ବୌଦ୍ଧ ବ୍ରିଜ ଛକ ନିକଟରୁ କାର୍ ସହ 20 କେଜି ଗଞ୍ଜେଇ ଜବତ
by Argus News
Sun, Apr 07 | 7:56 p.m.

ଅର୍ଗସ ବ୍ୟୁରୋ: ବୌଦ୍ଧ ସଦର ବ୍ରିଜ ଛକ ନିକଟରୁ କାର୍ ସହ 20 କେଜି 500 ଗ୍ରାମ୍ ଗଞ୍ଜେଇ ଜବତ ହୋଇଛି। ଏହି ମାମଲାର ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ବୌଦ୍ଧ ପୋଲିସ। ସୂଚନା ଅନୁଯାୟୀ, ବୌଦ୍ଧ ଥାନା ପୋଲିସ ପକ୍ଷରୁ ବୌଦ୍ଧ ବ୍ରିଜ ଛକ ନିକଟରେ ପୋଲିସର ନାକାବନ୍ଦୀ ଚାଲିଥିବା ବେଳେ ଫୁଲବାଣୀ ପଟରୁ ଅନଗୁଳ ଆଡ଼କୁ ଆସୁଥିବା ନମ୍ବର୍ ବିହୀନ ଏକ ଧଳା ରଙ୍ଗର ନେକ୍ସା କାରକୁ ଯାଞ୍ଚ କରିବାରୁ ଗାଡି ଭିତରେ 20 କେଜି 500 ଗ୍ରାମ ଗଞ୍ଜେଇ ବାହାରିଥିଲା।

କାରରେ ଥିବା ଉତ୍ତର ପ୍ରଦେଶ ରାଜ୍ୟ ମଥୁରା ଜିଲ୍ଲାର କ୍ରିଷ୍ଣା ଚୌଧୁରୀ ଓ ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଗୋଦିପାଟନା ଗ୍ରାମର କାରକେଶ୍ବର ରଣାଙ୍କୁ ଗିରଫ କରିଥିଲେ। ଆଜି ଉଭୟଙ୍କୁ କୋର୍ଟଚାଲାଣ କରାଯାଇଛି। ଏନେଇ ବୌଦ୍ଧ ଥାନା ଅଧିକାରୀ ରଞ୍ଜିତ କୁମାର ମୁନି ସୂଚନା ଦେଇଛନ୍ତି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

ମୃତ୍ୟୁ
ଗାଁ ନାଳରେ ବୁଡି ୨ଭଉଣୀଙ୍କ ମୃତ୍ୟୁ
ଯାଜପୁର: ଗାଁ ନାଳରେ ବୁଡି ସମ୍ପର୍କୀୟ ୨ଭଉଣୀଙ୍କ ମୃତ୍ୟୁ । ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଅଳକୁଣ୍ଡ ଥାନା ଅନ୍ତର୍ଗତ ରାହାସ ଗୁହାଳି ଗାଁ ହନୁମନ୍ତିଆ ଗଣ୍ଡରେ ଘଟିଛି ଏଭଳି ଅଘଟଣ
ଚୁଆପାଣି
ଲୋକଙ୍କ ଶୋଷ ମେଣ୍ଟାଉଛି ଚୁଆପାଣି
ସମ୍ବଲପୁର: ୨୫ ବର୍ଷର ଅପାରଗତାର ନମୁନା । ରେଢ଼ାଖୋଲ ଗୋପାଳପୁର ଗାଁରେ ପଡ଼ିନି ବିକାଶର ପାଦଚିହ୍ନ । ପକ୍କା ଘର ଦିବା ସ୍ବପ୍ନ, ନାହିଁ ସବୁଦିନିଆ ରାସ୍ତା । ଚୁଆ ପାଣିରେ ମେଣ୍ଟୁଛ
ଟେନସନ
ବିଜେପି ତୁଙ୍ଗ ନେତାଙ୍କ ଘନ ଘନ ଆକ୍ରମଣ ବଢ଼ାଇଛି ବିଜେଡିର ଟେନସନ
ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଓଡ଼ିଶା ଆସିବେ ଆହୁରି ଅନେକ କେନ୍ଦ୍ରୀୟ ନେତା । 23ରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ବିଜେପି ରାଷ୍ଟ୍ରୀ