ପ୍ରଥମଥର ପାଇଁ ମତଦାନ କରିବେ ୧୫ ପରିବାର
by Argus News
Fri, Apr 19 | 6:49 p.m.

ଅର୍ଗସ ବ୍ୟୁରୋ:  ଦୀର୍ଘ ୧୫ ବର୍ଷର ସଂଘର୍ଷ ପରେ ପ୍ରଥମ ଥର ପାଇଁ ଭୋଟ କାର୍ଡ ପାଇଛନ୍ତି ଦନ୍ତାରିନାଳର । ୧୫ ପରିବାର   ପ୍ରଥମ ଥର ପାଇଁ ନିଜର ମତଦାନ କରିବେ l ଏବେ ନିଜର ମନ ପସନ୍ଦ ପ୍ରାର୍ଥୀକୁ ଭୋଟ ଦେଇ ନିର୍ବାଚିତ କରିବେ ଏ ନେଇ ଯେତିକି ଖୁସି ଅଛନ୍ତି ତା ଠୁ ଅଧିକା ଦୁଃଖରେ ଅଛନ୍ତି ନିଜର ମୌଳିକ ସମସ୍ୟାକୁ ନେଇ l ଏହି ଗାଁରେ ପକ୍କା ରାସ୍ତା ନଥିବା ବେଳେ, ବିଦ୍ୟୁତ ଠାରୁ ଆରମ୍ଭ କରି ବିଶୁଦ୍ଧ ପାଣି, ଶିକ୍ଷା  ପରି ଅନେକ ମୌଳିକ ସମସ୍ୟା ରହିଛି l ହେଲେ ଏମାନଙ୍କ ସମସ୍ୟା ଶୁଣିବାକୁ କେହି ନାହାନ୍ତି l

ଗଞ୍ଜାମ ସୋରଡା ବ୍ଲକ ସିଦ୍ଧପୁର ପଞ୍ଚାୟତର ଦନ୍ତାରୀନାଳ । ଗାଁରେ ବାସ କରନ୍ତି ୧୫ ପରିବାର l ଦୀର୍ଘ ୧୫ ବର୍ଷ ପୂର୍ବେ ଏମାନେ ଗଜପତି ଓ ଗଞ୍ଜାମ କୁରୁବନ୍ଧା ଅଞ୍ଚଳରୁ ଆସି ଏଠାରେ ବସବାସ କରୁଛନ୍ତି l ମାତ୍ର ଆଜି ଯାଏଁ ଏହି ପରିବାରଙ୍କ ପାଖରେ ପହଞ୍ଚି ପାରିନି ମୌଳିକ ସୁବିଧା l ଗାଁ କୁ ରାସ୍ତା ନଥିବାରୁ ଗମନା ଗମନ ସୁବିଧା ହୋଇ ପାରୁନି l ଖାଲ ଖମା ଜମି ହୁଡ଼ା ରାସ୍ତା ଦେଇ ଗଲେ ପଡେ ଦନ୍ତାରୀନାଳ ।

ଗାଁରେ ବର୍ଷ ତମାମ ଲାଗି ରୁହେ ଜଳକଷ୍ଟ। ପାନୀୟ ଜଳ ଭାବେ ଏମାନେ ପରିତ୍ୟକ୍ତ କୂଅ ପାଣି ବ୍ୟବହାର କରୁଛନ୍ତି। ଏହି ପାଣି ପିଇ ଦେହ ଖରାପ ହଉଥିଲେ ମଧ୍ୟ ପାଣିର ବିକଳ୍ପ ନଥିବାରୁ ଏହି ପାଣି ପିଇବାକୁ ବାଧ୍ୟ ହେଉଛନ୍ତି ଅଞ୍ଚଳବାସୀ । ସେବଳି  ଗାଁରେ ବିଦ୍ୟୁତ୍ ନଥିବାରୁ ଲୋକେ ଅନ୍ଧକାର ଭିତରେ ରହୁଛନ୍ତି l ଦୀର୍ଘ 15 ବର୍ଷ ପରେ ଭୋଟ ଦେବାପାଇଁ ସୁଯୋଗ ମିଳିଛି । କିନ୍ତୁ ମିଳିନି ସରକାରୀ ସୁବିଧା। ଆଶା ଅଛି ସରକାରୀ ସୁବିଧା ମିଳିବ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 
 

ପ୍ରଧାନମନ୍ତ୍ରୀ ମୋଦି
ପୁଣି ୧୯ ତାରିଖ ସନ୍ଧ୍ୟାରେ ଓଡିଶା ଆସୁଛନ୍ତି ମୋଦି
ଅର୍ଗସ ବ୍ୟୁରୋ : ପୁଣି ୧୯ ତାରିଖ ସଂନ୍ଧ୍ୟାରେ ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୧୯ ତାରିଖରେ ରାତ୍ରିଯାପନ କରି ୨୦ରେ ଯିବେ ପୁରୀ ଜଗନ୍ନାଥ ମନ୍ଦିର । ପୁରୀ ବଡଦାଣ୍ଡର
HEALTH
୪୧ ଔଷଧର ବଦଳିଲା ମୂଲ୍ୟ
ଅର୍ଗସ ବ୍ୟୁରୋ: ମଧୁମେହ, ଶରୀରର ଯନ୍ତ୍ରଣା, ହୃଦ୍‌ରୋଗ, ଯକୃତ ସମସ୍ୟା, ଆଣ୍ଟାସିଡ୍‌, ସଂକ୍ରମଣ, ଏବଂ ଆଲର୍ଜି, ମଲ୍ଟିଭାଇଟାମିନ୍ ଏବଂ ଆଣ୍ଟିବାୟୋଟିକ୍ ପରିନ କେତକ ଔଷଧର ମୂଲ୍
ଖଲ୍ଲିକୋଟ
ଖଲ୍ଲିକୋଟ ରାଜନୈତିକ ହିଂସା ହତ୍ୟାକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ କେବେ ?
ବ୍ରହ୍ମପୁର: କାହା ଚାପରେ ଚୁପ ଗଞ୍ଜାମ ପୋଲିସ । ଖଲ୍ଲିକୋଟ ରାଜନୈତିକ ହିଂସା ହତ୍ୟାକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ କେବେ । ବିଜେପିର ଅଭିଯୋଗ ପରେ ବି ଚୁପ ବସିଛି ପୋଲିସ