୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣକୁ ପୂରିଲା 16 ବର୍ଷ
by Argus News
Tue, Nov 26 | 11:51 a.m.

ଅର୍ଗସ ବ୍ୟୁରୋ: ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣକୁ ପୂରିଲା 16 ବର୍ଷ । ଏହି ଅବସରରେ ମହାରାଷ୍ଟ୍ର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ଆକ୍ରମଣରେ ପ୍ରାଣ ହରାଇଥିବା ନିର୍ଦ୍ଦୋଷ ନାଗରିକ ଏବଂ ସୁରକ୍ଷା କର୍ମୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ୧୬ ବର୍ଷ ତଳେ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଲସ୍କର -ଇ ତୋଇବା ଆତଙ୍କବାଦୀମାନେ ନୀରିହ ଲୋକଙ୍କୁ ଟାର୍ଗେଟ୍ କରି ଗୁଳିମାଡ କରିଥିଲେ । ମୁମ୍ବାଇର ପ୍ରସିଦ୍ଧ ତାଜ ହୋଟେଲ, ଓବେରାଇ ହୋଟେଲ, ଛତ୍ରପତି ଶିବାଜୀ ଟରମିନସ ଷ୍ଟେସନ୍ ଓ ନରିମାନ ହାଉସରେ ଆତଙ୍କବାଦୀମାନେ ଗୁଳିମାଡ କରିଥିଲେ । ଏଥିରେ ୧୬୬ଜଣଙ୍କ ମୃତ୍ୟୁ ହେବା ସହ ତିନିଶହରୁ ଅଧିକ ଲୋକ ଆହତ ହୋଇଥିଲେ । ଆତଙ୍କବାଦୀଙ୍କ ଏହି ବର୍ବରକାଣ୍ଡକୁ ନେଇ ସାରା ବିଶ୍ବ ସ୍ତବ୍ଧ ହୋଇ ଯାଇଥିଲା ।

ଅତିରିକ୍ତ ବଜେଟ୍
19m ago
ବିଧାନସଭାରେ ଉପସ୍ଥାପନ ହେଲା ଅତିରିକ୍ତ ବଜେଟ୍
ଭୁବନେଶ୍ୱର: ବିଧାନସଭାରେ ଉପସ୍ଥାପିତ ହେଲା ଅତିରିକ୍ତ ବଜେଟ୍ । 12 ହଜାର 156 କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଉପସ୍ଥାପିତ ହୋଇଛି । ଭୁବନେଶ୍ବରରେ ପ୍ରବାସୀ ଭାରତୀୟ ଦିବସ ଆୟୋଜ
ଉପନିର୍ବାଚନ
36m ago
ଆସନ୍ତା ୨୦ରେ ରାଜ୍ୟସଭା ପାଇଁ ଉପନିର୍ବାଚନ
ଅର୍ଗସ ବ୍ୟୁରୋ: ଆସନ୍ତା ୨୦ରେ ରାଜ୍ୟସଭା ପାଇଁ ଉପନିର୍ବାଚନ । ଓଡ଼ିଶାରେ ଖାଲିଥିବା ଗୋଟିଏ ଆସନ ପାଇଁ ହେବ ନିର୍ବାଚନ । ଓଡ଼ିଶା ସମେତ ଆଉ ୬ଟି ଆସନରେ ହେବ ନିର୍ବାଚନ । ଡିସେମ୍ବର ୨୦ର
BANGLADESH
ବାଂଲାଦେଶରେ ପୁଣି ହିନ୍ଦୁ ବିରୋଧୀ ଷଡଯନ୍ତ୍ର, ୫୦ ହିନ୍ଦୁ ଆହତ
ଅର୍ଗସ ବ୍ୟୁରୋ: ବାଂଲାଦେଶରେ ପୁଣି ହିନ୍ଦୁ ବିରୋଧୀ ଷଡଯନ୍ତ୍ର । ଚଟଙ୍ଗାବ ଇସ୍କନ ପୁଣ୍ଡରିକ ଧାମର ଅଧ୍ୟକ୍ଷ ଚିନ୍ମୟ କୃଷ୍ଣ ଦାସ ବ୍ରହ୍ମଚାରୀଙ୍କୁ ଗତକାଲି ଢ଼ାକା ବିମା
AWAS
ଆବାସ ପାଇଁ ନୂଆ ସର୍ଭେ କରିବେ ସରକାର
ଅର୍ଗସ ବ୍ୟୁରୋ: ଆବାସ ପାଇଁ ନୂଆ ସର୍ଭେ କରିବେ ସରକାର । ହିତାଧିକାରୀ ମାନଙ୍କୁ ଚିହ୍ନଟ ପାଇଁ ନୂଆ ସର୍ଭେ କରାଯିବ ବୋଲି ବିଧାନସଭାରେ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ର
SUBHADRA
ମାର୍ଚ୍ଚ ୭ରେ ମିଳିବ ପ୍ରଥମ କିସ୍ତିର ଶେଷ ସୁଭଦ୍ରା ଟଙ୍କା
ଅର୍ଗସ ବ୍ୟୁରୋ: ସୁଭଦ୍ରା ଯୋଜନାକୁ ନେଇ ବଡ ସୂଚନା । ମାର୍ଚ୍ଚ ୭ ରେ ମିଳିବ ପ୍ରଥମ କିସ୍ତି ର ଶେଷ ସୁଭଦ୍ରା ଟଙ୍କା।ମାର୍ଚ୍ଚ ୮ ରୁ ଦ୍ଵିତୀୟ କିସ୍ତି ମିଳିବ। ୨ ଲକ୍ଷ ୬୭ ଙ୍