ବେଆଇନ କାମ କରିବାରେ ବବି ଧୁରନ୍ଧର
by Argus News
Fri, May 17 | 9:34 p.m.

ଅର୍ଗସ ବ୍ୟୁରୋ : ଯାଜପୁର ପାଇଁ କଳଙ୍କ ହେଲେଣି ବବି-ଜିତୁ-ଡାନି ଯୋଡ଼ି । ନିଜ ପକେଟ୍‌ ଗରମ କରିବାକୁ ଯାଇ ଗରିବ ଲୋକଙ୍କ ମୁଣ୍ଡ ଯେମିତି ନେଉଛନ୍ତି ତାହା ଏବେ ଚର୍ଚ୍ଚାରେ । କାରଣ ଡଙ୍କାରୀରେ ରାତି ଅଧିଆ ବିସ୍ପୋରଣ ହେଉଛି, ଡିନାମାଇଟ୍ ଲଗାଇ ବେଆଇନ୍ ବିସ୍ପୋରଣ କରିଛନ୍ତି ପଥର ମାଫିଆ । ଆଉ ବିସ୍ପୋରଣ ପରେ ପଥର ଖସି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଶ୍ରମିକ ପୋତି ହୋଇ ରହିଥିଲେ । ଦେଖନ୍ତୁ ସେହି ଭୟଙ୍କର ଦୃଶ୍ୟ, କେମିତି କଳାପଥର ତଳେ ପୋତି ହୋଇରହିଛନ୍ତି ଶ୍ରମିକ । 

ଧର୍ମଶାଳାର ଡଙ୍କାରୀ ପାହାଡ଼ । ବର୍ଷବର୍ଷ ଧରି ଚର୍ଚ୍ଚାରେ ରହୁଛି । ପ୍ରତିଦିନ କଳାସୁନାକୁ କୋଟି କୋଟି ଟଙ୍କାରେ ବିକ୍ରି କରି ମାଲେମାଲ ହେଉଛନ୍ତି ବବି, ଜିତୁ-ଡାନି । ହେଲେ ଲୋକ ପାଉଛନ୍ତି ମୃତ୍ୟୁଦଣ୍ଡ । ପାହାଡ଼ରେ ଏମିତି ବିସ୍ପୋରଣ ହୋଇଛି ଯେ ୧୨ ଘଣ୍ଟା ପରେ ମଧ୍ୟ ପୋତି ହୋଇଥିବା ଶ୍ରମିକଙ୍କୁ ଉଦ୍ଧାର କରାଯିବା ସମ୍ଭବ ନଥିଲା । ସେପଟେ ଏହି ଘଟଣାରେ ଲିଜ୍ ଧାରୀ ନାରାୟଣ ରାଉତ ଓ ନିରଞ୍ଜନ ରାଉତଙ୍କୁ କାଠଗଡାକୁ ଟାଣିଛନ୍ତି ବିଜେପି ନେତ୍ରୀ ତଥା ଧର୍ମଶାଳା ବିଜେପି ପ୍ରାର୍ଥୀ ସ୍ମୃତିରେଖା ପହି । 

ଯାଜପୁରର ଦାଶ, ଘଡେଇ ଓ ବଳବନ୍ତ ରାୟ ପରିବାରର ଛତ୍ରଛାୟା ଚାଲିଛି ଯାଜପୁର ଲୁଟ । ପ୍ରାଚ୍ୟୁର୍ଯ୍ୟ ଭରା ଅଞ୍ଚଳକୁ ରାତିରାତି ବନାଯାଉଛି ନୂଆ ନଗଡା । ଏହି କଳାହୀରା ଲୁଟର ମାଷ୍ଟର ମାଇଣ୍ଡ ପାୱାରଫୁଲ ନେତା ହୋଇଥିବାରୁ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରଶାସନ କୁନ୍ଥୁକୁନ୍ଥୁ ହେଉଛି ।  ଡଙ୍କାରୀ କଳାପଥର ଖାଦାନ ନମ୍ବର 5/10 ଓ 7/12 ର ଲିଜଧାରୀ ହେଉଛନ୍ତି ନାରାୟଣ ରାଉତ। ଲିଜ ଏରିଆ ଯଥାକ୍ରମେ 4 ଏକର ଓ 12.50 ଏକର। ଏଗ୍ରିମେଣ୍ଟ ଅନୁସାରେ ପ୍ରତିଦିନ 225 କ୍ୟୁବିକ୍ ମିଟର। ହେଲେ ବେଧଡକ ଚାଲିଛି ବେଆଇନ ପଥର ଖନନ। ଲିଜ୍ ଏରିଆ ବାହାରେ କୋଟି କୋଟି ଟଙ୍କାର ପଥର ଲୁଟି ନେଉଛନ୍ତି ଖଣି ମାଫିଆ । ଅଭିଯୋଗ ଅନୁସାରେ ପ୍ରତିଦିନ ଅନୁମତି ଠାରୁ 70 ଗୁଣା ଅଧିକ କଳାପଥର ଖନନ ହେଉଛି ଡଙ୍କାରୀ ପାହାଡରୁ ।

ED
5m ago
୧୨ ଦୁର୍ନୀତିଖୋରଙ୍କ ଘରେ ପଶିବ ଇଡି
ଅର୍ଗସ ବ୍ୟୁରୋ: ବିଜେଡିରେ ଛନକା । ୧୨ ଦୁର୍ନୀତିଖୋରଙ୍କ ଘରେ ପଶିବ ଇଡି, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ପହଞ୍ଚିଲା ୧୨ କୋଟିପତି ସରକାରୀ ବାବୁଙ୍କ ମାମଲା । ଇଡି ପକ୍ଷରୁ ସେସବୁ ମାମଲା
ସର୍ବଭାରତୀୟ ନିଟ
28m ago
ସର୍ବଭାରତୀୟ ନିଟ ପରୀକ୍ଷାରେ ସଫଳ ହେବା ସହ ଡାକ୍ତର ହେବେ ଦିପୁ
ଅର୍ଗସ ବ୍ୟୁରୋ: ଜୀବନର ସଂଘର୍ଷ ତାଙ୍କୁ ଶିଖାଇଦେଇଛି ବଞ୍ଚିବା। ଯେଉଁ ବୟସରେ ବାପାଙ୍କ ହାତ ଧରି ଏ ଦୁନିଆକୁ ଦେଖିବା କଥା। ସେ ବୟସରେ ବିଧାତା ବି ତାଙ୍କୁ କଷଣ ଦେଇଛି। କିନ୍ତୁ ବାପାଙ୍
ମାଓ ପ୍ରବଣ ଅଞ୍ଚଳରେ
ମାଓ ପ୍ରବଣ ଅଞ୍ଚଳରେ ଗଞ୍ଜେଇ ଚାଷ କଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠନ
ଅର୍ଗସ ବ୍ୟୁରୋ: ମାଓ ପ୍ରବଣ ଅଞ୍ଚଳରେ ଗଞ୍ଜେଇ ଚାଷ କଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠନ। ଗଞ୍ଜେଇ ଚାଷ ଉପରେ ଅଙ୍କୁଶ ଲଗାଇ ମାଓବାଦୀଙ୍କ ଆୟ ଉପରେ ଲାଗିବ କଟକଣା। ଗଞ୍ଜେଇ ଚାଷ ବନ୍ଦ ହେଲ