ପ୍ରଚଣ୍ଡ ଖରା ଯୋଗୁ ଚେତାଶୂନ୍ୟ ହେଲେ ୨୪ ଛାତ୍ରୀ
by Argus News
Wed, May 29 | 4:38 p.m.

ଅର୍ଗସ ବ୍ୟୁରୋ: ସାରା ଦେଶରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ କଲବଲ କରୁଛି। ସବୁଠି ପାରଦ ଉପରମୁହାଁ। ଚଳିତବର୍ଷ ତାପମାତ୍ରା ଏଭଳି କଲବଲ କରିବ ବୋଲି କେହି ଭାବି ନ ଥିଲେ। ଖରା ଏବଂ ଗରମକୁ ନେଇ ସବୁଠି ସ୍ଥିତି ଗମ୍ଭୀର। ଆଉ ଏଥିରେ ସନ୍ତୁଳି ହୋଇଛନ୍ତି ସାଧାରଣ ଜନତା। କଲବଲ କରୁଛି ଖରା ଗରମ। ଖରାର ପ୍ରକୋପ ଏମିତି ଯେ, ସହିହେଉନି। 

ରାଜସ୍ଥାନ, ଦିଲ୍ଲୀରେ ପାରଦ ୫୦ ଛୁଇଁଲାଣି, ଯାହା ଗତ ୧୦୦ ବର୍ଷର ରେକର୍ଡକୁ ଭାଙ୍ଗିଛି । ଏହାବ୍ୟତୀତ ହରିୟାଣା, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ବିହାରରେ ମଧ୍ୟ ଭୀଷଣ ଗରମରେ ଜନଜୀବନ ଅସମ୍ଭାଳ ହୋଇପଡିଲାଣି । କିଛି ରାଜ୍ୟର ସ୍କୁଲ ଗୁଡିକୁ ଖରା ଯୋଗୁଁ ବନ୍ଦ ହୋଇଯାଇଥିବାବେଳେ ଅନ୍ୟ କିଛି ରାଜ୍ୟରେ ଏବେବି ପାଠପଢା ଜାରି ରହିଛି ।

ଆଜି ସକାଳୁ ବିହାର ବେଗୁସରାଇର ଏକ ବିଦ୍ୟାଳୟରେ ଅଭାବନୀୟ ଘଟଣା ଘଟିଛି । ଶେଖପୁରାର ଏକ ବିଦ୍ୟାଳୟରେ ଭୀଷଣ ଗରମ ଯୋଗୁଁ ୨୪ରୁ ଅଧିକ ଛାତ୍ରୀ ଚେତାଶୂନ୍ୟ ହୋଇପଡିଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସ୍କୁଲରେ ପ୍ରାର୍ଥନା ସେସନ ଚାଲିଥିବାବେଳେ ଛାତ୍ରୀମାନେ ଚେତାଶୂନ୍ୟ ହୋଇପଡିଥିବା ଜଣାପଡିଛି।

ଅଧିକ ପଢ଼ନ୍ତୁ ଭାରତ ଖବର 
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ