ମିଛ କହିକହି ୨୪ ବର୍ଷ ଶାସନ !
by Argus News
Tue, Dec 26 | 7:31 p.m.

ଅର୍ଗସ ବ୍ୟୁରୋ : ୨୪ ବର୍ଷର ସ୍ଥିର ସରକାର । ଥରେ ବି କ୍ଷମତା ହରାଇନି । ଲଗାତାର ଜଣିଏ ମୁଖ୍ୟମନ୍ତ୍ରୀ ହୋଇଛନ୍ତି , ଶାସନ ଡୋରିକୁ ନିଜ ହାତରେ ବାନ୍ଧି ରଖିଛନ୍ତି । ହେଲେ ଏତେ ବର୍ଷର ସ୍ଥିଲର ସରକାରରେ ରାଜ୍ୟ ପାଇଛି କଣ ? ପୁଣି ଥରେ କେଉଁ ବିକାଶର କଥା କହି ଭୋଟ ମାଗିବ ବିଜେଡି ? ଏମିତି ଅନେକ ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଥିବା ବେଳେ ବିଜେଡି ଅମଳରେ ରାଜ୍ୟର କେତେ ଉନ୍ନତି ହୋଇଛି ତାହା ଜାଣିବାକୁ ବି ଓଡ଼ିଆଙ୍କ ମନରେ ପ୍ରବଳ ଉତ୍କଣ୍ଠା ରହିଛି ।

୨୭ ତମ ପ୍ରତିଷ୍ଠା ଦିବସ ପାଳୁଛି ବିଜେଡି । ରାଜ୍ୟବ୍ୟାପୀ ଧୁମଧାମରେ ଏହି ଦିନକୁ ପାଳନ କରୁଛନ୍ତି ଦଳର ନେତା ଓ କର୍ମୀ । ଏହା ସ୍ବାଭିବକ୍। ୨୦୨୪ ବିଧାନସଭା ନିର୍ବାଚନରେ ଦଳର ପୂର୍ବ ସଫଳତାକୁ କାଟି ରେକର୍ଡ ଆସନ ଦଖଲ ନେଇ ଦାବି କରୁଛନ୍ତି ବିଜେଡି ନେତା । ଏଥିରେ ବି ଅସ୍ବାଭାବିକତା କିଛି ନାହିଁ। କିନ୍ତୁ ଓଡ଼ିଶାବାସୀ ୨୪ ବର୍ଷ ଧରି ଯେଉଁ ଏକତରଫା ସମର୍ଥନ ବିଜେଡିକୁ ଦେଇଆସିଛନ୍ତି ତା ପ୍ରତିବଦଳରେ ରାଜ୍ୟବାସୀଙ୍କୁ କଣ ଦେଇଛି ବିଜେଡି ?

ଦୀର୍ଘଦିନ ସରକାରରେ ରହିଥିବାରୁ ନବୀନ ବାବୁ ହିଁ ରାଜ୍ୟବାସୀଙ୍କ ପାଖରେ ଉତ୍ତରଦାୟୀ । ହେଲେ ଏ ସରକାର ଲୋକଙ୍କର କେମିତି ତଣ୍ଟିଚିପିଛି ସେକଥା ବି ଆପଣ ଜାଣନ୍ତୁ । ସାମଗ୍ରିକ ଘରୋଇ ଉତ୍ପାଦ ବା ଜିଏସଡିପି ଦୃଷ୍ଟିରୁ ଓଡ଼ିଶା ଦେଶର ୧୪ ତମ ରାଜ୍ୟ । ମୁଣ୍ଡପିଛା ଆୟ ଦୃଷ୍ଟିରୁ ଦେଶରେ ୧୮ ତମ ସ୍ଥାନରେ ରହିଛି ଓଡ଼ିଶା । ନୀତି ଆୟୋଗର ବାର୍ଷିକ ହେଲଥ୍ ଇଣ୍ଡେକ୍ସରେ ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇବା କ୍ଷେତ୍ରରେ ଓଡ଼ିଶା ୨୦ ଟି ବଡ଼ ରାଜ୍ୟ ମଧ୍ୟରୁ ୧୭ ତମ ସ୍ଥାନରେ । ସେହିପରି ଓଡ଼ିଶାରେ କୃଷକଙ୍କ ଆୟ ଦେଶର ଦ୍ବିତୀୟ ସର୍ବନିମ୍ନ । ରାଜ୍ୟର ୨୫ ଜିଲ୍ଲାର ୩ ହଜାର ୪୬୩ ଗାଁରେ ନାହିଁ ଶୁଦ୍ଧ ପାଣିର ବ୍ୟବସ୍ଥା । ଓଡ଼ିଶାର ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ମାତ୍ର ୩୧ ପ୍ରତିଶତ ପରିବାର ପାଖରେ ପହଁଚୁଛି ବିଶୁଦ୍ଧ ପାଣି । ରାଜ୍ୟରେ ସ୍କୁଲ ଡ୍ରପଆଉଟ୍ ଛାତ୍ରଛାତ୍ରୀଙ୍କ ହାର ଦେଶରେ ସର୍ବାଧିକ । ସେହିପରି ସମସ୍ତଙ୍କ ମୁଣ୍ଡରେ ପକ୍କାଘର ଟାର୍ଗେଟରୁ ଓଡ଼ିଶା ଏବେବି ବହୁ ଦୂରରେ।

ଅମାପ ଖଣିଜ ସମ୍ପଦ ସାଙ୍ଗକୁ ସୁଦୀର୍ଘ ବେଳାଭୂମି, ଜଳ ସମ୍ପଦ, ଜଙ୍ଗଲ ସମ୍ପଦ, ପର୍ଯ୍ୟଟନ କ୍ଷେତ୍ର, ଐତିହ୍ୟ, କଳା ଭାସ୍କର୍ଯ୍ୟ କେଉଁଥିରେ ଅଭାବ ନାହିଁ ରାଜ୍ୟରେ । ତାସତ୍ଵେ ଓଡ଼ିଶାର ଅର୍ଥନୀତି ସର୍ବାଧିକ ଖଣି ରାଜସ୍ଵ ଉପରେ ନିର୍ଭରଶୀଳ । ଯାହା ବିଜେଡି ସରକାରଙ୍କ ପୁରୁଷାର୍ଥରୁ ନୁହେଁ ବରଂ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରୁ ଓଡ଼ିଶାର ଭୂମିତଳେ ଗଚ୍ଛିତ ହୋଇ ରହିଛି । ହେଲେ ବେରୋଜଗାରୀ ସଂଖ୍ୟା ରାଜ୍ୟରେ କିଛି କମ ନୁହେଁ । ଜୁଲାଇରୁ ସେପ୍ଟେମ୍ବର ୨୦୨୩ ପର୍ଯ୍ୟନ୍ତ ପିଏଲଏଫଏସ ରିପୋର୍ଟରେ ସାମ୍ନାକୁ ଆସିଥିଲା ସଂଘାତିକ ତଥ୍ୟ। ଭାରତୀୟ ସ୍ତରରେ ସହରାଞ୍ଚଳରେ ବେକାରୀ ହାର 17.3 ହୋଇଥିବା ବେଳେ ଓଡ଼ିଶାରେ ଏହା 20.9 । ଓଡ଼ିଶାରେ ପୁରୁଷ ବେକାରୀ ହାର 16.9 ହୋଇଥିବା ବେଳେ ଭାରତରେ ଏହା 15.5 । ଓଡ଼ିଶାରେ ମହିଳା ବେକାରୀ ହାର 31.9 ଥିବା ବେଳେ ସର୍ବଭାରତୀୟ ସ୍ତରରେ ଏହା 22.9 । 

ଖାଲି ଏତିକି ନୁହେଁ ବରଂ ଦାଦନ ଯିବାରେ ବି ଆମ ରାଜ୍ୟରେ ଆଗରେ । କାହାର ଇଚ୍ଛାରେ କିଏ ଦାଦନ ଯାଉଛି ତାହା ନୁହେଁ ବରଂ ବାଧ୍ୟରେ...ପରିବାର ପାଇଁ ଦାଦନ ଯାଉଛନ୍ତି ଲୋକେ । ଏମିତିକି କରୋନା ସମୟରେ ଓଡ଼ିଶାକୁ ପ୍ରାୟ 7 ଲକ୍ଷ ଶ୍ରମିକ ବାହାର ରାଜ୍ୟରୁ ଫେରିଥିଲେ ବୋଲି କୁହାଯାଇଥିଲା। ତେବେ ପ୍ରକୃତ ସଂଖ୍ୟା ଏହାଠାରୁ ଢେର ଅଧିକ। 

ଗୁରୁତ୍ଵପୂର୍ଣ୍ଣ କଥା ହେଲା ୨୪ ବର୍ଷର ସ୍ଥିର ସରକାର ଥିବା ସତ୍ଵେ ବିକାଶ ନାଁରେ କେବଳ ବିନାଶ କରୁଛି ବିଜେଡି । ଯେଉଁଥି ଲାଗି ରାଜ୍ୟ ଆଜି ଏତେ ପଛରେ ପଡିଛି ଯେ ତାହା ଜଳଜଳ ହୋଇ ଦିଶୁଛି । ସମୟ କହିବ ଆଗାମୀ ନିର୍ବାଚନରେ ରାଜନୈତିକ ପାଣିପାଗ ଏହି ସବୁ ତଥ୍ୟକୁ ନେଇ କେତେ ଉଷ୍ମ ହେଉଛି ।
 

MOTHER-IN-LAW
8m ago
ବୋହୂର ମାଡରେ ଶାଶୂ ଗୁରୁତର, ଭାଇରାଲ ହେଉଛି ମାଡ଼ ବେଳର ଦୃଶ୍ୟ
ଅର୍ଗସ ବ୍ୟୁରୋ : ବୋହୂର ମାଡରେ ୬୫ବର୍ଷୀୟ ଶାଶୂ ଗୁରୁତର । ଗୁରୁତର ଶାଶୂଙ୍କୁ ଉଦ୍ଧାର କରି ବାସୁଦେବପୁର ମେଡିକାଲରେ ଗ୍ରାମବାସୀ ମାନେ ଭର୍ତ୍ତି କରିଛନ୍ତି । ସେଠାରେ ତାଙ୍କ ଚିକିତ୍ସା ଜାର
MANMOHAN SAMAL
37m ago
କାର୍ଯ୍ୟକ୍ରମରେ ଯୋଗଦେବା ସହ ଦଳୀୟ କର୍ମୀ ଓ ପ୍ରାର୍ଥୀଙ୍କ ମନୋବଳକୁ ସୁଦୃଢ କଲେ
ଅର୍ଗସ ବ୍ୟୁରୋ : ଆଜି ଦିନିକିଆ ଗସ୍ତରେ ମୟୂରଭଞ୍ଜ ଗସ୍ତରେ ଅଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଦୁଇ ଦୁଇଟି କାର୍ଯ୍ୟକ୍ରମରେ ଯୋଗଦେଇ ଦଳୀୟ କର୍ମୀ ଓ ପ୍ରାର୍ଥୀଙ୍କ ମନବଳକୁ ସୁଦୃ
ନିଯୁକ୍ତି ନାଁରେ ଗୋଚର
ନିଯୁକ୍ତି ନାଁରେ ଗୋଚର ଜମି ହଡ଼ପ କରୁଛନ୍ତି କନ୍ଧମାଳ ସାଂସଦ
ଅର୍ଗସ ବ୍ୟୁରୋ: ସ୍କୁଲ ଭିତରକୁ ଧସେଇ ପଶିଲେ ଲୋକେ , ସାଇନ ବୋର୍ଡ ଭାଙ୍ଗିଲେ। ଜମି ମାଫିଆ କହି ଦେଲେ ନାରାବାଜି l ଏଭଳି ଘଟଣା ବର୍ତ୍ତମାନ ସାରା ଜିଲ୍ଲାରେ ଚର୍ଚ୍ଚା ହୋଇଥିବା ବେଳେ ଘଟଣାକ