ଘର ମାଲିକଙ୍କୁ ବନ୍ଦ କରି ଘରୁ ଲୁଟିନେଲେ 3 ଲକ୍ଷ ଟଙ୍କାର ସୁନା
by Argus News
Fri, Apr 12 | 1:53 p.m.

ଭୁବନେଶ୍ୱର: ନୟାନ୍ତ କଲେଣି ଲୁଟେରା । ଘର ମାଲିକଙ୍କୁ ବନ୍ଦ କରି ଘରୁ ଲୁଟିନେଲେ ସୁନା ଓ ଟଙ୍କା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ପାହାଳ ଥାନା ଅନ୍ତର୍ଗତ ଜୟପୁର ଠାରେ । ଜୟପୁର ପ୍ଲଟ ନମ୍ବର ୧୦୧୯/୨୦୬୯ ରେ ଥିବା ଶରତ ମହାନ୍ତିଙ୍କ ଘରୁ ବଡି ଭୋରରୁ ଲୁଟ କରିଛନ୍ତି ଲୁଟେରା । 

ଲୁଟେରା ପର୍ଶୁରାମ ଗିରି ଗିରଫ

ଛାତ ଉପରୁ ଘରକୁ ପଶି ଘର ମାଲିକ ଶୋଇଥିବା ଘରକୁ ବାହାର ପଟୁ ବନ୍ଦ କରିଥିଲେ ଲୁଟେରା । ପ୍ରାୟ 3 ଲକ୍ଷରୁ ଅଧିକ ଟଙ୍କାର ସୁନା ଗହଣା ସହ ଘରେ ଥିବା ଟଙ୍କା ଲୁଟ କରିଛନ୍ତି । ଘଟଣାସ୍ଥଳରେ ପାହାଳ ଥାନା ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଛାନଭିନ୍ କରିଛନ୍ତି । ଲୁଟେରା ପୂର୍ବରୁ ଠାବ କରିଥିବା ଜାଣିବାକୁ ପାଇଛି ପୋଲିସ । 

ବାରମ୍ବାର ରାଜଧାନୀରେ ଏହି ଘଟଣା ସାମନାକୁ ଆସୁଛି । ରାଜଧାନୀର ରହିବାକୁ ଲୋକେ ସୁରକ୍ଷିତ ମଣେ କରୁନାହାନ୍ତି । କେତେବେଳେ ଆପାର୍ଟମେଣ୍ଟରେ ତ କେତେବେଳେ ଘରେ ପଶି ଲୁଟ୍ କରୁଛନ୍ତି ଲୁଟେରା । ସ୍ଥିତି ଏମିତି ହେଲାଣି ଯେ, ଘର ତାଲା ପକାଇ କୁଆଡେ ଯିବାକୁ ଲୋକେ ଭୟ କରୁଛନ୍ତି । 

ଆହୁରି ପଢନ୍ତୁ ଅପରାଧ ଖବର...

BOBBY DAS
କୋରେଇରେ ଟଙ୍କା ବାଣ୍ଟୁଛନ୍ତି ବବି !
ଅର୍ଗସ ବ୍ୟୁରୋ: ବବିଙ୍କ ଲାଗି ଏବେ ଡୁଆଲ ଚ୍ୟାଲେଞ୍ଜ । ସମ୍ବଲପୁରରେ ତ ହାରିବେ ହାରିବେ...କୋରେଇରେ ବି ବିଜୟ ସେତେ ସହଜ ନୁହେଁ । ପଶ୍ଚିମ ଓଡ଼ିଶା ସାଂସଦ ସ୍ଵପ୍ନ କେବେ ସତ ହେବନି ବୋଲ
BJD
ରୋଡ୍ ସୋ' କଲେ ନବୀନ, ହେଲେ ପ୍ରାର୍ଥୀଙ୍କୁ ନେଲେନି ?
ଅର୍ଗସ ବ୍ୟୁରୋ: ମାଳମାଳ ପୋଲିସ କର୍ମୀ, ଗହଳି ବେଶୀ ନଥିଲେ ବି ଟଙ୍କା ନେଇ ରାସ୍ତା କଡ଼ରେ ଛିଡା ହୋଇଥିଲେ ଜନତା । କେତେବେଳେ ନବୀନ ଆସିବେ ? କାହା ପାଇଁ ଭୋଟ୍‌ ମାଗିବେ ? ସେନେ
BOBBY DAS
ହାରିବା ଭୟରେ ବାଉଳି ହେଲେଣି ବବି
ଅର୍ଗସ ବ୍ୟୁରୋ: ହାରିବା ଭୟରେ ବିଳିବିଳି ହେଲେଣି ବବି । ସାମ୍ନାରେ ଯେବେ ହାରିବାର ଭୟ ଥାଏ ସେତେବେଳେ ଏମିତି ବାଉଳି ବୋଧହୁଏ ନେତାଏ ହୁଅନ୍ତି । ଖାସ କରି ବିଜେଡିର ନେତାଏ ଏବେ ବିଳିବିଳ