ଦିବ୍ୟାଙ୍ଗ ନାବାଳିକା ବଳାତ୍କାରୀକୁ ୨୦ବର୍ଷର ସଶ୍ରମ କାରାଦଣ୍ଡ
by Argus News
Wed, Mar 20 | 5:59 p.m.

ମୟୂରଭଞ୍ଜ : ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ତଥା ସ୍ଵତନ୍ତ୍ର ଫାଷ୍ଟଟ୍ରାକ ପୋକସୋ କୋର୍ଟରେ ବୁଧବାର ଏକ ଦିବ୍ୟାଙ୍ଗ ନାବାଳିକା ବଳାତ୍କାର ମାମଲାର ରାୟ ପ୍ରକାଶ ପାଇଛି । ଜଜ୍ ସନ୍ତୋଷ କୁମାର ନାୟକ ଏହାର ବିଚାର କରି ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ ପୂର୍ବକ ୨୦ବର୍ଷର ସଶ୍ରମ କାରାଦଣ୍ଡାଦେଶ ଶୁଣାଣି କରିଛନ୍ତି। ଏହା ସହିତ ୧୦ହଜାର ଟଙ୍କା ଜରିମାନା ଅନାଦେୟ ଅଧିକ ୬ମାସର ଅତିରିକ୍ତ ଜେଲଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ବାରିପଦା ସଦର  ଥାନା ଅଧିନ କୁଣ୍ଡଳବଣି ଗ୍ରାମର ମହାଦେବ ସିଂ(୪୦)। ଘଟଣାରୁ ପ୍ରକାଶ ଯେ, ଗତ ୨୬ ଜୁନ ୨୦୧୯ରେ  ଜନୈକା ଦିବ୍ୟାଙ୍ଗ ନାବାଳିକା ଜଣକ ଏକୁଟିଆ ଘର ବାହାରେ ଖେଳୁଥିଲା । ଏହାର ସୁଯୋଗ ନେଇ ମହାଦେବା ନାବାଳିକାକୁ ଦବରଦସ୍ତ ଟେକି ନେଇ ବଳାତ୍କାର କରିଥିଲା । ନାବାଳିକା ଜଣକ ଚିତ୍କାର କରିବା ଶୁଣି ସମ୍ପର୍କୀୟ ପିଉସୀ ଉଦ୍ଧାର କରିବାକୁ ଯାଇଥିଲେ । ସେଠାରେ ଅଭିଯୁକ୍ତକୁ ଏକ ପଥରରେ ଆକ୍ରମଣ କରିବା ପରେ ସେଠାରୁ ଫେରାର ହୋଇଯାଇଥିଲା ।

ଅଧିକ ପଢନ୍ତୁ : ବିଦେଶୀ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, 3 ଗିରଫ

ଘଟଣା ସମ୍ପର୍କରେ ପରିବାର ଲୋକଂକୁ ଜଣାଇବାରୁ ଗ୍ରାମରେ ଏକ ବୈଠକ ବସି ଆଲୋଚନା କରିବା ପରେ ୨୬ ଜୁନ ୨୦୧୯ରେ ସଦର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ପୀଡିତାର ବୟାନ ରେକର୍ଡ କରିବା ପରେ  ଏକ ମାମଲା କେସ ନଂ ୬୧/୧୯ରେ ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ୩୦ଜଣ ସାକ୍ଷୀଙ୍କ ବୟାନ ଓ ତଦନ୍ତ ରିପୋର୍ଟକୁ ଭିତ୍ତିକରି ଜଜ୍ ଉପରୋକ୍ତ ରାୟ ପ୍ରକାଶ କରିଛନ୍ତି। ଏଥି ସହିତ ପୀଡିତା ନାବାଳିକାକୁ ୫ଲକ୍ଷ ଟଂକା ସହାୟତା ରାଶି ପ୍ରଦାନ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଉକ୍ତ ମାମଲାକୁ ଆଇନଜୀବୀ ମନୋରଞ୍ଜନ ପଟ୍ଟନାୟକ ପରିଚାଳନା କରୁଥିଲେ।

MODI
ବିଜେଡି ସରକାରକୁ ଧୋଇଦେଲେ ମୋଦି
ଅର୍ଗସ ବ୍ୟୁରୋ: ଓଡ଼ିଶାରେ ଶାସନ କରୁଛି କିଏ ? ନବୀନ ବାବୁ ସିଏମ ଅଛନ୍ତି ହେଲେ ସୁପର ସିଏମ ଅନ୍ୟ ଜଣେ । ରାଜ୍ୟର ସରକାର ଏବେ ପୂରା ଆଉଟ ସୋର୍ସିଂ ହୋଇଯାଇଛି । ଫୁଲବାଣୀ, ବଲାଙ୍ଗିର ପରେ କିଛ
CM NAVEEN PATNAIK
ବଲାଙ୍ଗିର ପହଞ୍ଚୁ ପହଞ୍ଚୁ ବର୍ଷିଲେ ମୋଦି, ବିଜେଡି ଯିବାର କାଉଣ୍ଟ ଡାଉନ୍‌ ଆରମ୍ଭ !
ଅର୍ଗସ ବ୍ୟୁରୋ : ଆକ୍ରମଣ ହେଲା ଆହୁରି ଶାଣିତ । ନବୀନଙ୍କ ନାଁନେଇ ପ୍ରଶ୍ନ ଉପରେ ପ୍ରଶ୍ନ କଲେ ମୋଦି । ପ୍ରଧାନମନ୍ତ୍ରୀଙ୍କ ପ୍ରଶ୍ନରେ ଥଥମମ ବିଜେଡି ନେତା । ମଂଚରେ ଚଢୁଚଢୁ ସିଧା କହିଲେ, ଏଥ
MODI
ନବୀନଙ୍କୁ ଧୋଇଲେ ମୋଦି : କହିଲେ, ବିନା କାଗଜରେ ୩୦ ଜିଲ୍ଲାର ନାଁ କହିପାରିବେନି
ଅର୍ଗସ ବ୍ୟୁରୋ: ରତ୍ନଭଣ୍ଡାର ଚାବି ସମ୍ଭାଳିପାରୁନାହାନ୍ତି ସରକାର କଣ ସମ୍ଭାଳିବେ ? ଇଏ ଏମିତି ମୁଖ୍ୟମନ୍ତ୍ରୀ ଯିଏ କି, ବିନା କାଗଜରେ ନିଜ ଜିଲ୍ଲାର ନାଁ କହିପାରୁନାହାନ୍ତି କି ରାଜ୍ୟ