ଦାଦନ ଖଟିବାକୁ ଯାଇ ଚାଲିଗଲା ୨ ଭାଇଙ୍କ ଜୀବନ
by Argus News
Mon, Dec 11 | 9:07 a.m.

ଅର୍ଗସ ବ୍ୟୁରୋ: ୨୪ ବର୍ଷର ସ୍ଥିର ସରକାରର ପୁରୁଷାର୍ଥ ଉପରେ ପ୍ରଶ୍ନ । ଦାଦନ ଖଟିବାକୁ ଯାଇ ଚାଲିଗଲା ୨ ଭାଇଙ୍କ ଜୀବନ । ଘରର ଦୁଇ ଭେଣ୍ଡିଆ ପୁଅକୁ ହରାଇଲେ ପରିବାର ଲୋକେ । ଜଣଙ୍କର ରାୟଗଡ଼ା ମେଡିକାଲ ଓ ଅନ୍ୟ ଜଣଙ୍କର ମୋହନା ମେଡିକାଲରେ ମୃତ୍ୟୁ ହୋଇଛି । କାମ ଧନ୍ଦା ନ ପାଇଁ ଦାଦନ ଖଟିବାକୁ ଯାଇଥିଲେ ଆନ୍ଧ୍ରର ବିଶାଖାପାଟଣା ଯାଇଥିଲେ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଟିକିରୀ ପଞ୍ଚାୟତ ମକାପଦର ଗାଁର ଦୁଇ ଭାଇ ଗଙ୍ଗାଧର ମାଝି ଓ ମହେଶ୍ବର ମାଝି । ବିଶାଖାପାଟଣା ନିକଟ ପାଲମନପେଟା ସ୍ଥିତ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ କାମ କରୁଥିଲେ ।

ସେଠାରେ କିଛି ଦିନ ହେବ ଦେହ ଅସୁସ୍ଥ ହୋଇପଡ଼ିଥିଲେ । କିନ୍ତୁ ଫ୍ୟାକ୍ଟ୍ରି କର୍ତ୍ତୃପକ୍ଷ ଚିକିତ୍ସା ନ କରିବାକୁ ସ୍ବାସ୍ଥ୍ୟବସ୍ଥା ଆହୁରି ବିଗିଡ଼ ଯାଇଥିଲା । ଧାର ଉଧାର କରି ଘରକୁ ଆସି ଏଠାରେ ଚିକିତ୍ସିତ ହେଉଥିଲେ । ରବିବାର ସକାଳୁ ଚିକିତ୍ସାଧୀନ ଅବସ୍ଥାରେ ଗଙ୍ଗାଧରଙ୍କ ମୃତ୍ୟୁ ହୋଇଥିବା ବେଳେ, ରବିବାର ରାତିରେ ମହେଶ୍ବରଙ୍କ ମୃତ୍ୟୁ ହୋଇଛି । ସବୁଠୁ ସ୍ପର୍ଶକାତର ଘଟଣା ହେଉଛି, ଉଭୟ ଦାଦନ ନାବାଳକ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

TUKUNI
1m ago
ବିଜେପି କର୍ମୀଙ୍କୁ ଆକ୍ରମଣ କଲେ ଟୁକୁନିଙ୍କ ଗୁଣ୍ଡା !
ଅର୍ଗସ ବ୍ୟୁରୋ: ଟୁକୁନି ସାହୁଙ୍କ ଗୁଣ୍ଡାଙ୍କ ଆତଙ୍କରାଜ୍ ! ବିଜେପି କର୍ମୀଙ୍କୁ ଆକ୍ରମଣ କଲେ ଟୁକୁନିଙ୍କ ଗୁଣ୍ଡା ! ପୁଣି ସୀମା ଟପିଲେ ମନ୍ତ୍ରୀ ଟୁକୁନି ସାହୁଙ୍
BJP
7m ago
ବିଜେପି ଫୋକସରେ ଓଡ଼ିଶା
ଅର୍ଗସ ବ୍ୟୁରୋ: ବିଜେପି ଫୋକସରେ ଓଡ଼ିଶା। ଆଜି ଦିନ ତମାମ ରାଜ୍ୟର ବିଭିନ୍ନ ସ୍ଥାନରେ ହେଭିୱେଟଙ୍କ ପ୍ରଚାର। ଗୃହମନ୍ତ୍ରୀ ଅମିତ ଶାହା,ରେଳମନ୍ତ୍ରୀ ଅଶ୍ବିନି ବୈଷ୍ଣବ
PM
ମୁଁ ଏହି କୁନି ପିଲା ଦୁଇଜଣଙ୍କ ବଡ଼ ପ୍ରଶଂସକ ପାଲଟି ଯାଇଛି : ପ୍ରଧାନମନ୍ତ୍ରୀ
ଅର୍ଗସ ବ୍ୟୁରୋ : ପୁଣି ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀ । ସବୁବେଳେ ଚର୍ଚ୍ଚା ରହି ଆସିଛନ୍ତି ଆମ ପ୍ରଧାନମନ୍ତ୍ରୀ । ଆମେ ଆଜି କୋହୁଛି କୁନି ପ୍ରଧାନମନ୍ତ୍ରୀଙ୍କ କଥା । ଆଉ ଏହି କୁନ