ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
by Argus News
Sat, Sep 07 | 9:23 p.m.

ଭୁବନେଶ୍ୱର:  ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ- ସୁଭଦ୍ରା ଏକ ଯୋଜନା ନୁହେଁ, ଅସ୍ମିତା । ଫର୍ମ ପାଇଁ ଭିଡ଼ ନ କରିବାକୁ ଆହ୍ବାନ କଲେ ଉପମୁଖ୍ୟମନ୍ତ୍ରୀ  ।  ରାଜ୍ୟ ରେ ଗଡିଲା ସୁଭଦ୍ରା ରଥ। ପଞ୍ଚାୟତ ରୁ ବ୍ଲକ ବୁଲିବ..ଲୋକ ଙ୍କୁ ସଚେତନ କରିବ.. ଭୁବନେଶ୍ବର ଲୋୟର ପି ଏମ ଜି ରେ ଆଜି ସୁଭଦ୍ରା ରଥ କୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ।

ସୁଭଦ୍ରା ଫର୍ମ କେଉଁଠି ମିଳିବ, ଏହାକୁ ମହିଳା ମାନେ କେମିତି ଆବେଦନ କରିବେ ଓ ଏହା ଏକ ନିଃଶୁଳ୍କ ପ୍ରକ୍ରିୟା ବୋଲି ରଥ ରେ ଲାଗିଥିବା ଏଲ ଇ ଡି ସ୍କ୍ରିନ ଜରିଆରେ ମହିଳା ଙ୍କୁ ସଚେତନ କରାଯିବ । ପ୍ରତି ବ୍ଲକ, ପଂଚାୟତ, ଗାଁ ଓ ସାହି ରେ ବୁଲିବ ଏହି ରଥ । ସୁଭଦ୍ରା ରଥ ଉଦଘାଟନ କରିବା ଅବସର ରେ ସୁଭଦ୍ରା ଏକ ଯୋଜନା ନୁହେଁ  ଅସ୍ମିତା ର ପ୍ରତୀକ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।  ଓଡ଼ିଶା ଇତିହାସର ସୁଭଦ୍ରା ଏମିତି ଗୋଟିଏ ଯୋଜନା ଯେଉଁଥିରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ ହେବେ। ଆଉ ଏଥିପାଇଁ ଅନେକ ସ୍ଥାନରୁ ଆଜି ଗଡିଛି ସୁଭଦ୍ରା ରଥ ।   ମାଲକାନଗିରି, ନୟାଗଡ଼ ଜିଲ୍ଲା ରେ ସ୍ଥାନୀୟ ଜିଲ୍ଲାପାଳ ଆଜି ସୁଭଦ୍ରା ରଥ ର ଉଦଘାଟନ କରିଥିବା ବେଳେ ସୁବର୍ଣ୍ଣପୁର ରେ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ ରାୟଗଡା ରେ ମନ୍ତ୍ରୀ ବିଭୁତି ଜେନା ସୁଭଦ୍ରା ରଥର ଶୁଭାରମ୍ଭ କରିଛନ୍ତି। 

 ସୁଭଦ୍ରା ଫର୍ମ ବଣ୍ଟନ ରେ ଅନିୟମିତତା ହୋଇଥିବା ଅଭିଯୋଗ ରେ ବାଲେଶ୍ୱର ବାଲିଆପାଳ ରେ ଜଣେ ଅଙ୍ଗନବାଡି  ଦିଦି ଙ୍କ ଉପରେ ଆକ୍ସନ ନେଇ ଗୋଟିଏ ମାସ ର ଦରମା ବନ୍ଦ କରିଛି ଜିଲ୍ଲା ପ୍ରଶାସନ । ଏହାରି ଭିତରେ ଭୁବନେଶ୍ବର ମେୟର ସୁଭଦ୍ରା ଯୋଜନା ରେ ମହିଳା ଙ୍କ ଆତ୍ମ ନିର୍ଭର ଶୀଳତା ନେଇ ପ୍ରଶ୍ନ ଉଠାଇ ଥିବା ବେଳେ ବିଜେଡି କୁ କାଉଣ୍ଟର କରିବା ସହ ଫର୍ମ ପାଇଁ ଭିଡ ନଜମାଇବା ଲାଗି ପରାମର୍ଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ।  ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ଆସି ସୁଭଦ୍ରା ଯୋଜନା ର ଶୁଭାରମ୍ଭ କରିବେ ।

ଅଧିକ ପଢନ୍ତୁ ଓଡ଼ିଶା ଖବର 

ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଅର୍ଗସ ବ୍ୟୁରୋ: ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି
ଓ୍ବାକଫ୍ ସଂଶୋଧନ ବିଲ୍
ଆରମ୍ଭ ହେବାକୁ ଯାଉଛି ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ ଦ୍ବିତୀୟ ବୈଠକ
ଅର୍ଗସ ବ୍ୟୁରୋ: ଓ୍ବାକଫ୍ ସଂଶୋଧନ ବିଲ୍ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟିର ଦ୍ବିତୀୟ ବୈଠକ ହେବାକୁ ଯାଉଛି । ଆସନ୍ତା 19 ତାରିଖରୁ ପାଟନା ଲ କଲେଜରେ 2 ଦିନିଆ ବୈଠକ ଆରମ୍ଭ ହେବ । ବିଲ
କାଶତଣ୍ଡି
ବାଟୋଇକୁ ହାତ ଠାରି ଡାକୁଛି କାଶତଣ୍ଡି, କହୁଛି ନିଜର ପ୍ରେମ କାହାଣୀ...
ବ୍ରହ୍ମଗିରି: ପ୍ରକୃତିର କାନଭାସ୍ ରେ କାଶତଣ୍ଡି ଯେପରି ଏକ ତୂଳୀର ସ୍ପର୍ଶ । ତା’ର ବାସନା ନାହିଁ ସତ ହେଲେ ତା’ର ଶୁଭ୍ରରୂପ ବଦଳାଇ ଦିଏ ତନୁ ମନ । ସତରେ ବାଟୋଇଟିଏ ହଜିଯା