୧୮ ବର୍ଷୀୟା ଯୁବତୀଙ୍କ ସହ ଗଣଦୁଷ୍କର୍ମ ନେଇ ଅଭିଯୋଗ
by Argus News
Thu, Sep 19 | 5:48 p.m.

ସୁନ୍ଦରଗଡ : ସୁନ୍ଦରଗଡ ଜିଲ୍ଲା କୁତ୍ରା ଅଞ୍ଚଳରେ ଚାଞ୍ଚଲ୍ୟ । ୧୮ ବର୍ଷୀୟା ଯୁବତୀଙ୍କ ସହ ଗଣଦୁଷ୍କର୍ମ ନେଇ ଅଭିଯୋଗ । କୁତ୍ରା ଥାନାରେ ପୀଡିତାଙ୍କ ଅଭିଯୋଗ ପରେ ମାମଲା ରୁଜୁ । କରମା ପୂଜା ଦେଖିବାକୁ ଆସିଥିବା ୩ ଜଣ ଅଭିଯୁକ୍ତ ରାତିରେ ଯୁବତୀଙ୍କ ସହ ଏହି ବର୍ବର କାଣ୍ଡ ଭିଆଇ ଥିବା ଅଭିଯୋଗ ହୋଇଛି। ଘଟଣାଟି ୧୬ ତାରିଖ ରାତିରେ ଘଟିଥିବା ବେଳେ ପୀଡିତା ୧୭ ତାରିଖ ଦିନ କୁତ୍ରା ଥାନାରେ ଏତଲା ଦେଇଥିଲେ।

ଅଧିକ ପଢନ୍ତୁ : ୯ ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ! ମୃତଦେହ ଉଦ୍ଧାର

 କୁତ୍ରା ପୋଲିସ ମାମଲା ରୁଜ କରି ତଦନ୍ତ ଜାରି ରଖିଛି । ତିନି ଜଣ ଅଭିଯୁକ୍ତଙ୍କ ଘର ବିରମିତ୍ରପୁର ଥାନା ଅଞ୍ଚଳର ହୋଇଥିବା ବେଳେ  ସେମାନଙ୍କ ମଧ୍ୟରେ ଦୁଇ ଜଣ ନାବାଳକ ଥିବା ନେଇ ସୂଚନା ରହିଛି । ପୋଲିସ ମାମଲାରେ ତିନି ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛନ୍ତି।

ବାଲେଶ୍ବର ବନ୍ୟା
ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା,ଉଦ୍ଧାର କାର୍ଯ୍ୟ ଜାରି
ଅର୍ଗସ ବ୍ୟୁରୋ:ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା ଦେଖିବାକୁ ମିଳିଛି । ୫୦ରୁ ଅଧିକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି। ସ୍କୁଲ ଓ ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଛନ୍ତି ୪ହଜାର ୫୦
ଅଙ୍କିତା
ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା
ଭୁବନେଶ୍ୱର: ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା । ସାମ୍ନାକୁ ଆସିଲା ଭରତପୁର ପୋଲିସର ତାଲିବାନୀ ଅତ୍ୟାଚାର । ପୋଲିସର ଅକଥନୀୟ ଅତ୍ୟାଚାର କଥା କହିଲେ ମେଜରଙ୍
ମମିତା ମେହେର
ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ ?
ଭୁବନେଶ୍ୱର: ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ । ପୂର୍ବତନ ସାଂସଦ ସୁଜିତ କୁମାରଙ୍କ ବୟାନ ପରେ ଜୋର ଧରିଛି ଏ ଦାବି । ସେପଟେ ମମିତାଙ୍କ ଦୋଷୀଙ୍କ