୨୪ ଘଣ୍ଟା ଟ୍ରେନରେ ବିତୁଛି ଜୀବନ
by Argus News
Wed, May 08 | 7:50 p.m.

ଅର୍ଗସ ବ୍ୟୁରୋ: ଘରେ ରହିବାକୁ କାହାକୁ ବା ଭଲ ଲାଗେ ନାହିଁ । ଘରେ ରହି ଛୁଟି ଦିନ ଟ୍ରେନ୍ କି ବସରେ ବୁଲିବାକୁ ବି ସମସ୍ତଙ୍କୁ ଭଲ ଲାଗେ । କିନ୍ତୁ ଏମିତି ବି ଲୋକ ଅଛନ୍ତି ଯେଉଁମାନଙ୍କୁ ଘର ଅପେକ୍ଷା ଟ୍ରେନରେ ରହିବାକୁ ବେଶି ଭଲ ପାଆନ୍ତି । ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯାହାଙ୍କୁ ଘରେ ଅପେକ୍ଷା ଟ୍ରେନରେ ବେଶି ଭଲ ଲାଗେ । 
୧୭ବର୍ଷର ଏହି ଯୁବକ ଜଣକ ପ୍ରତି ବର୍ଷ ୮.୩ ଲକ୍ଷ ଟଙ୍କା ଖର୍ଚ୍ଚ କରନ୍ତି ଟ୍ରେନରେ ରହିବାରେ । ଏହି ଯୁବକ ଜଣଙ୍କ ନାଁ ହେଉଛି ଲ୍ୟାସି ଷ୍ଟୋଲି । ଡଏଚ୍ ବାହନ୍ ରେଲକାରର ବାସିନ୍ଦା ହୋଇଥିବା ଲ୍ୟାସି ଷ୍ଟୋଲି ଟ୍ରେନରେ ପ୍ରତିବର୍ଷ ଟ୍ରେନରେ ରହିବା ପାଇଁ ୧୦ ଡଲାର ଖର୍ଚ୍ଚ କରନ୍ତି । ଯାହା ଭାରତୀୟ ମୁଦ୍ରାରେ ୮ଲକ୍ଷରୁ ଅଧିକ ହେବ ବୋଲି କୁହାଯାଉଛି । ଟ୍ରେନରେ ରହିବାରେ ଲ୍ୟାସି ଷ୍ଟୋଲି ପ୍ରତି ଦିନ ଜର୍ମାନୀ ଓ ୟୁରୋପରେ ୬୦୦ କିମି ଯାତ୍ରା କରନ୍ତି । 
ସୂଚନାନୁସାରେ, ଲ୍ୟାସି ଷ୍ଟୋଲି ଟ୍ରେନର ଡାଇନିଙ୍ଗରେ ନିଜର ଜଳଖିଆ ବି କରନ୍ତି । ଟ୍ରେନ ବେସିନରେ ନିଜର ମଇଳା ଲୁଗା ବି ସଫା କରନ୍ତି । ଏହା ସହ ସର୍ବ ସାଧାରଣ ସ୍ଥାନରେ ଗାଧୋଇଥାନ୍ତି । ନିଦ ଲାଗିଲେ ନିଜ ସହ ଶୋଇବାର ଜିନିଷ ନେଇକି ଯାଇଥାନ୍ତି । 

ଅଧିକ ପଢନ୍ତୁ ଜୀବନ ଶୈଳୀ ଖବର 
ଲ୍ୟାସି ଷ୍ଟୋଲି କାମ କଣ କରନ୍ତି ?
ଲ୍ୟାସି ଷ୍ଟୋଲି ପେଶାରେ ଜଣେ ସଫ୍ଟୱେର୍ ଡିକୋଡର୍ । ନିକଟରେ ନିଜର ଇନଷ୍ଟାଗ୍ରାମରେ ସେ ଲେଖିଛନ୍ତି ଟ୍ରେନର ଜୀବନ ବେଶ ଭଲ । ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଖୁବ ସହଜରେ ଯିବା ଆସିବା କରି ହେଉଛି । ଟ୍ରେନରେ ଯାତ୍ରା କରିବା ସମୟରେ ବିଭିନ୍ନ ଭାବନାକୁ ଉପଭୋଗ କରିଛନ୍ତି । ସକାଳର ସୂର୍ଯ୍ୟର କିରଣ, ସନ୍ଧ୍ୟାର ଅସ୍ତ ସୂର୍ଯ୍ୟ ସବୁ ଦେଖିଛନ୍ତି ଏହି ଟ୍ରେନ୍ ଯାତ୍ରାରେ । 
ଦିନର ଅଧାରୁ ଅଧେ ସମୟ ସେ ନିଜ ଲ୍ୟାପଟପରେ ବିତାନ୍ତି । ଯାହା ପାଇଁ ସେ କେତେବେଳେ ଟ୍ରେନରେ ତ ଆଉ କେତେବେଳେ ଯାତ୍ରୀ ମାନଙ୍କ ମଝିରେ ବସି ଯାତ୍ରା କରନ୍ତି । ତେବେ, ସେ ଏପର୍ଯ୍ୟନ୍ତ ୫ଲକ୍ଷ କିମି ଯାତ୍ରା କରିଛନ୍ତି ବୋଲି ଜର୍ମାନୀର ରେଳ ବିଭାଗ ସୂଚନା ଦେଇଛି । ଟ୍ରେନ ଆପ୍ ଦ୍ଵାରା ସେ ନିଜର ଟିକେଟ ବୁକିଂ କରନ୍ତି । କେତେବେଳେ କେଉଁ ଟ୍ରେନରେ ଯିବା ଆସିବା କରିବେ ସେ ନେଇ ପୂର୍ବରୁ ପ୍ରସ୍ତୁତି କରିଥାନ୍ତି ଲ୍ୟାସି ଷ୍ଟୋଲି ।
ତାଙ୍କ କହିବାନୁସାରେ ଏହି ଜୀବନଶୈଳୀ ଗ୍ରହଣ କରିବାକୁ ନିଜ ପିତାମାତାଙ୍କ ବହୁତ କହିବା ପରେ ସେମାନେ ରାଜି ହୋଇଥିଲେ । ବର୍ତ୍ତମାନ ସେ ନିଜର ଟି-ସାର୍ଟ ଓ ୨ଟି ପ୍ୟାଣ୍ଟରେ ଯାତ୍ରା କରୁଛନ୍ତି । 
 

PM
29m ago
ପୁରୀ ରୋଡ଼ ସୋ' ଶେଷ କରି ଅନୁଗୁଳ ପହଞ୍ଚିଲେ ମୋଦି
ଅର୍ଗସ ବ୍ୟୁରୋ : ଅନୁଗୁଳରେ ପହଞ୍ଚିଲେ ମୋଦି । ପୁରୀ ରୋଡ଼ ସୋ' ଶେଷ କରି ଅନୁଗୋଳ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ । ସେଠାରେ ସାଧାରଣ ସଭାରେ ଯୋଗ ଦେବେ । ସେଠାରେ ସଭା ଶେଷ କରି ୧୧ଟ
VOTE
54m ago
ସକାଳ ୯ଟା ସୁଦ୍ଧା ୬.୯୯% ମତଦାନ
ଅର୍ଗସ ବ୍ୟୁରୋ : ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ପାଇଁ ଚାଲିଛି ଭୋଟିଂ । ସକାଳ ୯ଟା ସୁଦ୍ଧା ୬.୯୯ ପ୍ରତିଶତ ମତଦାନ ହୋଇଛି । ୫ ଲୋକସଭା ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ
PM
ଶେଷ ହେଲା ପୁରୀ ରୋଡ଼ ସୋ', ଏବେ ଅନୁଗୁଳରେ କରିବେ ସାଧାରଣ ସଭା
ଅର୍ଗସ ବ୍ୟୁରୋ : ସରିଲା ମୋଦିଙ୍କ ବିଶାଳ ରୋଡ଼ ସୋ' । ମରିଚକୋଟରୁ ଆରମ୍ଭ ହୋଇଥିବା ଏହି ରୋଡ଼ ସୋ' ମେଡିକାଲ ଛକରେ ଶେଷ ହୋଇଛି । ଏହି ରୋଡ଼ ସୋ ରେ ସମଗ୍ର ବଡ଼ଦାଣ୍ଡ ପାଲଟିଥିଲ