ଅନଲାଇନ ଗେମ ହେଲା କାଳ, ଚାଲିଗଲା ୧୭ ବର୍ଷୀୟ ଛାତ୍ରର ଜୀବନ
by Argus News
Sat, Nov 11 | 12:44 p.m.

ବାଲେଶ୍ବର : ଅନଲାଇନ ଗେମ ଖେଳି ଜୀବନ ହାରିଲା ଛାତ୍ର. ସୋର ଥାନା ବାହାନଗା ବ୍ଲକ କୁଚିଆକୋଇଲି ଅରଡ଼ା ଗ୍ରାମର ଶରତ ଚନ୍ଦ୍ର ମଳିକ ଅନଲାଇନ ଗେମ ଖେଳି ନିଜ ଜୀବନ ହାରିଥିବା ପରି ଖବର ସାମ୍ନାକୁ ଆସିଛି । ଛାତ୍ର ଜଣକ ହେଉଛନ୍ତି ଶରତଚନ୍ଦ୍ର ମଳିକଙ୍କ 17 ବର୍ଷୀୟ ସାନ ପୁଅ ଆଶିଷ କୁମାର ମଳିକ। ଆଶିଷ ଅନନ୍ତପୁର ସାରସ୍ୱତ ମହାବିଦ୍ୟାଳୟର ଯୁକ୍ତ ଦୁଇର ଛାତ୍ର ଥିଲେ। ଗତକାଲି କଲେଜରୁ ଫେରିବା ପରେ ଘରଭିତରେ କବାଟ ବନ୍ଦ କରି ରହିଥିଲେ।

ଅଧିକ ପଢନ୍ତୁ :  ଲକ୍ଷାଧିକ ଟଙ୍କା ହରାଇବାରୁ ମାନସିକ ଭାରସାମ୍ୟ ହରାଇ ଯୁବକଙ୍କ ଆତ୍ମହତ୍ୟା

ତାଙ୍କ ମା ଖାଇବା ପାଇଁ ଡାକିବା ବେଳେ ସେ କବାଟ ଖୋଲିନଥିଲେ। କିନ୍ତୁ ପରିବାର ଲୋକେ ଓ ଗ୍ରାମବାସୀମାନେ କବାଟ ଭାଙ୍ଗି ଆଶିଷକୁ ବେକରେ ରଶି ଲଗାଇ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରି ସୋର ଡାକ୍ତରଖାନାକୁ ଆଣିଥିଲେ। କିନ୍ତୁ ସେଠାରେ ଡାକ୍ତର ଆଶିଷକୁ ମୃତ ଘୋଷଣା କରିଥିଲେ। ଖବର ପାଇ ସୋର ପୁଲିସ ଡ଼ାକ୍ତରଖାନାରେ ପହଞ୍ଚି ଶବ ଜବତ କରିବା ସହ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଛି l ଅତ୍ୟଧିକ ଗେମ ଖେଳିବା ଯୋଗୁଁ ଆତ୍ମହତ୍ୟା କରିଥିବା ସନ୍ଦେହ କରୁଛନ୍ତି ପରିବାର ଲୋକେ. 

ଓଡିଶା ଖବର ଆହୁରି ପଢନ୍ତୁ

ସତ୍ୟପାଠ
ଆସନ୍ତାକାଲି ଠାରୁ ସତ୍ୟପାଠ ପାଇଁ ପ୍ରକାଶ ପାଇବ ବିଜ୍ଞପ୍ତି
ଭୁବନେଶ୍ବର : ଭୁବନେଶ୍ବର ଭରତପୁର ଥାନା ମାମଲାରେ ଆରମ୍ଭ ହେଲା ବିଚାର ବିଭାଗୀୟ ତଦନ୍ତ। ଆସନ୍ତାକାଲିଠାରୁ ସତ୍ୟପାଠ ପାଇଁ ପ୍ରକାଶ ପାଇବ ବିଜ୍ଞପ୍ତି। 21 ଦିନ ଯାଏଁ ଗ୍ରହଣ ହେ
ସୁପ୍ରିମକୋର୍ଟ
ପୀଡ଼ିତାଙ୍କ ଫଟୋ ଭାଇରାଲ ନେଇ ବର୍ଷିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: କୋଲକାତା ଆରଜି କର ହସପିଟାଲ ମାମଲା । ପୀଡ଼ିତାଙ୍କ ପରିଚୟ ଓ ଫଟୋ ଗଣମାଧ୍ୟମରେ ଘୁରି ବୁଲୁଥିବାରୁ ପୁଣିଥରେ ବର୍ଷିଛନ୍ତି ସୁପ୍ରିମକୋର୍ଟ । ସୋସିଆଲ ମିଡିଆ ସହ ଅନ୍ୟ ସମସ୍
ବସ୍
ଭାରସାମ୍ୟ ହରାଇଲା ବସ୍ , ଅଳ୍ପକେ ବର୍ତ୍ତିଲେ
ଅନୁଗୋଳ : ଅନୁଗୋଳରୁ ବଲାଙ୍ଗୀର ଯାଉଥିବା OSRTC ବସ୍ ଜରପଡା ଥାନା ଓଗୀ ଗାଁ ନିକଟରେ ଭାରସାମ୍ୟ ହରାଇ ରାସ୍ତାରୁ ଖସି ପଡିଥିବା ବେଳେ 50 ରୁ ଅଧିକ ଯାତ୍ରୀ ଅଳ୍ପକେ ବର୍ତ୍ତ