ବାଂଲାଦେଶରେ ପୁଣି ହିନ୍ଦୁ ବିରୋଧୀ ଷଡଯନ୍ତ୍ର, ୫୦ ହିନ୍ଦୁ ଆହତ
by Argus News
Tue, Nov 26 | 3:28 p.m.

ଅର୍ଗସ ବ୍ୟୁରୋ:  ବାଂଲାଦେଶରେ ପୁଣି ହିନ୍ଦୁ ବିରୋଧୀ ଷଡଯନ୍ତ୍ର । ଚଟଙ୍ଗାବ ଇସ୍କନ ପୁଣ୍ଡରିକ ଧାମର ଅଧ୍ୟକ୍ଷ ଚିନ୍ମୟ କୃଷ୍ଣ ଦାସ ବ୍ରହ୍ମଚାରୀଙ୍କୁ ଗତକାଲି ଢ଼ାକା ବିମାନ ବନ୍ଦରରକୁ ଗିରଫ କରାଯିବା ପରେ ସ୍ଥିତି ବିଗିଡିବାରେ ଲାଗିଛି। ଚିନ୍ମୟ ପ୍ରଭୁଙ୍କ ଗିରଫଦାରୀକୁ ବିରୋଧ କରି ହିନ୍ଦୁ ସମ୍ପ୍ରଦାୟର ଲୋକମାନେ ରାଜ ରାସ୍ତାରେ ବାଂଗଲାଦେଶର ୟୁନୁସ୍ ସରକାର ବିରୋଧରେ ପ୍ରବଳ ପ୍ରଦର୍ଶନ ଆରମ୍ଭ କରିଛନ୍ତି । ବିଳମ୍ବିତ ରାତିରେ ହଜାର ହଜାର ହିନ୍ଦୁ ସମ୍ପ୍ରଦାୟର ଲୋକେ ଜୟ ସିୟା ରାମ ଏବଂ ହର ହର ମହାଦେବଙ୍କ ସ୍ଲୋଗାନ ଦେଇ ମସାଲ ରାଲି କରିଥିଲେ। ଏହି ସମୟରେ ତାଙ୍କ ଉପରକୁ BNP ଏବଂ ଜାମାତର କର୍ମଚାରୀମାନେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ୫୦ ହିନ୍ଦୁ ଆହତ ହୋଇଛନ୍ତି। ଚିନ୍ମୟ କୃଷ୍ଣ ଦାସ ପ୍ରଭୁଙ୍କୁ ଗିରଫ କରିବା ପରେ ବାଂଲାଦେଶର ହିନ୍ଦୁ ସଂଖ୍ୟାଲଘୁ ସମ୍ପ୍ରଦାୟର ସଦସ୍ୟମାନେ ପ୍ରତ୍ୟେକ ଜିଲ୍ଲାରେ ଶାନ୍ତିପୂର୍ଣ୍ଣ ସଭା ଆୟୋଜନ କରିଥିଲେ।

ତେବେ ଏହି ଶାନ୍ତିପୂର୍ଣ୍ଣ ସଭାଗୁଡ଼ିକ ଉପରେ ଉଗ୍ରବାଦୀ ଗୋଷ୍ଠୀ ଦ୍ୱାରା ନିର୍ମମ ଭାବରେ ଆକ୍ରମଣ କରାଯାଇଥିଲା । ଚିନ୍ମୟ କୃଷ୍ଣ ଦାସ ବ୍ରହ୍ମଚାରୀଙ୍କ ବିରୋଧରେ ଏକ ଦେଶଦ୍ରୋହ ମାମଲା ରୁଜୁ ହେବା ପରେ ବାଂଲାଦେଶ ପୁଲିସ ସୋମବାର ଢ଼ାକା ବିମାନବନ୍ଦରରୁ ତାଙ୍କୁ ଗିରଫ କରିଥିଲା ତେବେ ଅନେକ ଦିନ ଧରି ବାଂଗଲାଦେଶରେ ହିନ୍ଦୁ ବିରୋଧି କାର୍ଯ୍ୟକଳାପ ଜାରୀ ରହିବା ସହିତ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ କରାଜାଇଥିଲା..ଏହା ପରେ ଜାଣିଶୁଣି ହିନ୍ଦୁ ସାଧୁ ଙ୍କୁ ଟାର୍ଗେଟ କରାଯାଉଛି ବୋଲି ହିନ୍ଦୁ ସମ୍ପ୍ରଦାୟ ପକ୍ଷରୁ ସମାଲୋଚନା କରାଜାଇଛି ।

ଅଧିକ ପଢ଼ନ୍ତୁ ବିଦେଶ ଖବର:

ଗଭୀର ଅବପାତ
32m ago
ବାତ୍ୟାର ନାଁ ଫେଙ୍ଗାଲ
ଭୁବନେଶ୍ୱର: ଗଭୀର ଅବପାତରେ ପରିଣତ ହେଲା ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ । ବର୍ତ୍ତମାନ ଗଭୀର ଅବପାତଟି ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ କେନ୍ଦ୍ରୀଭୁତ ହୋଇଛି । ଆସନ୍ତା ୨
BUDGET
ଅତିରିକ୍ତ ବଜେଟ୍‌: ଶ୍ରୀଜଗନ୍ନାଥ ରତ୍ନଭଣ୍ଡାର ପାଇଁ 5 କୋଟି ଟଙ୍କା ବ୍ୟବସ୍ଥା
ଅର୍ଗସ ବ୍ୟୁରୋ: ଅତିରିକ୍ତ ବଜେଟ 2024-25 ରେ ନୂତନ ପଦକ୍ଷପ । ଭୁବନେଶ୍ବରରେ ପ୍ରବାସୀ ଭାରତୀୟ ଦିବସ ଆୟୋଜନ ପାଇଁ 125 କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି । ଧରତୀ ଆବା ଜନଜାତି
ଅତିରିକ୍ତ ବଜେଟ୍
ବିଧାନସଭାରେ ଉପସ୍ଥାପନ ହେଲା ଅତିରିକ୍ତ ବଜେଟ୍
ଭୁବନେଶ୍ୱର: ବିଧାନସଭାରେ ଉପସ୍ଥାପିତ ହେଲା ଅତିରିକ୍ତ ବଜେଟ୍ । 12 ହଜାର 156 କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଉପସ୍ଥାପିତ ହୋଇଛି । ଭୁବନେଶ୍ବରରେ ପ୍ରବାସୀ ଭାରତୀୟ ଦିବସ ଆୟୋଜ
ଉପନିର୍ବାଚନ
ଆସନ୍ତା ୨୦ରେ ରାଜ୍ୟସଭା ପାଇଁ ଉପନିର୍ବାଚନ
ଅର୍ଗସ ବ୍ୟୁରୋ: ଆସନ୍ତା ୨୦ରେ ରାଜ୍ୟସଭା ପାଇଁ ଉପନିର୍ବାଚନ । ଓଡ଼ିଶାରେ ଖାଲିଥିବା ଗୋଟିଏ ଆସନ ପାଇଁ ହେବ ନିର୍ବାଚନ । ଓଡ଼ିଶା ସମେତ ଆଉ ୬ଟି ଆସନରେ ହେବ ନିର୍ବାଚନ । ଡିସେମ୍ବର ୨୦ର
BANGLADESH
ବାଂଲାଦେଶରେ ପୁଣି ହିନ୍ଦୁ ବିରୋଧୀ ଷଡଯନ୍ତ୍ର, ୫୦ ହିନ୍ଦୁ ଆହତ
ଅର୍ଗସ ବ୍ୟୁରୋ: ବାଂଲାଦେଶରେ ପୁଣି ହିନ୍ଦୁ ବିରୋଧୀ ଷଡଯନ୍ତ୍ର । ଚଟଙ୍ଗାବ ଇସ୍କନ ପୁଣ୍ଡରିକ ଧାମର ଅଧ୍ୟକ୍ଷ ଚିନ୍ମୟ କୃଷ୍ଣ ଦାସ ବ୍ରହ୍ମଚାରୀଙ୍କୁ ଗତକାଲି ଢ଼ାକା ବିମା