ଜଙ୍ଗଲରେ ନିଆଁ ଲଗାଇବା ଅଭିଯୋଗରେ ୩  ଗିରଫ 
by Argus News
Fri, Apr 26 | 2:43 p.m.

କନ୍ଧମାଳ : ଜଙ୍ଗଲରେ ନିଆଁ ଲଗାଇ  ଜୀବଜନ୍ତୁ ଶିକାର ଓ ପୋଡ଼ୁ ଚାଷ ପାଇଁ ନିଆଁ ଲଗାଉଥିବା ବେଳେ ଦାରିଙ୍ଗବାଡ଼ି ବନବିଭାଗ ୩ ଜଣ ଦୁର୍ବୁତ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ,ଏନେଇ ACF ପ୍ରଫୁଲ୍ଲ ମଲ୍ଲିକ ସାମ୍ବାଦିକ ସମ୍ମିଳନୀରେ  ସୂଚନା ଦେଇଛନ୍ତି l ସୂଚନା ମୁତାବକ  ଦାରିଙ୍ଗବାଡ଼ି ବନାଞ୍ଚଳ  ଅନ୍ତର୍ଗତ ବୁଡ଼ାଗୁଡ଼ା ସେକ୍ସନ ର  ଋତୁଙ୍ଗିଆ ସଂରକ୍ଷିତ ଜଙ୍ଗଲରେ ଗତକାଲି ରାତିରେ ନିଆଁ ଲାଗିବା ନେଇ  ସ୍ୟାଟେଲାଇଟ ମାଧ୍ୟମରେ ସୂଚନା ପାଇ  ବନ ବିଭାଗ କର୍ମଚାରୀ  ମାନେ ନିଆଁ ଲିଭାଇବା ପାଇଁ ଯାଇଥିଲେ।

ସେହି ସମୟରେ  ଜଙ୍ଗଲ ମଧ୍ୟରୁ ୩ଜଣ ଦୁର୍ବୃତ୍ତଙ୍କୁ ବନ ବିଭାଗ କର୍ମଚାରୀ ମାନେ ଧରିବାରେ ସଫଳ ହୋଇଥିଲେ l ୩ଜଣ ଦୁର୍ବୃତ୍ତ ଙ୍କ ଠାରୁ ଗୋଟିଏ  ଗୁଳି ଭର୍ତ୍ତି ହୋଇଥିବା ଦେଶୀ ବନ୍ଧୁକ, ଦିଆସିଲି ସମେତ ଦୁଇଟି ମୋବାଇଲ ଟର୍ଚ୍ଚ ଲାଇଟ ଆଦି ଜବତ କରାଯାଇଛି ।  ଗିରଫ ତିନି ଅଭିଯୁକ୍ତ ହେଲେ ଗୁମିକିଆ ପଞ୍ଚାୟତ କିଲୁକୁପା ଗ୍ରାମର ମୋହିତ ପ୍ରଧାନ, ରାଜେଶ ପ୍ରଧାନ ଓ କୁନ୍ଦୁପାଙ୍ଗା ଗ୍ରାମର ଅକ୍ଷୟ ପ୍ରଧାନ l ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦାରିଙ୍ଗବାଡି ବନାଞ୍ଚଳ ଅଧିକାରୀ ତଥା ACF ସତୀଶ କୁମାର ଧାରୁଆ ପ୍ରମୁଖ ଉପସ୍ଥିତ ଥିଲେ l  

ଅଧିକ ପଢନ୍ତୁ ଓଡ଼ିଶା ଖବର 

ଦୀର୍ଘ ୧୪ ଦିନ ପରେ
3m ago
ଦୀର୍ଘ ୧୪ ଦିନ ପରେ ବାହାରିନରୁ ଆସିଲା ଦାଦନ ଶ୍ରମିକଙ୍କ ମୃତ ଶରୀର
ଅର୍ଗସ ବ୍ୟୁରୋ: ଓଡିଶାରେ ରୋଜଗାର ପାଇଁ କୌଣସି କାମଧନ୍ଦା ନ ପାଇ ପରିବାର ପ୍ରତିପୋଷଣ ଓ ଅଧିକ ଅର୍ଥ ଉପାର୍ଜନ କରିବା ସକାଶେ ନିଜର ଭିଟାମାଟି ଓ ଆତ୍ମୀୟ ସ୍ବଜନଙ୍କୁ ଛାଡି କାମ କରିବାକୁ ଲୋ
NAYAK 2
25m ago
ଅନିଲ ଏବଂ ରାନୀ ମୁଖାର୍ଜୀ ଯୋଡି ଆଉ ଥରେ ନାୟକରେ ନଜର ଆସିବେ
ଅର୍ଗସ ବ୍ୟୁରୋ: ୨୦୦୧ ରେ ମୁକ୍ତିଲାଭ କରିଥିବା ଅନିଲ କପୁର ଓ ରାନୀ ମୁଖାର୍ଜୀଙ୍କ ଫିଲ୍ମ ନାୟକକୁ ସମସ୍ତେ ଭଲ ପାଉଥିଲେ। ଏହି ଚଳଚ୍ଚିତ୍ରରେ ଅନିଲ କପୁରଙ୍କ ଅଭିନୟକୁ ବହୁତ ପ୍ରଶଂସ
SAMEER DAS
ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବିଜେପିରେ ସାମିଲ ହେଲେ ସମୀର ଦାଶ
ଅର୍ଗସ ବ୍ୟୁରୋ: ପଦ୍ମ ଧରିଲେ ସମୀର ରଞ୍ଜନ ଦାଶ। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସମୀର ଦାଶ। ନିମାପଡା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ଦାଶ ବିଜେଡି ଛାଡିଥିଲେ