ସୁଦ୍ଧ ପାଣି ଯୋଗାଇରେ ଫେଲ 24 ବର୍ଷର ବିଜେଡି ସରକାର
by Argus News
Tue, Apr 02 | 7:44 p.m.

ଭୁବନେଶ୍ୱର:  ଶୁଦ୍ଧ ପାଣି ଯୋଗାଇବାରେ ଫେଲ୍ 24 ବର୍ଷର ବିଜେଡି ସରକାର। ଏବେ ସମ୍ବଲପୁରରେ ପାଣି ଅପାରଗତା ଲୁଚାଇବାକୁ ମିଛ ପ୍ରଚାର। ଗ୍ରାଉଣ୍ଡରୁ ସତ ଦେଖାଇ ଅର୍ଗସ୍ ଉଠାଇଲା ମିଛ ପ୍ରଚାରରୁ ପରଦା। ସମ୍ବଲପୁର ଓ ହୀରାକୁଦରେ ଆମେ ଧରାଇଛୁ ସରକାରଙ୍କ ଅପାରଗତା  ।  ହୀରାକୁଦରେ ଦୂଷିତ ପାଣି ପିଇବା ଯୋଗୁଁ ଝାଡ଼ାବାନ୍ତି ବ୍ୟାପୀଲା।  3 ଜଣଙ୍କ ଜୀବନ ଗଲା ଶହେରୁ ଅଧିକ ଆକ୍ରାନ୍ତ ହେଲେ। ହୀରାକୁଦ ପରେ ସମ୍ବଲପୁରରେ ବି ବ୍ୟାପିଲା ଝାଡ଼ାବାନ୍ତି। ଧରାପଡ଼ିଗଲା ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନେଇ ରାଜ୍ୟ ସରକାରଙ୍କ ମିଛ ପ୍ରଚାର। ବଦନାମ ହେଲେ ବିଜେଡି ସରକାର। ଅର୍ଗସ ଦେଖାଇଲା ଗ୍ରାଉଣ୍ଡରୁ ସୁଦ୍ଧ ପିଇବା ପାଣିର ସତ। ସମ୍ବଲପରୁ ସହରରେ କିପରି ପାଣି ପାଇପ ଗୁଡ଼ିକ ନର୍ଦ୍ଦମା ମଧ୍ୟରେ ଯାଇଛି ଆମେ ଦେଖାଇଥିଲୁ।  ଅର୍ଗସ କ୍ୟାମେରା ଆଗରେ ପାଣିକୁ ନେଇ ବିଜେଡି ସରକାରଙ୍କ ବିରୋଧରେ ଅସନ୍ତୋଷ ଝାଡିଲେ ସମ୍ବଲପରୁବାସୀ। 

ବଦନାମ ହେବା ପରେ ଏବେ ସତ ଲୁଚାଇବାକୁ ଚାଲିଛି ପ୍ରୟାସ। ଦୂଷିତ ପାଣି ଯୋଗୁଁ ଝାଡାବାନ୍ତି ବ୍ୟାପୀନାହିଁ ବୋଲି ଏବେ ନିଜ କର୍ମଚାରୀଙ୍କ ଜରିଆରେ ଚାଲାଇଛନ୍ତି ମିଛପ୍ରଚାର। ଏପରିକି ଖୋଦ୍ ଜିଲ୍ଲାପାଳ ବି ଦୂଷିତ ପାଣି କଥା ମାନିବାକୁ ନାରାଜ। ଯଦି ଦୂଷିତ ପାଣି ଯୋଗୁଁ ଝାଡାବାନ୍ତି ବ୍ୟାପୀବା ମିଛ ତାହାଲେ ଶୁଣନ୍ତୁ ଅର୍ଗସକୁ କଣ ପ୍ରତିକ୍ରିୟା ଦେଇଥିଲେ ହୀରାକୁଦ ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ର ଡାକ୍ତର।

ଆମେ ସେବେ ଝାଡ଼ାବାନ୍ତିକୁ ନେଇ ସତ ଦେଖାଇଥିଲୁ ଆଉ ଆଜି ବି ସତ ଦେଖାଉଛୁ। ହୀରାକୂଦ ପରେ ସମ୍ବଲପୁରରେ ଝାଡ଼ାବାନ୍ତି ବ୍ୟାପିଥିଲା। ଏବେ ବୁର୍ଲାରେ ପିଇବା ପାଣିର ସ୍ଥିତି କଣ ଆପଣଙ୍କୁ ଦେଖାଉଛୁ। ସହରର କୁଷ୍ଠରୋଗୀ କଲୋନୀ ନିକଟରେ ରହିଛି ଏହି ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ। କେଉଁ ପରିବେଶରେ ଏଠାରେ ପାଣିକୁ ବିଶୁଦ୍ଧ କରାଯାଉଛି ଦେଖନ୍ତୁ। ଟ୍ରିଟମେଣ୍ଟ ପ୍ଲାଣ୍ଟ ଭିତରେ ସିଉଳି, ଦଳ ଓ ଘାସ ଭର୍ତ୍ତି। କେଉଁଠି ପକ୍ଷୀ ମରି ପଡିଛି ତ କେଉଁଠି ଆବର୍ଜନା। ତେଣୁ ଏଠାରେ ପାଣି ବିଶୁଦ୍ଧ ହେଉଛି ନା ଅଧିକ ଦୂଷିତ ହେଉଛି ଆପଣ ବିଚାର କରନ୍ତୁ। 
ଗ୍ରାଉଣ୍ଡରୁ ସତ ଦେଖାଇବା ହେଉଛି ସତ୍ୟର ସନ୍ଧାନ। ଆଉ ଅର୍ଗସ ତାହା ହିଁ କରି ଆସିଛି। ସମ୍ବଲପୁର ଓ ହୀରାକୂଦରେ ବି ଆମେ ସତ ଦେଖାଇଥିଲୁ । ଆଉ ଆଜି ବିର୍ଲାରେ ବି ସତ ଦେଖାଇଲୁ। ରାଜ୍ୟ ସରକାର 24 ବର୍ଷ ଭିତରେ ଲୋକଙ୍କୁ ସୁଦ୍ଧ ପିଇବା ପାଇଁ ଯୋଗାଇପାରିଲେ ନାହିଁ। ଯାହାର ପରିଣାମ 2014-15ରେ ବି ଭୋଗି ସାରିଛନ୍ତି ସମ୍ବଲପରୁ ବାସୀ। ଆଉ ଏବେ ଅପାରଗତା ଧରପାଡ଼ିବା ପରେ ଭଡାଟିଆ କର୍ମଚାରୀଙ୍କ ମାଧ୍ୟମରେ କରୁଛନ୍ତି ମିଛ ପ୍ରଚାର।   
 

 ଅଧିକ ପଢନ୍ତୁ  ଓଡ଼ିଶା ଖବର 
 

ମୁମ୍ବାଇରୁ ଲଣ୍ଡନ
4m ago
ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ
ଅର୍ଗସ ବ୍ୟୁରୋ: ପୁଣି ଗୋଟିଏ ବିମାନକୁ ବୋମା ଧମକ। ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନକୁ ବୋମା ଧମକ ମିଳିବା ପରେ ଏହାକୁ ଜରୁରୀ ଅବତରଣ କରାଯାଇଛି। ତେବେ ଗୁରୁବାର 9ଟ
ଓଡ଼ିଶା ପ୍ରଦେଶ କଂଗ୍ରେସ
6m ago
ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ
ଅର୍ଗସ ବ୍ୟୁରୋ: ଓଡି଼ଶା ପ୍ରଦେଶ କଂଗ୍ରେସ ସଭାପତି ଚୟନ ପାଇଁ ଏଆଇସିସି ପ୍ରକ୍ରିୟା ଆରମ୍ଭ କରିଛି । ଛତିଶଗଡ଼ କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତଙ୍କୁ ଓଡ଼ିଶା ପିସିସିର ସାଙ୍ଗଠନି
ରାଜଧାନୀରେ କୋଷ୍ଟଗାର୍ଡ
8m ago
ରାଜଧାନୀରେ କୋଷ୍ଟଗାର୍ଡ DIG ଓ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର ଅଭିଯାଗ
ଅର୍ଗସ ବ୍ୟୁରୋ: ନୟାପଲ୍ଲୀ ଥାନା ଅଞ୍ଚଳରେ କୋଷ୍ଟଗାର୍ଡ ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ୨ଜଣ ମଦ୍ୟପ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ସପିଂ ସାରି ଫେରୁଥିବା ବେଳେ କୋଷ୍ଟଗାର୍