ଓଡିଶାରୁ ଆନ୍ଧ୍ରକୁ ଚାଲାଣ ହେଉଥିଲା ଗଞ୍ଜେଇ
by Argus News
Mon, Oct 07 | 8:19 a.m.

ଭୁବନେଶ୍ୱର: ଓଡ଼ିଶାରୁ ଆନ୍ଧ୍ରପ୍ରଦେଶକୁ ଚାଲାଣ ହେଉଥିବା ଗଞ୍ଜେଇକୁ ଧରିଛି ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ । ଆନ୍ଧ୍ରପ୍ରଦେଶର ଯାଗାମାପେଟା କ୍ରିଷ୍ଣାଭରମ୍ ଟୋଲ୍ ଗେଟ୍ ନିକଟରୁ ଗଞ୍ଜେଇ ଭର୍ତ୍ତି ଟ୍ରକ୍ ଜବତ କରିବା ସହିତ ୩ ଜଣଙ୍କୁ ଗିରଫ କରାଯାଇଛି । ଓଡ଼ିଶାରୁ ଆନ୍ଧ୍ରପ୍ରଦେଶକୁ ବିପୁଳ ପରିମାଣର ଗଞ୍ଜେଇ ଚାଲାଣ ହେଉଥିବା ନେଇ ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ (ଡିଆରଆଇ) ଖବର ପାଇଥିଲା । ଡିଆରଆଇର ଏକ ଟିମ୍ ଯାଗାମାପେଟା କ୍ରିଷ୍ଣାଭରମ୍ ଟୋଲ୍ ଗେଟ୍ ନିକଟରେ ଛକି ରହିଥିଲେ । 

ଗଞ୍ଜେଇ ଭର୍ତ୍ତି ଟ୍ରକକୁ ଏସ୍କର୍ଟ ଦେଉଥିବା କାର ଟୋଲ୍ ପ୍ଲାଜାର ବ୍ୟାରିଅରକୁ ଧକ୍କା ଦେଇ ଖସି ପଳାଇବାକୁ ଉଦ୍ୟମ କରିଥିଲା । ଡିଆରଆଇ ଅଧିକାରୀମାନେ ପ୍ରଥମେ କାରକୁ ଅଟକାଇ ଜଣଙ୍କୁ ଗିରଫ କରିଥିଲେ । ପରେ ପରେ ଗଞ୍ଜେଇ ଭର୍ତ୍ତି ଟ୍ରକକୁ ଅଟକାଇବା ସମୟରେ ଟ୍ରକ୍ ଡ୍ରାଇଭର ଓ ହେଲପର୍ ଦୈାଡ଼ି ପଳାଇବାକୁ ଉଦ୍ୟମ କରିଥିଲେ । ହେଲେ ଡିଆରଆଇ ଅଧିକାରୀମାନେ ସେମାନଙ୍କୁ ପିଛା କରି କାବୁ କରିଥିଲେ । ଟ୍ରକ୍ ଭିତରୁ ୮୦୮ କିଲୋ ଗଞ୍ଜେଇ ମିଳିଛି ।

ଏହାର ଆନୁମାନିକ ମୂଲ୍ୟ ୧ କୋଟି ୬୧ ଲକ୍ଷ ଟଙ୍କା ହେବ ବୋଲି ଡିଆରଆଇ ପକ୍ଷରୁ କୁହାଯାଇଛି । ଗିରଫ ଅଭିଯୁକ୍ତମାନେ ଓଡ଼ିଶାର ହୋଇଥିବା ବେଳେ ସେମାନେ ଓଡ଼ିଶାରୁ ଗଞ୍ଜେଇ ନେଇ ଆନ୍ଧ୍ରପ୍ରଦେଶ ଯାଉଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

ଆହୁରି ପଢନ୍ତୁ ଓଡିଶା ଖବର...

ISRAEL
28m ago
ଇସ୍ରାଏଲରେ ଗତବର୍ଷ ଅକ୍ଟୋବର ୭ରେ ହୋଇଥିବା ହମଲାକୁ ପୂରିଲା ବର୍ଷେ
ଅର୍ଗସ ବ୍ୟୁରୋ: ଇସ୍ରାଏଲରେ ଗତବର୍ଷ ଅକ୍ଟୋବର ୭ରେ ହୋଇଥିବା ହମଲାକୁ ପୁରିଲା ବର୍ଷେ । । ଆଉ ଏହି ବର୍ଷକ ଭିତରେ ବହୁତ କିଛି ବଦଳି ମଧ୍ୟ ଯାଇଛି । ବିଶେଷ କରି ମଧ୍ୟପ୍ରାଚ୍ୟର
CROCODILE
45m ago
ଦୟା ନଦୀରେ କୁମ୍ଭୀର ଆତଙ୍କ, ଲୋକେ ଭୟଭୀତ
ଅର୍ଗସ ବ୍ୟୁରୋ: ପିପିଲିରେ କୁମ୍ଭୀର ଭୟ । ପିପିଲି କଣ୍ଟି ନିକଟ ଦୟା ନଦୀରେ କୁମ୍ଭୀର ଦେଖିବାକୁ ମିଳିଛି। ବନ ବିଭାଗ ପାଖରେ ଖବର ନଥିବା ସୂଚନା । ପ୍ରଥମ ଥର ପିପିଲି ଅଂଚଳର
ବସ୍‌ ଧର୍ମଘଟ
ଧର୍ମଘଟରୁ ଓହରିଲେ ଦକ୍ଷିଣ ପଶ୍ଚିମାଞ୍ଚଳ ବସ୍‌ ମାଲିକ ସଂଘ
ଅର୍ଗସ ବ୍ୟୁରୋ: ଧର୍ମଘଟରୁ ଓହରିଲେ ଦକ୍ଷିଣ ପଶ୍ଚିମାଞ୍ଚଳ ବସ୍‌ ମାଲିକ ସଂଘ । ପରିବହନମନ୍ତ୍ରୀଙ୍କ ସହ ଆଲୋଚନା ପରେ ଧର୍ମଘଟରୁ ଓହରିଲା ସଂଘ । ଗୋଳନ୍ଥରା ସ୍ଥିତ ପରିବହନ ମନ୍ତ୍ରୀଙ୍