ସ୍ବତନ୍ତ୍ର କୋଶଳ ରାଜ୍ୟ ଦାବିରେ ଆଜି ୧୨ ଘଣ୍ଟିଆ କୋଶଳ ମହାବନ୍ଦ
by Argus News
Sat, Nov 18 | 11:00 a.m.

ବୌଦ୍ଧ : ସ୍ବତନ୍ତ୍ର କୋଶଳ ରାଜ୍ୟ ଦାବିରେ ଆଜି ୧୨ ଘଣ୍ଟିଆ କୋଶଳ ମହାବନ୍ଦ ବୌଦ୍ଧ ଜିଲ୍ଲାରେ ପାଳିତ ହୋଇଛି । କୋଶଳ ସେନା ଓ କୋଶଳ ମୁକ୍ତି ମୋର୍ଚ୍ଚା ସାମ୍ବୁଖ୍ୟ ଡାକରାରେ ସାରା ପଶ୍ଚିମ ଓଡିଶାରେ ହୋଇଥିବା କୋଶଳ ମହାବନ୍ଦ ଯୋଗୁଁ ବୌଦ୍ଧ ଜିଲ୍ଲା ସହର ସମେତ ଜିଲ୍ଲାର କଣ୍ଟାମାଲ ,ପଲସା ଗୋରା,ବାଉଁଶୁଣି ,ମନମୁଣ୍ଡା,ଘଂଟାପଡା ,ହରଭଙ୍ଗା, ଧଳପୁର ପ୍ରଭୃତି ସ୍ଥାନରେ ମହାବନ୍ଦର ଜୋରଦାର ପ୍ରଭାବ ପଡିଛି।ସମସ୍ତ ସରକାରୀ ବେସରକାରୀ କାର୍ଯ୍ୟାଳୟ ସମେତ ଦୋକାନ ବଜାର,ସ୍କୁଲ କଲେଜ,ବ୍ୟାଙ୍କ ପରି ବ୍ୟବସାୟିକ ପ୍ରତିଷ୍ଠାନ ଏବଂ ହାଟ ହଟଲି ସବୁ ବନ୍ଦ ରହିଛି । କୋଶଳ ସେନାର ଯୁବକର୍ମୀଙ୍କ ପିକେଟିଂ ଏବଂ ରାସ୍ତାରୋକ ଯୋଗୁଁ 57 ନମ୍ବର ଜାତୀୟ ରାଜପଥର ବିଭିନ୍ନ ଛକରେ ଶହ ଶହ ଗାଡି ମୋଟର ଓ ଭାରୀଯାନ ଅଟକି ରହିଛି ।

ଅଧିକ ପଢନ୍ତୁ ଓଡିଶା ଖବର

କୋଶଳ ମହାବନ୍ଦକୁ ନେଇ ଲୋକେ ସ୍ବତଃପ୍ରବୃତ୍ତ ସମର୍ଥନ କରିଥିବା ଦେଖିବାକୁ ମିଳିଥିବାବେଳେ ବନ୍ଦର ପ୍ରଭାବରେ ଜନ ଜୀବନ ପ୍ରଭାବିତ ହୋଇଛି । ଆଗାମୀ ଦିନରେ ସ୍ବତନ୍ତ୍ର କୋଶଳ ରାଜ୍ୟ ନହେଲେ ଜନ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ଆନ୍ଦୋଳନକାରୀ ଚେତାବନୀ ଦେଇଛନ୍ତି । ଅନ୍ୟପକ୍ଷରେ ସମସ୍ତ ସରକାରୀ କାର୍ଯ୍ୟାଳୟ ଭୁବନେଶ୍ୱର ରେ ରହିଛି ହାଇକୋର୍ଟ ବେଞ୍ଚ ସ୍ଥାପନ ଠାରୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ କାର୍ଯ୍ୟଳୟ ମଧ୍ୟ ଭୁବନେଶ୍ୱର ରହିଛି ତେଣୁ ଏହାକୁ ବିରୋଧ କରିଛନ୍ତି ଜନସାଧାରଣ ।

BOBBY DAS
କୋରେଇରେ ଟଙ୍କା ବାଣ୍ଟୁଛନ୍ତି ବବି !
ଅର୍ଗସ ବ୍ୟୁରୋ: ବବିଙ୍କ ଲାଗି ଏବେ ଡୁଆଲ ଚ୍ୟାଲେଞ୍ଜ । ସମ୍ବଲପୁରରେ ତ ହାରିବେ ହାରିବେ...କୋରେଇରେ ବି ବିଜୟ ସେତେ ସହଜ ନୁହେଁ । ପଶ୍ଚିମ ଓଡ଼ିଶା ସାଂସଦ ସ୍ଵପ୍ନ କେବେ ସତ ହେବନି ବୋଲ
BJD
ରୋଡ୍ ସୋ' କଲେ ନବୀନ, ହେଲେ ପ୍ରାର୍ଥୀଙ୍କୁ ନେଲେନି ?
ଅର୍ଗସ ବ୍ୟୁରୋ: ମାଳମାଳ ପୋଲିସ କର୍ମୀ, ଗହଳି ବେଶୀ ନଥିଲେ ବି ଟଙ୍କା ନେଇ ରାସ୍ତା କଡ଼ରେ ଛିଡା ହୋଇଥିଲେ ଜନତା । କେତେବେଳେ ନବୀନ ଆସିବେ ? କାହା ପାଇଁ ଭୋଟ୍‌ ମାଗିବେ ? ସେନେ
BOBBY DAS
ହାରିବା ଭୟରେ ବାଉଳି ହେଲେଣି ବବି
ଅର୍ଗସ ବ୍ୟୁରୋ: ହାରିବା ଭୟରେ ବିଳିବିଳି ହେଲେଣି ବବି । ସାମ୍ନାରେ ଯେବେ ହାରିବାର ଭୟ ଥାଏ ସେତେବେଳେ ଏମିତି ବାଉଳି ବୋଧହୁଏ ନେତାଏ ହୁଅନ୍ତି । ଖାସ କରି ବିଜେଡିର ନେତାଏ ଏବେ ବିଳିବିଳ