ଯୌନ ଶୋଷଣର ଶିକାର ହେଲେ ୧୯ ବର୍ଷୀୟ ଝିଅ 
by Argus News
Sat, Sep 28 | 12:49 p.m.

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ଅର୍ନ୍ତଗତ ତେତେଲଖୁଟି ଗ୍ରାମର ଜଣେ ୧୯ ବର୍ଷୀୟ ଝିଅ ସହିତ ପ୍ରେମ ଓ ପରେ ବିବାହ ପ୍ରତିଶ୍ରୁତି ଦେଇ ଯୌନ ଶୋଷଣ କରି ଛାଡ଼ି ଦେଇଥିବା ଅଭିଯୋଗ ହୋଇଛି । ପୀଡିତା ଝିଅ ଓ ତାଙ୍କ ସମ୍ପର୍କୀୟଙ୍କ ସୂଚନା ଅନୁସାରେ ଗତ ଜୁଲାଇ ମାସ  ୨୬ ତାରିଖ ଦିନ ଚଦ୍ମ ନାମ ମିଥିଳା ସେହି ଗ୍ରାମର ଜସ୍ରାମ ବଞ୍ଛୋର୍ ନାମକ ଜଣେ ଯୁବକ ସହିତ ପ୍ରେମ ସମ୍ବନ୍ଧ ଓ ବିବାହ ପ୍ରତିଶ୍ରୁତି ଦେଇ ଝିଅକୁ ଆନ୍ଧ୍ର ପ୍ରଦେଶକୁ ନେଇ ଯାଇଥିଲା । 

ଝିଅକୁ ଘରେ ନ ପାଇ ପରିବାର ଲୋକେ ତୁରେକେଲା ଥାନାରେ ନିଖୋଜ ରିପୋର୍ଟ ଲେଖିଥିଲେ। ଯାହାକୁ ନେଇ ତୁରେକେଲା ଥାନାରେ କେସ ଦର୍ଜ୍ କରି ନିଖୋଜ ଝିଅର ଖୋଜ ଖବର ନିମନ୍ତେ ପୋଲିସ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଥିଲା । କିଛି ଦିନ ପରେ ଝିଅକୁ ସାଙ୍ଗରେ ଧରି ଜସ୍ରାମ ବଞ୍ଛୋର୍ ତା ଗାଁକୁ ଫେରି ତୁରେକେଲା ଥାନାରେ ଝିଅ ସହିତ ବିବାହ କରିବା ପାଇଁ ଲିଖିତ ରାଜି ନାମା ରେ ଦସ୍ତଖତ କରିଥିଲା । କିନ୍ତୁ ତା କିଛି ଦିନ ପରେ ଜସ୍ରାମ କୌଣସି ବାହାନା କରି ଝିଅକୁ ଛାଡି ଦେଇ ଫେରାର ହୋଇଯାଇଥିଲା । 

ପୀଡିତ ଝିଅ କହିବା ଅନୁସାରେ ବିବାହ ପ୍ରତିଶ୍ରୁତି ଦେଇ ଜସ୍ରାମ ବଞ୍ଛୋର୍ ଆନ୍ଧ୍ର ପ୍ରଦେଶକୁ ନେଇ ଗୋଟିଏ କୁକୁଡ଼ା ଫାର୍ମରେ ୧୮ ଦିନ ରଖି ତା ସହିତ ଶାରୀରିକ ସମ୍ପର୍କ ରଖିଥିଲା । କିନ୍ତୁ ଗାଁ କୁ ଆସି ନିଜ ମା, ବାପା ଓ ସମ୍ପର୍କୀୟ କଥା ଶୁଣି ସେ ତାକୁ ଛାଡି ଦେଇ ଫେରାର ମାରିଛି । କଣ୍ଟାବାଞ୍ଜି ଉପଖଣ୍ଡ ପୋଲିସ ଅଧିକାରୀ ଗୌରାଙ୍ଗ ସାହୁଙ୍କୁ ସମସ୍ତ କାଗଜ ପତ୍ର ସହିତ ଗୁହାରି କରିଥିଲେ ପୀଡ଼ିତା ଓ ତାଙ୍କ ପରିବାର ଲୋକେ । ନ୍ୟାୟ ଅପେକ୍ଷାରେ ପୀଡ଼ିତା ଅଛନ୍ତି ।

ଆହୁରି ପଢନ୍ତୁ ଓଡିଶା ଖବର...

ପ୍ଲାଣ୍ଟରେ ବିସ୍ଫୋରଣ
22m ago
ନିଆଁ ପିଣ୍ଡୁଳା ସଫେଇ ସମୟରେ ଅଘଟଣ; 5 ଗୁରୁତର
ରାଉରକେଲା: ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବିସ୍ଫୋରଣ । Sms 1 ରେ ଘଟିଛି ବିସ୍ପୋରଣ । ସକାଳ ୯ ସମୟରେ sms 1 ରେ ସେଡ଼ରେ ନିଆଁ ପିଣ୍ଡୁଳା ସଫେଇ ସମୟରେ ଘଟିଛି ବିସ୍ଫୋରଣ । ବିସ୍ଫୋରଣର
ଭରତପୁର ଥାନା ଘଟଣା
37m ago
ଭରତପୁର ଥାନା ଘଟଣା:ଗୁଜୁରାଟରେ  ୫ ପୋଲିସ ଅଧିକାରୀଙ୍କର ହେବ ପଲିଗ୍ରାଫ ଟେଷ୍ଟ
ଅର୍ଗସ ବ୍ୟୁରୋ:ଭରତପୁର ଥାନା ଘଟଣାକୁ ନେଇ ଏବେବି ଜାରି ରହିଛି ସସ୍ସପେନ୍ସ,ସତ ପାଇଁ ଚାଲିଛି ମହାନାଟକ,କେବେ ଧରାପଡିବ ସତ,ସାଧାରଣରେ ଉଠିଛି ପ୍ରଶ୍ନ। ଫଳାଫଳ ଉପରେ ରହିଛି ସମସ୍ତଙ୍କ ନଜର
ବିଦ୍ୟାଳୟରେ ତାଲା
ଦୁର୍ଗମରେ ଶିକ୍ଷାର ବିକଳ ଚିତ୍ର, ବିଦ୍ୟାଳୟରେ ପଡିଲା ତାଲା
ମାଲକାନଗିରି: ଦୁର୍ଗମରେ ଶିକ୍ଷାର ବିକଳ ଚିତ୍ର । ବିଦ୍ୟାଳୟରେ ପଡିଲା ତାଲା । ଛାତ୍ରଛାତ୍ରୀମାନେ ବାରଣ୍ଡାରେ ବସି ପଢିଲେ ପାଠ । ନାମକୁ ମାତ୍ର ପ୍ରଧାନଶିକ୍ଷକ । ଦିନେ ହେଲେ ମଧ୍