ପାଟଣାଗଡ଼ ବନ ଖଣ୍ଡରେ ୧୪ଟିକିଆ ହାତୀ ଉପଦ୍ରବ
by Argus News
Fri, Jun 14 | 3:00 p.m.

ଅର୍ଗସ ବ୍ୟୁରୋ: ପାଟଣାଗଡ଼ ବନ ଖଣ୍ଡର ଦନ୍ଦ୍ରାବାହାଲ ଗାଁରେ ୧୪ ଟିକିଆ ହାତୀପଲ ଆସି ଉପଦ୍ରବ କରିବା ଫଳରେ ସ୍ଥାନୀୟ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି। ପାହାନ୍ତିଆରୁ ଆସି ଏକ କଦଳୀ ବଗିଚାରେ ପଶି  ସମସ୍ତ କଦଳୀ ଗଛ  ମାଡି ଦେବା ଫଳରେ ସମ୍ପୂର୍ଣ ନଷ୍ଟ ହେବା ସଙ୍ଗେ ସଙ୍ଗେ ବ୍ୟାପକ କ୍ଷତି ହୋଇଥିବା ଜଣାପଡିଛି। 

ପାଟଣାଗଡ଼ ବନଖଣ୍ଡ ସୀମାନ୍ତ ଆମ୍ବଦର୍ହ ଓ ସଇଁନ୍ତଲା ଗୁଦ୍ରାମୁଣ୍ଡା ପଟୁ ଆସି ଥିବାବେଳେ। ଏକ ଘରର ବାରିପଟେ ଥିବା କଦଳୀ ଗଛକୁ ମୋଡି ଭାଙ୍ଗି ଦେଇଥିବା ଜଣାପଡିଛି। ବର୍ତ୍ତମାନ ହାତୀ ନିକଟସ୍ଥ ଜଙ୍ଗଲପଟୁ ପାର୍ ହୋଇ " ମଘାମରା ଗାଁ ପଟକୁ ମୁହାଇଁ ଚାଲିଯାଇଥିବା ଜଣାପଡିଛି ହାତୀର ଯାତାୟାତରେ ସୁରକ୍ଷିତ ଥିବା ଜଣାପଡିଥିବା ବେଲେ ପାଟଣାଗଡ ବନବିଭାଗ ପକ୍ଷୁରୁ  ଉକ୍ତ ଗାଁକୁ ଯାଇ ହାତୀପଲ ଉପରେ ନଜର ରଖିଛନ୍ତି । ଘଟଣା ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲା। କିନ୍ତୁ ଯୋଗାଯୋଗ ସମ୍ଭବ ହୋଇ ପାରି ନ ଥିଲା। ବନ ବିଭାଗ ତରଫରୁ କ୍ଷତିଗ୍ରସ୍ତ ଚାଷୀଙ୍କୁ ଆବଶ୍ୟକ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

କଂଗ୍ରେସକୁ
କଂଗ୍ରେସକୁ ଜୋରଦାର୍‌ ଝଟ୍‌କା: ଏନସିପିରେ ଯୋଗ ଦେଲେ ବାବା ସିଦ୍ଦିକିଙ୍କ ପୁଅ
ଅର୍ଗସ ବ୍ୟୁରୋ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପ୍ରଚାର ମଧ୍ୟରେ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। ତାଙ୍କ ପିତାଙ୍କ ପଥ ଅନୁସରଣ କରି ବରିଷ୍ଠ କଂଗ୍ରେସ ନେତା ବାବା ସିଦ୍ଦିକିଙ୍କ ପୁ
ସଡକ ଦୁର୍ଘଟଣାରେ
ସଡକ ଦୁର୍ଘଟଣାରେ ଯୁବକ ମୃତ
ଅର୍ଗସ ବ୍ୟୁରୋ: ଖଲ୍ଲିକୋଟ ଥାନା ଅନ୍ତର୍ଗତ ଆଇତିପୁର ପଞ୍ଚାୟତର ବଡଖେତା ଗ୍ରାମର ରାଜେଶ ମିଶ୍ର ଓରଫ ମୁନା ଆଜି ଆଇତିପୁର ଗ୍ରାମରୁ ଏକ ସ୍କୁଟି ଚଲାଇ ଦେବୀଝର ଅଭିମୁଖେ ଯାଉଥିଲେ। ତେବ
କୋହଲିଙ୍କୁ
କୋହଲିଙ୍କୁ ନଚାଉଛନ୍ତି ସ୍ପିନର୍ସ: ୨୬ ପାଳିରେ ୨୧ଥର ଆଉଟ୍‌
ଅର୍ଗସ ବ୍ୟୁରୋ: ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍‌ରେ ଖେଳାଯାଉଛି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ । ଶୁକ୍ରବା