ନିଆଁରେ ଜଳିଗଲା ୨ ବଖରା, ବର୍ତ୍ତିଲା ୪ ଜୀବନ, ସହାୟତା ପାଇଁ କଲେ ନିବେଦନ
by Argus News
Sun, Apr 21 | 6:29 p.m.

ବୌଦ୍ଧ : ବୌଦ୍ଧ ଜିଲ୍ଲା ହରଭଙ୍ଗା ଗ୍ରାମ ପଂଚାୟତ ଅନ୍ତର୍ଗତ କୁସାସିଙ୍ଗା ଗାଁ ରେ ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଜଳିଗଲା ଦୁଇ ବଖରା ଘର । ଅଳ୍ପକେ ବର୍ତ୍ତିଲା ୪ଜୀବନ । ଘଟଣା ସ୍ଥଳରେ ପହଞ୍ଚିଲେ ହରଭଙ୍ଗା ବ୍ଲକ ଉପାଧ୍ୟକ୍ଷ ସରୋଜ ପ୍ରଧାନ । ଅଗ୍ନି ବିପର୍ଣ୍ଣଙ୍କୁ ଯୋଗାଇ ଦେଲେ ସହାୟତା । ସୂଚନା ମୁତାବକ ଆଜି ଦ୍ବିପ୍ରହରେ କୁସାସିଙ୍ଗା ଗାଁର ଗଗନ କଲତା ଓ ତାଙ୍କ ପରିବାର ର ସ୍ତ୍ରୀ କୁମାରୀ କଳତା ଝିଅ ଜୁଆଇ ଘରେ ଶୋଇଥିବା ସମୟରେ ହଠାତ ଘରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା । ନିଆଁ ଦେଖି ଗାଁ ଲୋକେ ପାଟି କରିବାରୁ ଘରୁ ଗଗନ ଓ ପରିବାର ଲୋକେ ବାହାରକୁ ଚାଲି ଆସିଥିଲେ ।

ଅଧିକ ପଢନ୍ତୁ ଓଡିଶା ଖବର 

କିନ୍ତୁ ନିଆଁ ର ମାତ୍ର ଏତେ ଅଧିକ ଥିଲା ଯେ ଘରର ସମସ୍ତ ଆସବାବପତ୍ର ଧାନ ଚାଉଳ ସମେତ ଧାର କରଜ ସୁଝିବା ପାଇଁ ରଖିଥିବା ୨୫ ହଜାର ଟଙ୍କା ମଧ୍ୟ ଜାଳି ପୋଡି ପାଉଁଶ ହୋଇଯାଇଥିଲା । ନିଆଁ ମାତ୍ରା ଏତେ ଅଧିକା ଥିଲା ଯେ ଗ୍ରାମବାସୀ ନିଆଁ ଲିଭାଇବା ପାଇଁ ପ୍ରୟାସ କରିଥିଲେ ସୁଦ୍ଧା ସବୁ ଜଳିପୋଡି ଛାରଖାର ହୋଇଯାଇଥିଲା । ପରେ ଗ୍ରାମବାସୀଙ୍କ ନିକଟରୁ ଖବର ପାଇ ଘଟଣା ସ୍ଥଳରେ ହରଭଙ୍ଗା ବ୍ଲକ ଉପାଧ୍ୟକ୍ଷ ସରୋଜ ପ୍ରଧାନ ପହଞ୍ଚି ଅଗ୍ନି ବିପର୍ଣ୍ଣ ପରିବାର ସହ ଆଲୋଚନା କରିବା ସହ କିଛି ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ପରେ ଅଗ୍ନି ବିପର୍ଣ୍ଣ ପରିବାରକୁ ସରକାରୀ ସ୍ଥରରେ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ହରଭଙ୍ଗା ତହସିଲଦାର ଓ ବିଡ଼ିଓ ଙ୍କ ସହ ଆଲୋଚନା କରିଥିଲେ । ତହସିଲଦାର ଘଟଣା ସ୍ଥଳ ପରିଦର୍ଶନ କରିବା ସହାୟତା ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି ।

ତାତି
40m ago
ରାଜ୍ୟରେ ବଢୁଛି ତାତି , ୬ ରାଜ୍ୟ ପାଇଁ ହିଟ୍ ୱେଭ ଜାରି
ଅର୍ଗସ ବ୍ୟୁରୋ : ଆଜି ବି ଅସହ୍ୟ ତାତି ଅନୁଭୁତ ହେବ । ସକାଳ 8.30 ସୁଦ୍ଧା ଭୁବନେଶ୍ବରେ ପାରଦ 34.6 ରେକର୍ଡ କରାଯାଇଛି । ଗତ 3 ଦିନ ହେବେ ରାଜ୍ୟରେ ବଢିଛି ତାପମାତ୍ରା । ସକାଳ ସାଢ
କିସମିସ୍ ପାଣି
49m ago
ଜାଣନ୍ତୁ କିସମିସ୍ ପାଣିର ଫାଇଦା
ଅର୍ଗସ ବ୍ୟୁରୋ: ଆମେ ସମସ୍ତେ ଜାଣିଛେ ଡ୍ରାଏ ଫ୍ରୁଟସ ଆମ ଶରୀର ପାଇଁ କେତେ ଲାଭଦାୟୀ। କିନ୍ତୁ ଏହି ଡ୍ରାଏ ଫ୍ରୁଟସ ଗୁଡ଼ିକ ବହୁତ୍ ମହଙ୍ଗା ହୋଇଥାଏ। ଅଧିକାଂଶ ଲୋକଙ୍କ ପାଇଁ ନିୟମିତ ଭାବର
ଅଗ୍ନିକାଣ୍ଡ
ଭୟାବହ ଅଗ୍ନିକାଣ୍ଡ , ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପଞ୍ଚାୟତ ସମିତି ସଭାଗୃହରେ ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଜଳିଗଲା ଲକ୍ଷାଧିକ ଟଙ୍କାର ମୂଲ୍ୟବା