅର୍ଗସ ବ୍ୟୁରୋ : ପୁଣି କୋଲକାତାରେ ଘଟିଲା ବଡ଼ ଧରଣର ଅଘଟଣ । ଏହି ଦୁର୍ଘଟଣାରେ ୧୦ଜଣଙ୍କ ମୃତ୍ୟୁ ହୋଇଥିବା ଜଣା ପଡ଼ିଛି । ସୂଚନା ଅନୁସାରେ, କୋଲକାତା ଗାର୍ଡେନ ରିଚ ଅଞ୍ଚଳରେ ରବିବାର ବିଳମ୍ବିତ ରାତିରେ ୫ମହଲା କୋଠା ଭୁଶୁଡି ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଏହି ଅଘଟଣରେ ୧୦ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଭଗ୍ନାବଶେଷ ତଳେ ଚାପି ହୋଇ ରହିଥିଲେ । 

ଅନେକଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତି କରାଯାଇଛି । କୋଲକାତା ମୁନିସପାଲିଟି ଅଂଚଳରେ ଏହି ନିର୍ମାଣଧୀନ କୋଠାଟି ରହିଥିଲା । ଅଘଟଣରେ କୋଠା ତଳେ ରହିଥିବା ଅନେକ ଛୋଟ ଛୋଟ ଘର ଗୁଡିକ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ବେଆଇନ ଭାବେ କୋଠା ନିର୍ମାଣ କରାଯାଇଥିବା ସ୍ଥାନୀୟ ଅଂଚଳବାସୀ ଅଭିଯୋଗ କରିଛନ୍ତି । 

ଅଧିକ ପଢନ୍ତୁ ଭାରତ ଖବର

ସେପଟେ ବିଲ୍ଡିଂ ଭୁଶୁଡ଼ିବା ଘଟଣାରେ ଘଟଣାସ୍ଥଳକୁ ଯାଇ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଗତ ସପ୍ତାହରେ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା । ମୁଣ୍ଡରେ ପଟି ବାନ୍ଧି ମମତା ବାନାର୍ଜୀ ଘଟଣାସ୍ଥଳ ପରିଦର୍ଶନ କରିଥିବା ଦେଖିବାକୁ ମିଳିଛି । 

BOBBY DAS
10m ago
ବେଆଇନ କାମ କରିବାରେ ବବି ଧୁରନ୍ଧର
ଅର୍ଗସ ବ୍ୟୁରୋ : ଯାଜପୁର ପାଇଁ କଳଙ୍କ ହେଲେଣି ବବି-ଜିତୁ-ଡାନି ଯୋଡ଼ି । ନିଜ ପକେଟ୍‌ ଗରମ କରିବାକୁ ଯାଇ ଗରିବ ଲୋକଙ୍କ ମୁଣ୍ଡ ଯେମିତି ନେଉଛନ୍ତି ତାହା ଏବେ ଚର୍ଚ୍ଚାରେ । କାର
ଓଡ଼ିଶାରେ
14m ago
ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଟୁରିଷ୍ଟ ନୁହଁନ୍ତି, ତାମିଲ ବାବୁ ଓଡ଼ିଶାରେ ଟୁରିଷ୍ଟ
ଅର୍ଗସ ବ୍ୟୁରୋ: ଓଡ଼ିଶା କ୍ୟାଡର ନୁହେଁ ପଞ୍ଜାବ କ୍ୟାଡରର ଅଫିସର ଥିଲେ ବିଜେଡିର ନୂଆ ନେତା ସାଜିଥିବା ସରକାରୀ ବାବୁ । ବାହାହେବା ପରେ କ୍ୟାଡର ବଦଳି କରି ଓଡ଼ିଶାକୁ ଆସିଥିଲେ ଚାକିରୀ କରିବ
ELECTION 2024
15m ago
ପାଣ୍ଡିଆନଙ୍କୁ ବି ଘାରିଛି ହାରିବା ଡ଼ର ?
ଅର୍ଗସ ବ୍ୟୁରୋ: ବିଜେଡି ଦୁର୍ବଳ ହେବାରେ ଲାଗିଛି । ଏପଟ ସେପଟ ହେଲେ ଦଳ ହାରିଯାଇପାରେ । ଏ କଥା ଆମେ ନୁହେଁ ବରଂ ବିଜେଡିର ନମ୍ବର ନେତା ପାଣ୍ଡିଆନ କହିଛନ୍ତି । ଖାଲି ଏତିକି ନୁହେଁ, ହାରିବା