ଅର୍ଗସ ବ୍ୟୁରୋ: କେନ୍ଦ୍ରାପଡ଼ା ସର୍କିଟ ହାଉସରେ 2ଜଣିଆ ସେଣ୍ଟ୍ରାଲ ଟିମ । ବାତ୍ୟା ଦାନାର କ୍ଷୟକ୍ଷତି ସମୀକ୍ଷା ପାଇଁ ଯିବେ ରାଜନଗର ବ୍ଲକ ତାଳଚୁଆ ଟିକାୟତନଗର । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ । ସର୍କିଟ ହାଉସରେ ସମସ୍ତ ଅଧିକାରୀଙ୍କ ସହ ଆଲୋଚନା ପରେ ରାଜନଗର ଗସ୍ତ କରିବେ 2ଜଣିଆ କେନ୍ଦ୍ରୀୟ ଟିମ ।
ସେପଟେ ଭଦ୍ରକରେ ପହଞ୍ଚିଲେ ଦୁଇ ଜଣିଆ କେନ୍ଦ୍ରୀୟ ଟିମ । ଭଦ୍ରକରେ ନୂତନ ପ୍ରଦକ୍ଷଣ ଗୃହରେ ପହଞ୍ଚିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବାଗତ କରାଯାଇଥିଲା । ଦୁଇ ଜଣିଆ କେନ୍ଦ୍ରୀୟ ଟିମ ଧାମରା ଅଞ୍ଚଳକୁ ଯାଇ ବାତ୍ୟାର କ୍ଷୟକ୍ଷତି ଆକଳନ କରିବେ । ପରେ ଜିଲ୍ଲାପାଳ କାର୍ଯ୍ୟାଳୟରେ ପହଞ୍ଚି ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିବେ ।