ଫାଇରିଂ କରି ପେଟ୍ରୋଲ ଟାଙ୍କି କର୍ମଚାରୀଙ୍କ ନିକଟରୁ ୧୨ଲକ୍ଷ ଲୁଟ
by Argus News
Tue, Jul 09 | 4:18 p.m.

ଅର୍ଗସ ବ୍ୟୁରୋ: ବ୍ୟାଙ୍କ ସମ୍ମୁଖରେ ପେଟ୍ରୋଲ ଟାଙ୍କି କର୍ମଚାରୀଙ୍କୁ ଗୁଳି କରି ୧୨ଲକ୍ଷ ଟଙ୍କା ଲୁଟିନେଲେ ଦୁବୁର୍ତ୍ତ। ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅଧିନ ବର୍ତ୍ତନା ବଜାରରେ ଥିବା ଇଣ୍ଡିଆନ ବ୍ୟାଙ୍କ ସମ୍ମୁଖରେ ଦୁଇଟି ବାଇକ ଯୋଗେ ୬ଜଣ ଦୁବୁର୍ତ୍ତ ଆସି ଫାଇରିଂ କରି କର୍ମଚାରୀଙ୍କ ନିକଟରୁ ୧୨ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। 
କୁପାରି ବଜାରରେ ଥିବା କୁପେଶ୍ୱର ପେଟ୍ରୋଲ ଟାଙ୍କିର ମ୍ୟାନେଜର ଅଜୟ ମହାପାତ୍ର ଏବଂ ତାଙ୍କ କର୍ମଚାରୀ ବିଷ୍ଣୁପଦ ମହାପାତ୍ର ପ୍ରତ୍ୟକ ଦିନ ଭଳି ଆଜି ବ୍ୟାଙ୍କକୁ ଟଙ୍କା ଡିପୋଜିଟ୍ କରିବାକୁ ଆସିଥିଲେ।

ବ୍ୟାଙ୍କ ନିକଟରେ ବାଇକ ରଖି ବ୍ୟାଙ୍କ ଭିତରକୁ ଯିବା ସମୟରେ ଗୋଟିଏ ପଲସର ଏବଂ ଗୋଟିଏ ଆପାଚି ବାଇକରେ ୬ଜଣ ଦୁର୍ବୃତ୍ତ ଆସି ୩ରାଉଣ୍ଡ ଫାଇରିଂ କରିଥିଲେ। ଗୋଟିଏ ଗୁଳି ବିଷ୍ଣୁପଦଙ୍କ ବାମ ପାଦରେ ବାଜିଥିଲା। ଫଳରେ ବିଷ୍ଣୁପଦ ଆହତ ହୋଇପଡିଥିଲେ।ସ୍ଥାନୀୟ ଲୋକେ ତାଙ୍କୁ ଖଇରା ମେଡିକାଲରେ ଭର୍ତ୍ତି କରିଥିବା ବେଳେ।ଖବର ପାଇ ଖଇରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

କଂଗ୍ରେସକୁ
କଂଗ୍ରେସକୁ ଜୋରଦାର୍‌ ଝଟ୍‌କା: ଏନସିପିରେ ଯୋଗ ଦେଲେ ବାବା ସିଦ୍ଦିକିଙ୍କ ପୁଅ
ଅର୍ଗସ ବ୍ୟୁରୋ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପ୍ରଚାର ମଧ୍ୟରେ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। ତାଙ୍କ ପିତାଙ୍କ ପଥ ଅନୁସରଣ କରି ବରିଷ୍ଠ କଂଗ୍ରେସ ନେତା ବାବା ସିଦ୍ଦିକିଙ୍କ ପୁ
ସଡକ ଦୁର୍ଘଟଣାରେ
ସଡକ ଦୁର୍ଘଟଣାରେ ଯୁବକ ମୃତ
ଅର୍ଗସ ବ୍ୟୁରୋ: ଖଲ୍ଲିକୋଟ ଥାନା ଅନ୍ତର୍ଗତ ଆଇତିପୁର ପଞ୍ଚାୟତର ବଡଖେତା ଗ୍ରାମର ରାଜେଶ ମିଶ୍ର ଓରଫ ମୁନା ଆଜି ଆଇତିପୁର ଗ୍ରାମରୁ ଏକ ସ୍କୁଟି ଚଲାଇ ଦେବୀଝର ଅଭିମୁଖେ ଯାଉଥିଲେ। ତେବ
କୋହଲିଙ୍କୁ
କୋହଲିଙ୍କୁ ନଚାଉଛନ୍ତି ସ୍ପିନର୍ସ: ୨୬ ପାଳିରେ ୨୧ଥର ଆଉଟ୍‌
ଅର୍ଗସ ବ୍ୟୁରୋ: ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍‌ରେ ଖେଳାଯାଉଛି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ । ଶୁକ୍ରବା